ରାଜ୍ୟରେ ଭିକାରୀ ସଂଖ୍ୟା ନେଇ ଗୃହରେ ଉତ୍ତର ରଖିଲେ ମନ୍ତ୍ରୀ ଅଶୋକ ପଣ୍ଡା

Published: Feb 15, 2020, 12:48 pm IST

ଭୁବନେଶ୍ବର : ରାଜ୍ୟରେ ଭିକାରୀ ସଂଖ୍ୟା ନେଇ ବିଧାନସଭାରେ ଉତ୍ତର ରଖାଯାଇଛି । ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖି ରାଜ୍ୟର ସମୁଦାୟ ଭିକାରୀ ସଂଖ୍ୟା ସମ୍ପର୍କରେ ସୂଚନା ଦେଇଛନ୍ତି । କଟକରେ ସର୍ବାଧିକ ଭିକାରୀ ରହିଛନ୍ତି ବୋଲି ଆଜି ସୂଚନା ଦେଇଛନ୍ତି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ।  ଓଡ଼ିଶାରେ ରହିଛନ୍ତି ମୋଟ 5950ଜଣ ଭିକାରୀ। କଟକରେ ରହିଛନ୍ତି ସର୍ବାଧିକ ଭିକାରୀ । ମୋଟ 5950ଜଣଙ୍କ ମଧ୍ୟରୁ କଟକରେ ସର୍ବାଧିକ 1060ଜଣ ରହିଛନ୍ତି । ଗଞ୍ଜାମରେ ଦ୍ବିତୀୟ ସର୍ବାଧିକ 545ଜଣ, ସୁନ୍ଦରଗଡରେ 423ଜଣ ଭିକାରୀ, ପୁରୀରେ 366 ଜଣ, ଖୋର୍ଦ୍ଧାରେ 197ଜଣ ଭିକାରୀ ରହିଛନ୍ତି ବୋଲି ବିଧାନସଭାରେ ଆଜି ସାମାଜିକ ସୁରକ୍ଷା ମନ୍ତ୍ରୀ ଅଶୋକ ପଣ୍ଡା ଉତ୍ତର ରଖିଛନ୍ତି ।

Related posts