ବରିଷ୍ଠ ଶିକ୍ଷାବିତ୍‌ ତଥା ପୂର୍ବତନ ସାଂସଦ କ୍ରିଷ୍ଣା ବୋଷଙ୍କ ପରଲୋକ

Published: Feb 22, 2020, 3:23 pm IST

କୋଲକାତା : ବରିଷ୍ଠ ଶିକ୍ଷାବିତ୍‌ ତଥା ପୂର୍ବତନ ତୃଣମୂଳ କଂଗ୍ରେସ କ୍ରିଷ୍ଣା ବୋଷଙ୍କ ପରଲୋକ ହୋଇଛି । ଜାଦବପୁରରୁ ତୃଣମୂଳ ସାଂସଦ ରହିଥିବା ବୋଷଙ୍କର 89 ବର୍ଷ ବୟସରେ ଏକ ଘରୋଇ ହସ୍ପିଟାଲରେ ପରଲୋକ ହୋଇଛି । ସକାଳ 10.20 ମିନିଟ୍‌ରେ ଇ ଏମ୍‌ ବାଇପାସ୍‌ ହସ୍ପିଟାଲରେ କ୍ରିଷ୍ଣାଙ୍କ ପରଲୋକ ହୋଇଛି । ବୃଦ୍ଧାବସ୍ଥାରେ ପୀଡିତ ବୋଷ ଦୀର୍ଘଦିନ ହେବ ଅସୁସ୍ଥ ରହିବା ସହିତ ଆଇସିୟୁରେ ଭର୍ତ୍ତି ହୋଇଥିଲେ । ସୁବାଷ ଚନ୍ଦ୍ର ବୋଷଙ୍କ ପୁତୁରା ଶିଶିର କୁମାର ବୋଷଙ୍କୁ ବିବାହ କରିଥିବା ବେଳେ 1996,1998 ଏବଂ 1999ରେ ଲୋକସଭାକୁ ନିର୍ବାଚିତ ହୋଇଥିଲେ । (ଏଜେନ୍ସି)

Related posts