Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ଘୋଷଣା
ଆଜିର ଖବର

ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ସମଗ୍ର ମିଡ଼ିଆ ଓ ବିତରଣ ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ଘୋଷଣା

February 18, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ / ଭୁବନେଶ୍ୱର: ରିଲାଏନ୍ସ ଇଣ୍ଡଷ୍ଟ୍ରିଜ ପକ୍ଷରୁ ବିବିଧ ସଂସ୍ଥା ଭାବରେ ରହିଥିବା ଏହାର ସମଗ୍ର ମିଡ଼ିଆ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) ବ୍ୟବସାୟକୁ ନେଟୱାର୍କ୧୮ ଅଧୀନରେ ମିଶ୍ରଣ ସମ୍ପର୍କରେ ସୋମବାର ଘୋଷଣା କରାଯାଇଛି। ଏହି ମିଶ୍ରଣ ବ୍ୟବସ୍ଥା ଆଧାରରେ ଟିଭି୧୮ ବ୍ରଡ଼କାଷ୍ଟ, ହାଥୱେ କେବୁଲ ଓ ଡାଟାକମ ଏବଂ ଡେନ ନେଟୱାର୍କ ଏକାଠି ହୋଇ ନେଟୱାର୍କ୧୮ ମିଡ଼ିଆ ଓ ଇନଭେଷ୍ଟମେଣ୍ଟ ରେ ସମ୍ମିଳିତ ହେବେ, ଯାହାକି ୮୦୦୦ କୋଟି ଆୟ ବିଶିଷ୍ଟ ଏକ ସମନ୍ବିତ ମିଡ଼ିଆ ଓ ଓ ବିତରଣ (ଡିଷ୍ଟ୍ରିବ୍ୟୁସନ) କମ୍ପାନୀରେ ପରିଣତ ହେବ। ଏହି ପୁନର୍ଗଠନ ଜରିଆରେ ସମନ୍ବିତ ମୂଲ୍ୟ ବୃଦ୍ଧି ପାଇବା ସହିତ ଏକ ବୃହତ କମ୍ପାନୀ ହେବାର ବ୍ୟାପକ ଆର୍ଥିକ ଲାଭ ମିଳିପାରି । ଏଥିସହିତ ଏହାଦ୍ୱାରା ଲିଷ୍ଟେଡ଼ ସଂସ୍ଥା ସଂଖ୍ୟାରେ ହ୍ରାସ ହୋଇ କର୍ପୋରେଟ ଆକାର ଓ ବ୍ୟବସ୍ଥା  ଆହୁରି ସରଳ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି।

ଏହି ମିଶ୍ରଣ ଦ୍ୱାରା ନେଟୱାର୍କ ୧୮ ଆକାରରେ ବ୍ୟାପକ ବୃଦ୍ଧି ସହିତ ଏହି କ୍ଷେତ୍ରରେ ଅନ୍ୟତମ ବୃହତ ଆକାରର ପଂଜିକୃତ (ଲିଷ୍ଟେଡ଼) କମ୍ପାନୀ ଭାବରେ ଉଭାହେବ। ସମସ୍ତ ସମ୍ପର୍କିତ କମ୍ପାନୀ ଓ ସଂସ୍ଥାଗୁଡିକର ନିର୍ଦେଶକ ମଣ୍ଡଳୀ ପକ୍ଷରୁ ସୋମବାର ଅନୁଷ୍ଠିତ ବୈଠକ ଗୁଡିକରେ ଏହି ମିଶ୍ରଣ ସ୍କିମ ଓ ବ୍ୟବସ୍ଥା ଅନୁମତି ଲାଭ କରିଛି। ସମଗ୍ର ବ୍ରଡ଼କାଷ୍ଟିଙ୍ଗ ବ୍ୟବସାୟ ନେଟୱାର୍କ୧୮ ଅଧୀନରେ ରହୁଥିବା ବେଳେ କେବୁଲ ଓ ଇଣ୍ଟରନେଟ ସେବା ପ୍ରଦାନ ବ୍ୟବସାୟ ନେଟୱାର୍କ୧୮ ଅନ୍ତର୍ଗତ ଦୁଇଟି ସମ୍ପୂର୍ଣ୍ଣ ଅଧିକୃତ ସହାୟକ କଂପାନୀ ଭାବରେ ରହିବେ ବୋଲି କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି।

ଉଭୟ ଡେନ ଓ ହାଥୱେ ବ୍ୟବସାୟର ମିଶ୍ରଣ ହେବାଦ୍ବାରା ଭାରତର ୧୫ ନିୟୁତରୁ ଉର୍ଦ୍ଧ୍ବ ଘରକୁ ସଂଯୁକ୍ତ କରି ଲୋକମାନଙ୍କୁ ସୁବିଧାରେ ହାଇ-ସ୍ପିଡ଼ ସେବା ପ୍ରଦାନ କରୁଥିବା ୨୭୦୦୦ ସ୍ଥାନୀୟ କେବୁଲ ଅପରେଟର ପାର୍ଟନରମାନଙ୍କ ସହିତ ଏକାଠି ଏହା ଏକ ବୃହତ ସଂସ୍ଥା ଭାବେ କାୟା ବିସ୍ତାର କରିବ। ସମ୍ମିଳିତ ବ୍ରଡ଼ବ୍ୟାଣ୍ଡ ସଂସ୍ଥା ମଧ୍ୟ ସାରା ଦେଶରେ ଏକ ନିୟୁତରୁ ଉର୍ଦ୍ଧ୍ବ ଫିକ୍ସଡ-ଲାଇନ ବ୍ରଡ଼ବ୍ୟାଣ୍ଡ ଉପଭୋକ୍ତାଙ୍କୁ ସେବା ପ୍ରଦାନ କରିବ। ନ୍ୟୁଜ଼ ଏବଂ ମନୋରଞ୍ଜନ କ୍ଷେତ୍ରରେ ଉଭୟ ଲିନିୟର ଏବଂ ଡିଜିଟାଲ କଣ୍ଟେଣ୍ଟର ବିଶାଳ ସମ୍ଭାର ସହିତ ଦେଶର ସର୍ବବୃହତ କେବୁଲ ଡିଷ୍ଟ୍ରିବ୍ୟୁସନ ନେଟୱର୍କ ଏକାଠି ରହିବା ଦ୍ୱାରା ଏହା ଅଧିକ ଉପଯୋଗୀ ହୋଇ ସମସ୍ତ ଅଂଶୀଦାରମାନଙ୍କ ପାଇଁ ଲାଭଦାୟକ ହେବ ବୋଲି କମ୍ପାନୀ ପକ୍ଷରୁ ପ୍ରକାଶ କରାଯାଇଛି। ଏହାଦ୍ୱାରା ଡିଜିଟାଲ, ବ୍ରଡ଼କାଷ୍ଟ ମିଡ଼ିଆ, କେବୁଲ ଏବଂ ବ୍ରଡ଼ବ୍ୟାଣ୍ଡ କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧିର ନୂତନ ସୁଯୋଗ ସମ୍ବଳିତ ଏକ ପରିବେଶର ଅଭ୍ୟୁଦୟ ହେବ। ଏଥିସହିତ ମିଶ୍ରଣ ଦ୍ୱାରା ସମସ୍ତ କମ୍ପାନୀଗୁଡିକରେ ପରିଚାଳନା ବ୍ୟବସ୍ଥା ସଂଗଠିତ ହେବା ସହିତ ରିସ୍କ ହ୍ରାସ  ପାଇବା ଅଂଶଧାରକମାନଙ୍କ ପାଇଁ ଲାଭଦାୟକ ହେବ।

news18 reliance
Share. Facebook Twitter LinkedIn Email WhatsApp Copy Link

Related Posts

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026
Latest News

ବାୟୁସେନା ମୁଖ୍ୟ ଏପି ସିଂହଙ୍କ ‘ତେଜସ୍’ରେ ସରିଲା ଶେଷ ଉଡ଼ାଣ

October 13, 2026

JNU ଯୌନ ନିର୍ଯାତନା ମାମଲା: କଂଗ୍ରେସ ସାଂସଦଙ୍କୁ ନିଲମ୍ବନ ଦାବି, ରାଷ୍ଟ୍ରପତିଙ୍କୁ ଭେଟିବେ ବିଜେପି ସାଂସଦ

October 13, 2026

ପାକିସ୍ତାନରେ ଟ୍ରେନ୍ ଦୁର୍ଘଟଣା: ୫ ମୃତ, ଏକାଧିକ ଆହତ

October 13, 2026

ନିଶାଦ୍ରବ୍ୟ ବିରୁଦ୍ଧରେ ଅଭିଯାନ ଚଳାଇଥିବା ପରମିନ୍ଦର ସିଂହଙ୍କୁ ଗୁଳି କରି ହତ୍ୟା

October 13, 2026

Truecallerରୁ ହଟାନ୍ତୁ ନିଜ ନମ୍ବର ଓ ବ୍ୟକ୍ତିଗତ ତଥ୍ୟ, ଏହି ସହଜ ଟ୍ରିକ୍‌ ଜାଣି ରଖନ୍ତୁ

October 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.