Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଏନଆରସିକୁ ବିରୋଧ କରିବା ପାଇଁ ଯୁବ କଂଗ୍ରେସ କରିବ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ ଅଭିଯାନ
ଆଜିର ଖବର

ଏନଆରସିକୁ ବିରୋଧ କରିବା ପାଇଁ ଯୁବ କଂଗ୍ରେସ କରିବ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ ଅଭିଯାନ

February 17, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର ତା ୧୭.୦୨ – ବର୍ତମାନ ସମଗ୍ର ଦେଶରେ ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ସିଟିଜେନ୍‌ସିପ୍ (#NRC) କୁ ନେଇ ବାଦବିବାଦ ଚାଲୁଥିବା ବେଳେ ଭାରତୀୟ ଯୁବ କଂଗ୍ରେସ ଦ୍ୱାରା ନ୍ୟାସନାଲ ରେଜିଷ୍ଟ୍ରର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ (NRU) ନାମକ ରାଷ୍ଟ୍ରବ୍ୟାପୀ ପ୍ରଚାର ଅଭିଯାନ ଆରମ୍ଭ ହୋଇଯାଇଛି । ଏହି ଅଭିଯାନକୁ କେନ୍ଦ୍ର କରି ଭାରତୀୟ ଯୁବ କଂଗ୍ରେସ ସବୁ ରାଜ୍ୟରେ “ୟଙ୍ଗ ଇଣ୍ଡିଆ କି ବୋଲ” ନାମକ ଭାଷଣ ପ୍ରତିଯୋଗିତାର ଆୟୋଜନ ଆରମ୍ଭ କରାଯାଇଛି । ଯାହାର ବିଷୟ ରହିଛି “ବେରୋଜଗାରୀ” । ଏହି ପରିପ୍ରେକ୍ଷୀରେ ଆଜି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ଏହି କାର୍ଯ୍ୟକ୍ରମର ପୋଷ୍ଟର, ବ୍ୟାନର କଂଗ୍ରେସ ଭବନରେ ଉନ୍ମୋଚନ କରାଯାଇଛି ।

ସି.ଏ.ଏ, ଏନ୍‌.ଆର୍‌.ସି. ଏବଂ ଏନ୍‌.ପି.ଆର୍‌. ସହିତ ଅର୍ଥ ବ୍ୟବସ୍ଥା, ବେରୋଜଗାରୀ ବିଷୟରେ ଯୁବ କଂଗ୍ରେସ କେନ୍ଦ୍ରର ବିଜେପି ସରକାରକୁ ଲଗାତର ସମାଲୋଚନା କରୁଛି । ଏହି ମୁହୂର୍ତରେ ଦେଶରେ ବେରୋଜଗାରୀ ବହୁତ ବଡ ସମସ୍ୟା ରହିଛି । ବିଗତ ୨୦ ବର୍ଷରେ ନବୀନ ସରକାର ଓଡିଶାକୁ ବେରୋଜଗାରୀରେ ଏକ ନମ୍ବର ସ୍ଥାନରେ ପହଁଚାଇଛି।  ତେଣୁ ଦେଶରେ ନ୍ୟାସନାଲ୍ ରେଜିଷ୍ଟ୍ରାର ଅଫ୍ ଅନ୍‌ଏମ୍ପେ୍ଲାଏଡ୍ ନିତାନ୍ତ ଦରକାର ବୋଲି ଓଡିଶା ପ୍ରଦେଶ ଯୁବ କଂଗ୍ରେସ ସଭାପତି ଲୋକନାଥ ମହାରଥୀ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ପ୍ରଥମେ ଜିଲ୍ଲାସ୍ତରୀୟ ପରେ ରାଜ୍ୟସ୍ତରୀୟ ଭାଷଣ ପ୍ରତିଯୋଗିତା “ୟଙ୍ଗ ଇଣ୍ଡିଆ କି ବୋଲ୍‌” ଦ୍ୱାରା କରାଯିବ ଏବଂ ଶେଷରେ ଜବାହରଲାଲ ନେହେରୁ ଷ୍ଟାଡିୟମ୍ ଦିଲ୍ଲୀ ଠାରେ ମାର୍ଚ୍ଚ ୨୩ ତାରିଖରେ ସମାପନ ହେବ ।

ଏହି ସାମ୍ବାଦିକ ସମ୍ମିଳନୀରେ ଭାରତୀୟ ଯୁବ କଂଗ୍ରେସର ସାଧାରଣ ସଂପାଦିକା ତଥା ଓଡିଶା ଯୁବ କଂଗ୍ରେସ ପ୍ରଭାରୀ ପ୍ରତିଭା ରଘୁବଂଶୀ, ‘ୟଙ୍ଗ ଇଣ୍ଡିଆ କି ବୋଲ୍‌’ର ପ୍ରଭାରୀ ଆଶୁତୋଷ ଚାଟାର୍ଜୀ, ୟଶ୍ ଚୌଧୁରୀ, ପ୍ରଦେଶ ଯୁବ କଂଗ୍ରେସ ମୁଖାପାତ୍ର ଅଜୟ କୁମାର ସାହୁ, ଦେବାଶିଷ ମହାପାତ୍ର, ଭୁବନେଶ୍ୱର ଯୁବ କଂଗ୍ରେସ ସଭାପତି ରଂଜିତ୍ ପାତ୍ର, ସଂକୁନା କହଁର, ଆଲୋକ ଲେଙ୍କା, ଜ୍ଞାନରଂଜନ ରାଉତ, ନଳିନୀକାନ୍ତ ନାୟକ ଓ ବିରଂଚି ବାରିକ ପ୍ରମୁଖ ଉପସ୍ଥିତ ଥିଲେ ।

bhubaneswar caa NRC youthcongress
Share. Facebook Twitter LinkedIn Email WhatsApp Copy Link

Related Posts

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Latest News

ହରମୁଜରେ ଚାଲିଥିବା ଉତ୍ତେଜନା ମଧ୍ୟରେ ରୁଷ ସହିତ ଭାରତ ନେଲା ପଦକ୍ଷେପ!: ଶେଷ ହେବ ତୈଳ ବିବାଦ 

April 21, 2026

ଇସ୍ପାତ ସହର ରାଉରକେଲାରେ ମହାମହିମ

April 21, 2026

ଆଜି ପ୍ରଧାନମନ୍ତ୍ରୀଙ୍କ ରାଜସ୍ଥାନ ଗସ୍ତ

April 21, 2026

ଜଳିବ ପଶ୍ଚିମ ଓଡ଼ିଶା

April 21, 2026

ତିନି ମାସ ମଧ୍ୟରେ ୧୮,୨୬୨ଟି ଗ୍ରୀଷ୍ମକାଳୀନ ସ୍ୱତନ୍ତ୍ର ଟ୍ରେନ୍ ଟ୍ରିପ 

April 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.