ନିର୍ମାଣାଧୀନ ବ୍ରିଜ୍‌ ଭୁଶୁଡି 3 ମୃତ

Published: Feb 17, 2020, 8:58 am IST

କୋଲକତା : ପଶ୍ଚିମବଙ୍ଗର ମାଲଦା ଜିଲ୍ଲାରେ ଏକ ନିର୍ମାଣାଧୀନ ବ୍ରିଜ ଭୁଶୁଡ଼ି ପଡ଼ିବାରୁ 3 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 5  ଜଣ ଲୋକ ଆହତ ହୋଇଛନ୍ତି। ଦୁର୍ଘଟଣା ସଂପର୍କିତ ସୂଚନା ମିଳିବା ପରେ ଦମକଳ ବାହିନୀ ଓ ପୋଲିସ ଘଟଣାସ୍ଥଳକୁ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଥିଲା। ଉଦ୍ଧାର ହୋଇଥିବା ଲୋକଙ୍କୁ ଆମ୍ବୁଲାନ୍ସରେ ଚିକିତ୍ସା ପାଇଁ ମାଲଦା ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ମିଳିଥିବା ସୂଚନା ଅନୁସାରେ ନିର୍ମାଣଧୀନ ବ୍ରିଜ୍‌ରେ 7ରୁ 8 ଜଣ ଲୋକ କାମ କରୁଥିବାବେଳେ ବ୍ରିଜ୍‌ଟି ଭୁଶୁଡି ପଡ଼ିଥିଲା। (ଏଜେନ୍ସି)

Related posts