ଆଜି ଶପଥ ନେବେ କେଜରୀଓ୍ବାଲ

Published: Feb 16, 2020, 10:18 am IST

ନୂଆଦିଲ୍ଲୀ : ଦିଲ୍ଲୀରେ ବହୁମତ ପାଇଁ ତୃତୀୟ ଇନ୍ସିଂସ ଆରମ୍ଭ କରିବାକୁ ଯାଉଛନ୍ତି ଅରବିନ୍ଦ କେଜ୍‌ରୀଓ୍ବାଲ। ଆଜି ରାମଲୀଲା ମୈଦାନଠାରେ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେବେ। କେଜରୀଓ୍ବାଲଙ୍କ ଏହି ଶପଥ ଗ୍ରହଣ ସମାରୋହରେ 50ଜଣ ନାୟକ ଉପସ୍ଥିତ ରହିବେ। ଏହି ନାୟକ ହେଉଛନ୍ତି ସାଧାରଣ ଲୋକ। କିନ୍ତୁ ଏମାନଙ୍କ ଅସାଧାରଣ ଇଚ୍ଛାଶକ୍ତି ଯୋଗୁଁ ଦିଲ୍ଲୀରେ ପରିବର୍ତ୍ତନ ହୋଇଛି। ଏହି 50 ନାୟକଙ୍କ ମଧ୍ୟରେ ଶିକ୍ଷାବିତ୍‌, ସଫାଇ କର୍ମଚାରୀ, ଶହୀଦ ପରିବାରଙ୍କ ଲୋକ ରହିଛନ୍ତି । ଏହି ଲୋକମାନେ ନିଜ ନିଜ କ୍ଷେତ୍ରରେ ସମାଜର ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି । ଜୀବନର ଅଲଗା ଅଲଗା କ୍ଷେତ୍ରରୁ ଆସିଥିବା ଏହି ସମସ୍ତ ନାୟକମାନେ ନିଜ ନିଜ ଛୋଟ ପ୍ରୟାସରେ ଅନ୍ୟର ଚେହେରାରେ ହସ ଆଣିବାର ପ୍ରଚେଷ୍ଟା ଜାରି ରଖିଛନ୍ତି । ଅରବିନ୍ଦଙ୍କ ଶପଥ ସମାରୋହ ପାଇଁ ବ୍ୟାପକ ପ୍ରସ୍ତୁତି ହୋଇଛି ।

Related posts