ଶିବ ଦର୍ଶନ ବେଳେ ଅଘଟଣ : ଆହତଙ୍କ ସଂଖ୍ୟା 15କୁ ବୃଦ୍ଧି

Published: Feb 21, 2020, 1:04 pm IST

ବିରମିତ୍ରପୁର: ପବିତ୍ର ଜାଗରରେ ଅଘଟଣ ଘଟିଛି। ଶିବ ଦର୍ଶନ କଲାବେଳେ ପଥର ଖସି 15 ଜଣ ଆହତ ହୋଇଛନ୍ତି। ନୂଆଗାଁ ବ୍ଲକ କନ୍ଦରକେଲା ଜଟିଆ ପାହାଡ଼ ଶିବ ମନ୍ଦିର ନିକଟରେ ଏହି ଅଘଟଣ ଘଟିଛି। ପ୍ରଭୁ ଶିବଙ୍କ ଦର୍ଶନ ପାଇଁ ଲମ୍ବା ଧାଡିରେ ଛିଡା ହୋଇଥିଲେ ଶ୍ରଦ୍ଧାଳୁ। ଶ୍ରଦ୍ଧାଳୁମାନେ ଯା’ ଆସ କଲାବେଳେ ପାହାଡ଼ ଖୋଲରୁ ପଥର ଖସିବାରୁ 15 ଜଣ ଆହତ ହୋଇଛନ୍ତି। ଏହି ଘଟଣାରେ 10 ଜଣଙ୍କ ଅବସ୍ଥା ଗୁରୁତର ରହିଛି। ହାତିବାରୀ ପ୍ରାଥମିକ ଚିକିତ୍ସାୟରେ ଆଶୁ ଚିକିତ୍ସା ପରେ ରାଉରକେଲା ସରକାରୀ ଡାକ୍ତରଖାନାକୁ  ସ୍ଥାନାନ୍ତର କରାଯାଇଛି। ଘଟଣାସ୍ଥଳରେ କିଛି ଶ୍ରଦ୍ଧାଳୁ ଫସି ରହିଥିବାର ସୂଚନା ରହିଛି। ଘଟଣାସ୍ଥଳକୁ ଅଗ୍ନିଶମ ବାହିନୀ ଉଦ୍ଧାର କରିବାକୁ ଯାଇଥିବାବେଳେ ପୋଲିସ୍‌ ସହ 6ଟି ଆମ୍ବୁଲାନ୍ସ ମଧ୍ୟ ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

Related posts