ଶହୀଦ୍‌ଙ୍କ ନାମରେ ଶପଥ ନେଲେ ଗୋପାଳ ରାୟ

Published: Feb 16, 2020, 1:04 pm IST

ନୂଆଦିଲ୍ଲୀ : ଦିଲ୍ଲୀର ରାମଲୀଲା ମୈଦାନରେ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରୀଓ୍ବାଲ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଛନ୍ତି। ଅରବିନ୍ଦଙ୍କ ସହିତ 6ଜଣ ମନ୍ତ୍ରୀ ମଧ୍ୟ ଆଜି ଶପଥ ନେଇଛନ୍ତି। ସାଧାରଣରେ ଶପଥ ନେବା ସମୟରେ ଈଶ୍ବର କିମ୍ବା ଆଲ୍ଲାଙ୍କ ନାମରେ ନିଆଯାଇଥିବାବେଳେ ଏହି ଶପଥ କାର୍ଯ୍ୟକ୍ରମରେ ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି। କେଜରୀଓ୍ବାଲଙ୍କ ଜଣେ ମନ୍ତ୍ରୀ ଶହୀଦ୍‌ଙ୍କ ନାମରେ ଶପଥ ନେଇଛନ୍ତି । କେଜରୀଓ୍ବାଲ ସରକାରର ମନ୍ତ୍ରୀ ଗୋପାଲ ରାୟ ଈଶ୍ବରଙ୍କ ନାମରେ ଶପଥ ନ ନେଇ ଆଜାଦୀ ପାଇଁ ବଳିଦାନ ଦେଇଥିବା ଶହୀଦ୍‌ଙ୍କ ନାମରେ ନିଜର ମନ୍ତ୍ରୀ ପଦ ଓ ଗୋପନୀୟତାର ଶପଥ ନେଇଛନ୍ତି । (ଏଜେନ୍ସି)

Related posts