ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ : 11ଟା 30 ପର୍ଯ୍ୟନ୍ତ ଗୃହ ମୁଲତବୀ

Published: Feb 15, 2020, 10:58 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ଆଜି ବିଧାନସଭା ବଜେଟ୍‌ ଅଧିବେଶନର ଦ୍ବିତୀୟ ଦିନ। ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ବିରୋଧୀଙ୍କ ହଟ୍ଟଗୋଳ ଆରମ୍ଭ ହୋଇଛି । ଦିନ 11ଟା 30 ପର୍ଯ୍ୟନ୍ତ ଗୃହକୁ ମୁଲତବୀ କରିଛନ୍ତି ବାଚସ୍ପତି । ବାଚସ୍ପତିଙ୍କ ରୁଲିଂକୁ ବିରୋଧ କରି ବିରୋଧୀ କଂଗ୍ରେସ ହଟ୍ଟଗୋଳ କରିଛି । ଆଜି ଗୋଳନ୍ଥରା ବସ୍‌ ଟ୍ରାଜେଡି ନେଇ ମୁଲତବୀ ପ୍ରସ୍ତାବ ଆଣିଥିଲା ବିଜେପି । ସୂଚନାଯୋଗ୍ୟ, ଚଳିତ ବିଧାନସଭା ବଜେଟ୍ ଅଧିବେଶନରେ ମୋଟ ୩୧ଟି କାର୍ଯ୍ୟଦିବସ ରହିଛି । ଦୁଇଟି ପର୍ଯ୍ୟାୟରେ ବିଧାନସଭା ଚାଲିବ । ୧୮ ତାରିଖରେ ଅର୍ଥମନ୍ତ୍ରୀ ବିଧାନସଭାରେ ବଜେଟ୍ ଉପସ୍ଥାପନ କରିବେ । ଗତକାଲିଠାରୁ ବିଧାନସଭାର ଅଧିବେଶନ ଆରମ୍ଭ ହୋଇଛି ।

Related posts