Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଆରଏସ୍‌ଏସ୍‌ ସହ ଜଡିତ ବିଦ୍ୟାଳୟଗୁଡ଼ିକରେ ବୃଦ୍ଧି ପାଉଛି ମୁସଲମାନ ଛାତ୍ରଙ୍କ ସଂଖ୍ୟା
ଆଜିର ଖବର

ଆରଏସ୍‌ଏସ୍‌ ସହ ଜଡିତ ବିଦ୍ୟାଳୟଗୁଡ଼ିକରେ ବୃଦ୍ଧି ପାଉଛି ମୁସଲମାନ ଛାତ୍ରଙ୍କ ସଂଖ୍ୟା

February 21, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ: ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆରଏସ୍‌ଏସ୍‌) ମୁଖ୍ୟତଃ କଠୋର ହିନ୍ଦୁବାଦୀ ବୋଲି ଜଣାଯାଇଥା’ନ୍ତି ଏପରିକି ସେମାନେ ମୁସଲମାନଙ୍କୁ ବିରୋଧ କରିଥାନ୍ତି ବୋଲି ସାଧାରଣରେ ଆମର ଏକ ଚିନ୍ତାଧାରା ରହିଆସିଛି। କିନ୍ତୁ ଏହାର ଏକ ବ୍ୟତିକ୍ରମ ଦେଖିବାକୁ ମିଳିଛି ଉତ୍ତରପ୍ରଦେଶଠାରେ। ମିଳିଥିବା ସୂଚନା ଅନୁସାରେ ସଂଘ ପରିବାର ସହ ଜଡିତ ଥିବା ବିଦ୍ୟା ଭାରତୀ ଦ୍ବାରା ସଞ୍ଚାଳିତ ବିଦ୍ୟାଳୟଗୁଡ଼ିକରେ ମୁସଲମାନ ଛାତ୍ରଙ୍କ ସଂଖ୍ୟା ବଢିଥିବାର ଦେଖାଯାଇଛି। ବିଗତ ତିନି ବର୍ଷ ଧରି ଏହି ସ୍କୁଲରେ ପ୍ରାୟ ୩୦ ପ୍ରତିଶତ ମୁସଲମାନ ଛାତ୍ରଙ୍କ ବୃଦ୍ଧି ହୋଇଥିବାର ଜଣାଯାଇଛି। ବର୍ତ୍ତମାନ ଉତ୍ତରପ୍ରଦେଶର ଏହି ସ୍କୁଲଗୁଡିକରେ ପ୍ରାୟ ୧୨,୦୦୦ ମୁସଲମାନ ଓ ଈଶାଇ ଛାତ୍ର ଶିକ୍ଷାଗ୍ରହଣ କରୁଛନ୍ତି। ଏତଦ୍‌ବ୍ୟତୀତ ବିଦ୍ୟାଭାରତୀରେ ମୁସଲମାନ ଶିକ୍ଷକମାନେ ମଧ୍ୟ ଭର୍ତ୍ତି ହେଉଛନ୍ତି।

ବିଦ୍ୟାଭାରତୀର ଏହି ବିଦ୍ୟାଳୟଗୁଡ଼ିକରେ ମୁସଲିମ୍‌ ଛାତ୍ରମାନେ ଶ୍ଲୋକ ସହ ମନ୍ତ୍ର ପାଠ ମଧ୍ୟ କରୁଛନ୍ତି। କେବଳ ପାଠ ନୁହେଁ ଖେଳରେ ମଧ୍ୟ ବେଶ୍‌ ଭଲ ପ୍ରଦର୍ଶନ କରୁଛନ୍ତି ଏହି ବିଦ୍ୟାଳୟର ଛାତ୍ରମାନେ। ନିକଟରେ ପ୍ରୟାଗରାଜ ସ୍ଥିତ ଦେବୀ ସରସ୍ବତୀ ବିଦ୍ୟା ମନ୍ଦିର ଇଣ୍ଟର କଲେଜର ଛାତ୍ର ମୋହମ୍ମଦ ଅଫସର୍‌ ଓ ମୋହମ୍ମଦ ସୁହବାନ୍‌ ଗୌହ୍ବାଟୀ ଖେଲୋ ଇଣ୍ଡିଆ ୟୁଥ୍‌ ଗେମସ୍‌ରେ ହ୍ରେମର୍‌ ଥ୍ରୋ ପ୍ରତିଯୋଗିତାରେ ଅଂଶଗ୍ରହଣ କରି ସ୍ବର୍ଣ୍ଣପଦକ ବିଜେତା ହୋଇଛନ୍ତି। ବିଦ୍ୟାଭାରତୀର ଅତିରିକ୍ତ ସଚିବ ଚିନ୍ତାମଣିଙ୍କ କହିବାନୁସାରେ ୨୦୧୬ରେ ବିଦ୍ୟାଭାରତୀ ବିଦ୍ୟାଳୟଗୁଡ଼ିକରେ ମୁସଲିମ୍‌ ଛାତ୍ରଙ୍କ ସଂଖ୍ୟା ୬,୮୯୦ ରହିଥିବାବେଳେ ୨୦୧୯ରେ ଏହା ବୃଦ୍ଧି ପାଇ ୯,୦୩୭ରେ ପହଞ୍ଚିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026
Latest News

ଟାଉନ କ୍ଲବର ୪୦ତମ ଭଜନ ସମାରୋହ: ଭକ୍ତି ରସରେ ଝୁମିଲା ଦ୍ୱିତୀୟ ଶ୍ରୀକ୍ଷେତ୍ର ରଣପୁର

July 26, 2026

ବିଜେପି ରାଜ୍ୟ କାର୍ଯ୍ୟାଳୟରେ ‘ସମରସ ସଂକଳ୍ପ ଅଭିଯାନ’ର ପ୍ରଦେଶସ୍ତରୀୟ କର୍ମଶାଳା

July 26, 2026

ମହାପ୍ରଭୃଙ୍କ ସୁନାବେଶ: ଏହାର ମାହାତ୍ମ୍ୟ କଣ, କେତେଥର ହୁଏ ଏହି ବେଶ

July 26, 2026

ପାଟଣାଗଡ଼ ବ୍ଲକ୍ ଠାରେ ନୂତନ ମିନି ଷ୍ଟାଡିୟମର ଶୁଭ ଉଦଘାଟନ କଲେ ଉପମୁଖ୍ୟମନ୍ତ୍ରୀ

July 26, 2026

ଆଜି ଜୁଲାଇ ୨୬ ତାରିଖ ରବିବାରରେ ଏହି ରାଶିର ବ୍ୟକ୍ତିମାନେ ମାନସିକ ସ୍ତରରେ ହେବେ ଚିନ୍ତିତ

July 26, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.