ଶିବ ଦର୍ଶନ ବେଳେ ଅଘଟଣ : ପଥର ଖସି ତିନି ଆହତ

Published: Feb 21, 2020, 12:27 pm IST

ସମୀକ୍ଷା ବ୍ୟୁରୋ

ବିରମିତ୍ରପୁର : ପବିତ୍ର ଜାଗରରେ ଅଘଟଣ ଘଟିଛି । ଶିବ ଦର୍ଶନ କଲାବେଳେ ପଥର ଖସି ତିନି ଜଣ ଆହତ ହୋଇଛନ୍ତି । ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି । ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ । ହଠାତ୍‌ ପାହାଡ଼ ଖୋଲରୁ ପଥର ଖସିବାରୁ ତିନିଜଣ ଆହତ ହୋଇଛନ୍ତି । ହାତିବାରୀ ପ୍ରାଥମିକ ଚିକିତ୍ସାୟରେ ଆଶୁ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି । ଆହତଙ୍କ ମଧ୍ୟରେ ଦୁଇ ବର୍ଷର କୁନି ପୁଅ, ଚବିଶ ବର୍ଷୀୟ ଯୁବତୀ ଓ ଜଣେ ମହିଳା ରହିଛନ୍ତି ।

Related posts