ଶିକ୍ଷକଙ୍କ ନିସ୍ତୁକ ମାଡରେ ଛାତ୍ର ବେହୋସ : ଶିକ୍ଷକଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦାବି କଲେ ଅଭିଭାବକ

Published: Feb 23, 2020, 11:02 am IST

ବବୁଲୁ ସାହୁ

କଳହାଣ୍ଡି : କଳାହାଣ୍ଡି ଜିଲ୍ଲା କର୍ଲମୁଣ୍ଡା ବ୍ଲକ ଅନ୍ତର୍ଗତ ଏକାତରା ବୀଣାପାଣି ସରକାରୀ ବିଦ୍ୟାଳୟରେ ଏକ ଅଭାବନୀୟ ଘଟଣା ଘଟିଛି। ବର୍ତ୍ତମାନ ଗଣଶିକ୍ଷା ବିଭାଗ ଛାତ୍ରମାନଙ୍କ ପାଇଁ ବହୁ ଯୋଜନା ପ୍ରସ୍ତୁତ କରୁଥିଲେ ହେଁ , ଏଠାରେ ଏହାର ବ୍ୟତିକ୍ରମ ଦେଖାଯାଇଛି । ଏହି ମହାବିଦ୍ୟାଳୟର ଜଣେ ଶିକ୍ଷକ ଜଣେ ଛାତ୍ରକୁ ନିସ୍ତୁକ ମାଡ ମାରିଥିବାର ଖବର ମିଳିଛି। ଶିକ୍ଷକଙ୍କ ମାଡ଼ରେ ଛାତ୍ର ଜଣକ ବେହୋସ୍‌ ହୋଇଥିବାର ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଗତକାଲି ଏହି ବିଦ୍ୟାଳୟର ସହକାରୀ ଶିକ୍ଷକ ବିରେନ୍ଦ୍ର ସାହୁ ଜଣେ ଛାତ୍ରକୁ ନିସ୍ତୁକ ଭାବରେ ମାଡ଼ ମାରିଥିଲେ । ମାଡ ଖାଇ ଛାତ୍ରଟି ବେହୋସ ହୋଇ ପଡ଼ିଥିଲା । କିଛି ସମୟ ପରେ ଆହତ ଛାତ୍ରଟି କାନ୍ଦି କାନ୍ଦି ଘରେ ପହଞ୍ଚି ଘର ଲୋକଙ୍କୁ ଏ ଘଟଣା ସମ୍ପର୍କରେ ଜଣାଇଥିଲେ। ଏହାପରେ ପରିବାର ଲୋକେ ଉକ୍ତ ଶିକ୍ଷକଙ୍କୁ ଛାତ୍ରଙ୍କୁ କ’ଣ ପାଇଁ ନିସ୍ତୁକ ମାଡ ମାରିଥିବାର ପଚାରିଥିଲେ, ମାତ୍ର ଶିକ୍ଷକ ଜଣକ ଏ ସମ୍ପର୍କରେ କିଛି ଜାଣିନାହାନ୍ତି ବୋଲି କହିଥିଲେ ବୋଲି ଛାତ୍ରଙ୍କ ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ବିଦ୍ୟାଳୟଗୁଡ଼ିକୁ ଦଣ୍ଡମୁକ୍ତ ଅଞ୍ଚଳ ଭାବେ ଘୋଷଣା କରାଯାଇଥିବାବେଳେ ଛାତ୍ରଙ୍କୁ ଏପରି ମାଡ ମାରିବା କେତେଦୂର ଯୁକ୍ତିଯୁକ୍ତ ବୋଲି ଅଭିଭାବକ ପ୍ରଶ୍ନ କରିଛନ୍ତି। ସେହିପରି ସମ୍ପୃକ୍ତ ଶିକ୍ଷକ ଜଣକ ଠିକ୍‌ ଭାବରେ ଶିକ୍ଷାଦାନ କରୁନାହାନ୍ତି ବୋଲି ମଧ୍ୟ ଅଭିଯୋଗ କରିଛନ୍ତି ଅଭିଭାବକ  ସମ୍ପ୍ରତି ଗଣଶିକ୍ଷା ବିଭାଗ ଶିକ୍ଷା ବିଭାଗ ପ୍ରତି ବେଶ୍‌ କଡା ପଦକ୍ଷେପ ନେଉଥିବାବେଳେ ଏହି ଘଟଣାର ତୁରନ୍ତ ବିଚାର କରିବାକୁ ଛାତ୍ରଛାତ୍ରୀ ଓ ଅଭିଭାବକମାନେ ଅଭିଯୋଗ କରିଛନ୍ତି। ଏପରି ନିସ୍ତୁକ ମାଡ ମାରିଥିବା ଶିକ୍ଷକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରିବାକୁ ଦାବି କରିଛନ୍ତି ଅଭିଭାବକ।

Related posts