ନିଜ ସଂସଦୀୟ କ୍ଷେତ୍ରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

Published: Feb 16, 2020, 11:42 am IST

ବାରଣାସୀ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ନିଜ ସଂସଦୀୟ କ୍ଷେତ୍ର ବାରଣାସୀ ଗସ୍ତ କରିଛନ୍ତି । ଏହି ଅବସରରେ ସେ 30ରୁ ଅଧିକ ପ୍ରୋଜେକ୍ଟର ଉଦ୍‌ଘାଟନ କରିବେ । ପ୍ରଧାନମନ୍ତ୍ରୀ ମୋଦୀ କାଶୀର ବିକାଶ ପାଇଁ ଆଜି ପ୍ରାୟ ୧୨ କୋଟି ଟଙ୍କାର ପ୍ରକଳ୍ପକୁ ଉଦଘାଟନ ଓ ଶିଳାନ୍ୟାସ କରିବାର କାର୍ଯ୍ୟକ୍ରମ ରହିଛି । ମୋଦୀ ଆଜି କାଶୀରୁ ଚାଲିବାକୁ ଥିବା ଦେଶର ତୃତୀୟ କର୍ପୋରେଟ ଟ୍ରେନ କାଶୀ-ମହାକାଳ ଏକ୍ସପ୍ରେସ ଟ୍ରେନ ଶୁଭାରମ୍ଭ କରିବେ । ଏହି ଟ୍ରେନ୍‌ଟି ଧାର୍ମିକ ସହର ବାରଣାସୀ, ଉଜ୍ଜୈନ୍‌ ଓ ଓମ୍‌କାରେଶ୍ବର ସହ ଯୋଡ଼ାଯିବ । ସେହିପରି ବାରାଣାସୀରେ ପଣ୍ଡିତ୍‌ ଦୀନଦୟାଲ୍‌ ଉପାଧ୍ୟାୟଙ୍କ 63 ଫୁଟ ସ୍ମାରକ ଉନ୍ମୋଚନ କରିବାର କାର୍ଯ୍ୟକ୍ରମ ରହିଛି । ବିଏଚ୍‌ୟୁରେ 430ରୁ ଉର୍ଦ୍ଧ୍ବ ଶର୍ଯ୍ୟା ବିଶିଷ୍ଟ ସୁପର ସ୍ପେଶାଲିଟି ହସ୍ପିଟାଲ୍‌ର ଉଦ୍‌ଘାଟନ ସହିତ ଜଗଦଜୁରୁ ବିଶ୍ବାରାଧ୍ୟା ଗୁରକୁଲ୍‌ର ଶତାବ୍ଦୀ ସମାରୋହରେ ସମାପନ ସମାରୋହରେ ସାମିଲ୍‌ ରହିବେ ।  ପ୍ରଧାନମନ୍ତ୍ରୀ ମୋଦି ସକାଳ 10ଟାରେ ବାରଣାସୀରେ ପହଞ୍ଚି ଅପରାହ୍ନ 4 ଘଟିକା ପର୍ଯ୍ୟନ୍ତ ରହିବେ ।

Related posts