ମଧ୍ୟପ୍ରଦେଶ, ସିକିମ୍‌ କେରଳରେ କେଉଁ ନେତାଙ୍କୁ ମିଳିଲା ବିଜେପିର କମାଣ, ଜାଣନ୍ତୁ ?

Published: Feb 15, 2020, 4:20 pm IST

ନୂଆଦିଲ୍ଲୀ : ଜେପି ନଡ୍ଡା ବିଜେପିର ଅଧ୍ୟକ୍ଷ ଭାର ସମ୍ଭାଳିବା ପରେ ପରେ ରାଜ୍ୟରେ ପ୍ରଦେଶ ଅଧ୍ୟକ୍ଷ ଚୟନ ଆରମ୍ଭ ହୋଇଯାଇଛି ।  ବିଜେପି ଅଧ୍ୟକ୍ଷ ଜେପି ନଡ୍ଡା ସଙ୍ଗଠନରେ କିଛି ପରିବର୍ତ୍ତନ କରିଛନ୍ତି। ଏହି କ୍ରମରେ ଶନିବାର ଦିନ ତିନି ପ୍ରଦେଶର ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ବିଜେପିର ଜାରି ହୋଇଥିବା ଏକ ବୟାନ ଅନୁସାରେ ମଧ୍ୟପ୍ରଦେଶରେ ବିଜେପିର ନୂତନ ପ୍ରଦେଶ ଅଧ୍ୟକ୍ଷ ଭାବରେ ସାଂସଦ ବିଷ୍ଣୁ ଦତ୍ତ ଶର୍ମାଙ୍କୁ ନିଯୁକ୍ତି ଦିଆଯାଇଛି । ସେହିପରି କେରଳରେ କେ. ସୁରେନ୍ଦ୍ରନ୍‌ ଓ ସିକିମ୍‌ରେ ଦଳ ବାହାଦୂର ଚୌହ୍ବାନଙ୍କ ନିଯୁକ୍ତି ଦିଆଯାଇଛି। ସବୁଠୁ ଆଶ୍ଚର୍ଯ୍ୟର କଥା ହେଉଛି ଯେ, ମଧ୍ୟପ୍ରଦେଶର  ରାକେଶ ସିଂହଙ୍କ ସ୍ଥାନରେ ଖଜୁରାହୋର ସାଂସଦ ବିଷ୍ଣୁଦତ୍ତ ଶର୍ମାଙ୍କୁ ବିଜେପି ଅଧ୍ୟକ୍ଷ ରୂପେ ନିଯୁକ୍ତି ଦେବା । ଶର୍ମା ମୂଳତଃ ମଧ୍ୟପ୍ରଦେଶର ମୁରୈନା ଜିଲ୍ଲାର ନିବାସୀ ଅଟନ୍ତି। 32 ବର୍ଷରୁ ସେ ସକ୍ରିୟ ରାଜନୀତିରେ ରହିଛନ୍ତି। ସେହିପରି ସିକ୍କିମ୍‌ରେ ଦଳ ପୁଣିଥରେ ଦଳ ବାହାଦୂର ଚୌହ୍ବାନଙ୍କୁ  ପ୍ରଦେଶ ବିଜେପି ଅଧ୍ୟକ୍ଷ ରୂପେ ନିର୍ବାଚିତ କରିଥିବାବେଳେ ସୁରେନ୍ଦ୍ରନ୍‌ ଜଣେ ଫାୟାରବ୍ରାଣ୍ଡ ନେତା ରୂପେ ପରିଚିତ। (ଏଜେନ୍ସି)

Related posts