ଯୁବତୀଙ୍କୁ ଅଶ୍ଲୀଳ ମେସେଜ୍‌ ପଠାଇ ବୃଦ୍ଧ ଗିରଫ

Published: Feb 20, 2020, 11:47 am IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଫୋନ୍‌ରୁ ଅଶ୍ଲୀଳ ମେସେଜ୍‌ ପଠାଇ ବ୍ଲାକମେଲିଂ କରିବା ଅଭିଯୋଗରେ ଜଣେ ବୃଦ୍ଧ ଗିରଫ ହୋଇଛନ୍ତି। ଯୁବତୀଙ୍କୁ ରାଜ୍ୟ ବାହାରକୁ ମଧ୍ୟ ଚାଲାଣ କରୁଥିବା ବୃଦ୍ଧଙ୍କ ନାଁରେ ଅଭିଯୋଗ ମଧ୍ୟ ରହିଛି। ଗ୍ରାମାଞ୍ଚଳ ଥାନା ଚରମ୍ପା ଏରେଇ ବନ୍ଧ ଅଞ୍ଚଳରୁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି। ଯୁବତୀଙ୍କୁ ଅଶ୍ଲୀଳ ମେସେଜ୍‌ ପରେ ଟଙ୍କା ଲୋଭ ଦେଖାଇ ବୃଦ୍ଧ ଜଣକ ଚାଲାଣ କରୁଥିବାର ଅଭିଯୋଗ ମଧ୍ୟ ରହିଛି। ଏନେଇ ସମ୍ପୃକ୍ତ ଯୁବତୀଙ୍କ ପରିବାରର ଅଭିଯୋଗ ପରେ ବୃଦ୍ଧଙ୍କୁ ପୋଲିସ୍‌ ଗିରଫ କରିଛି।

Related posts