ସେନାରେ ମହିଳାଙ୍କ ବଡ଼ ବିଜୟ : ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ନେଇ ସୁପ୍ରିମ୍‌କୋର୍ଟଙ୍କ ମଞ୍ଜୁରୀ

Published: Feb 17, 2020, 11:35 am IST

ନୂଆଦିଲ୍ଲୀ : ସ୍ଥଳସେନାରେ ମହିଳାଙ୍କ ପାଇଁ ହେବ ସ୍ଥାୟୀ କମିଶନ। ଦିଲ୍ଲୀ ହାଇକୋର୍ଟଙ୍କ ଗୁରୁତ୍ବପୂର୍ଣ୍ଣ ରାୟକୁ କାଏମ ରଖିଛନ୍ତି ସୁପ୍ରିମ୍‌କୋର୍ଟ। ସେନାରେ ମହିଳାଙ୍କ ପାଇଁ ସ୍ଥାୟୀ କମିଶନ ନେଇ ସୁପ୍ରିମ୍‌କୋର୍ଟ ମଞ୍ଜୁରୀ ଦେଇଛନ୍ତି। ଏହାକୁ କାର୍ଯ୍ୟକାରୀ ପାଇଁ କେନ୍ଦ୍ରକୁ ତିନିମାସର ଡେଡ୍‌ଲାଇନ୍‌ ଦେଇଛନ୍ତି ସୁପ୍ରିମ୍‌କୋର୍ଟ। ସେନାରେ ଉଭୟ ପୁରୁଷ, ମହିଳାଙ୍କୁ ସମାନ ଅଧିକାର ସପକ୍ଷରେ ସୁପ୍ରିମ୍‌କୋର୍ଟ ରାୟ ଦେଇଛନ୍ତି। କେନ୍ଦ୍ର ସରକାରଙ୍କ ଆବେଦନ ଗ୍ରହଣୀୟ ନୁହେଁ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ। ସେନାରେ ସବୁବେଳେ ସମାନତା ରହିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ। ଜଷ୍ଟିସ୍‌ ଡିଓ୍ବାଇ ଚନ୍ଦ୍ରଚୁଡ ଓ ଜଷ୍ଟିସ୍‌ ଅଜୟ ରସ୍ତୋଗୀଙ୍କ ଦ୍ବାରା ଗଠିତ ଖଣ୍ଡପୀଠ ଏହି ମାମଲା ଶୁଣାଣି କରିଥିଲେ । ସେନାରେ ମହିଳା ଅଧିକାରୀଙ୍କ ନିଯୁକ୍ତି ଏକ ବିକାଶବାଦୀ ପ୍ରକ୍ରିୟା ବୋଲି କହିଥିଲେ । କେନ୍ଦ୍ର ନିଜର ଦୃଷ୍ଟିକୋଣ ଓ ମାନସିକତାରେ ପରିବର୍ତ୍ତନ କରିବା ଜରୁରୀ ବୋଲି କହିଛନ୍ତି ସୁପ୍ରିମ୍‌କୋର୍ଟ ।

 

Related posts