Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»‘ବାୟୋ ଏସିଆ ୨୦୨୦’: ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନ୍‌କୁ୍ୟବେସନ ସେଣ୍ଟର
ଆଜିର ଖବର

‘ବାୟୋ ଏସିଆ ୨୦୨୦’: ଭୁବନେଶ୍ୱରରେ ହେବ ବାୟୋଟେକ୍ନୋଲୋଜି ପାର୍କ ଓ ଇନ୍‌କୁ୍ୟବେସନ ସେଣ୍ଟର

February 20, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଭୁବନେଶ୍ୱରଠାରେ ଖୁବ୍‌ ଶୀଘ୍ର ଏକ ବାୟୋଟେକ୍‌ନୋଲୋଜି ପାର୍କ ପ୍ରତିଷ୍ଠା କରାଯିବ ଓ ଏଥିରେ ଭାରତ ବାୟୋଟେକ୍‌ ଉଦ୍ୟୋଗ ସହାୟତା କରିବ । ଏହା ବ୍ୟତୀତ ଭୁବନେଶ୍ୱରସ୍ଥିତ ଜୀବବିଜ୍ଞାନ ପ୍ରତିଷ୍ଠାନରେ ଏକ ଇନ୍‌କୁ୍ୟବେସନ୍‌ ସେଣ୍ଟର ଆରମ୍ଭ ହେବ ବୋଲି ବିଜ୍ଞାନ ଓ କାରିଗରୀ, ସାଧାରଣ ଉଦ୍ୟୋଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଶ୍ରୀ ଅଶୋକ ଚନ୍ଦ୍ର ପଣ୍ଡା ପ୍ରକାଶ କରିଛନ୍ତି ।

ହାଇଦ୍ରାବାଦ୍‌ଠାରେ ଆୟୋଜିତ ତିନିଦିନିଆ ‘ବାୟୋଏସିଆ-୨୦୨୦’ ଶିଖର ସମାବେଶର ଉଦ୍‌ଜାପନ କାର୍ଯ୍ୟକ୍ରମରେ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ମନ୍ତ୍ରୀ ଓଡ଼ିଶାରେ ନୂତନ ବାୟୋଟେକ୍‌ନୋଲୋଜି ନୀତି ପ୍ରଣୟନ ହେବା ସହିତ ବାୟୋଟେକ୍‌ନୋଲୋଜିର ସଦ୍ଉପଯୋଗ କ୍ରମେ ଓଡ଼ିଶାର ବିକାଶ ନିମନ୍ତେ ରାଜ୍ୟ ସରକାର ଗ୍ରହଣ କରିଥିବା ପଦକ୍ଷେପଗୁଡ଼ିକ ବାବଦରେ ସୂଚନା ଦେଇଛନ୍ତି । ପଣ୍ଡା କହିଛନ୍ତି ଯେ ପ୍ରାୟ ୮୦ରୁ
ଅଧିକ କଂପାନୀ ଓଡ଼ିଶାର ଶିଳ୍ପ ବିକାଶ ନିମନ୍ତେ ୨,୦୩,୨୭୦ କୋଟି ଟଙ୍କାର ପୁଞ୍ଜିନିବେଶ କରିଛନ୍ତି । ରାଜ୍ୟରେ ବାୟୋଟେକ୍‌ନୋଲୋଜି କ୍ଷେତ୍ରରେ ବ୍ୟାପକ ଅଭିବୃଦ୍ଧି ନିମନ୍ତେ ଶ୍ରୀ ପଣ୍ଡା ବିଭିନ୍ନ ଉଦ୍ୟୋଗ, ନିବେଶକ ଓ ବିଶେଷଜ୍ଞମାନଙ୍କ ସହଯୋଗ କାମନା କରିଛନ୍ତି ।

ତେଲେଙ୍ଗାନା ରାଜ୍ୟ ସରକାରଙ୍କ ଦ୍ୱାରା ଆୟୋଜିତ ୧୭ତମ ‘ବାୟୋଏସିଆ:୨୦୨୦’ ସମ୍ମିଳନୀରେ ପ୍ରାୟ ୩୭ଟି ଦେଶରୁ ୨୧୦୦ ପ୍ରତିନିଧି ଯୋଗଦେଇଥିବାବେଳେ ୧୦୦ ଆଲୋଚକ-ଗବେଷକ, ୮୦୦ କର୍ପୋରେଟ୍‌ ଅଧିକାର ଏବଂ ୩୫୦ ଜଣ କଂପାନୀ ନିର୍ବାହୀ ଯୋଗଦେଇଥିଲେ । ଗତକାଲି ସନ୍ଧ୍ୟାରେ ଆୟୋଜିତ ଉଦ୍‌ଜାପନୀ ଓ ଷ୍ଟାର୍ଟ ଅପ୍‌ ପୁରସ୍କାର ପ୍ରଦାନ କାଯ୍ୟକ୍ରମରେ ମନ୍ତ୍ରୀ ଶ୍ରୀ ପଣ୍ଡା ଯୋଗଦେଇ ରାଜ୍ୟରେ ଉପଲବ୍ଧ ଜୈବସଂବଳ ଓ
ପଦାର୍ଥ ମାଧ୍ୟମରେ ବିଭିନ୍ନ ଅଞ୍ଚଳରେ ବିଶେଷ କରି ଜନଜାତିବହୁଳ ଓ ସମୁଦ୍ରତଟବର୍ତ୍ତୀ ଅଞ୍ଚଳଗୁଡ଼ିକରେ କୃଷି କ୍ଷେତ୍ରରେ ବ୍ୟା ପକ ବିକାଶର ସମ୍ଭାବନା ରହିଥିବା ଦର୍ଶାଇଛନ୍ତି ।

Share. Facebook Twitter LinkedIn Email WhatsApp Copy Link

Related Posts

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026
Latest News

ଆଫଗାନିସ୍ତାନକୁ 350 ରନ୍‌ର ଟାର୍ଗେଟ ଦେଲା ଟିମ୍ ଇଣ୍ଡିଆ: ପୁଣି ଚମକିଲେ ଋତୁରାଜ-ତିଲକ

June 11, 2026

ଏବେ କଲ୍ୟାଣ ବାନାର୍ଜୀଙ୍କର ବିଦ୍ରୋହର ସ୍ଵର!: ମମତା ବାନାର୍ଜୀଙ୍କ ସମ୍ମୁଖରେ ରଖିଲେ ବଡ ସର୍ତ୍ତ

June 11, 2026

ବିବାହର ଏକ ବର୍ଷ ପରେ ମହିଳାଙ୍କ ଆତ୍ମହତ୍ୟା: କାରଣ ଅସ୍ପଷ୍ଟ

June 11, 2026

ତିନି ଦିନ ମଧ୍ୟରେ ତୃତୀୟ ଆକ୍ରମଣ: ଓମାନରେ ଆଉ ଏକ ଜାହାଜ ଉପରେ ଆକ୍ରମଣ

June 11, 2026

ଶକିରା ଏବଂ କେଟି ପେରିଙ୍କ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ସହିତ ଆରମ୍ଭ ହେବ ଫିଫା ବିଶ୍ୱକପ୍-୨୦୨୬

June 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.