Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କଟକରୁ ଶୁଭାରମ୍ଭ ହେଲା ୧ ଲକ୍ଷ ଗ୍ରୀନ୍ ଆର୍ମିଙ୍କ ସମାବେଶ ସହିତ ୧ କୋଟି ବୃକ୍ଷରୋପଣ
ଆଜିର ଖବର

କଟକରୁ ଶୁଭାରମ୍ଭ ହେଲା ୧ ଲକ୍ଷ ଗ୍ରୀନ୍ ଆର୍ମିଙ୍କ ସମାବେଶ ସହିତ ୧ କୋଟି ବୃକ୍ଷରୋପଣ

February 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କଟକ : ବର୍ତ୍ତମାନ ପରିବେଶ ପ୍ରଦୂଷଣ, ଜଳବାୟୁ ପରିବର୍ତ୍ତନ, ବିଶ୍ୱ ତାପନ, ଅଦିନିଆ ବର୍ଷା, ସାମୁଦ୍ରିକ ଝଡ଼ ପୃଥିବୀ ଆଗରେ ଘାତକ ହୋଇ ଠିଆହୋଇଛି । ତେଣୁ ପରିବେଶବିତ୍‌ମାନେ ସତର୍କ କରେଇ ଦେଲେଣି ଏବେଠାରୁ ବ୍ୟାପକ ବୃକ୍ଷରୋପଣ କରାନଗଲେ ପୃଥିବୀପୃଷ୍ଠରେ ଜୀବଜଗତର ଆୟୁଷ ଆଉ ବେଶୀଦିନ ନୁହେଁ ବୋଲି ପ୍ରେରଣା ଇଣ୍ଟରନ୍ୟାସନାଲ ଗ୍ରୀନ୍ ଆର୍ମି ପକ୍ଷରୁ କଟକ ବାରବାଟୀ ଷ୍ଟାଡ଼ିୟମଠାରେ ଆୟୋଜିତ ଏକ ବିରାଟ ଗ୍ରୀନ୍ ଆର୍ମିଙ୍କ ସମାବେଶରେ କାର୍ଯ୍ୟକ୍ରମର ଉଦ୍ଦେଶ୍ୟ ସମ୍ପର୍କରେ ସୂଚନା ଦେଇ ଗ୍ରୀନ୍ ଆର୍ମି କମାଣ୍ଡାଣ୍ଟ ଇନ୍ ଚିଫ୍ ଡ. ଦିଲ୍ଲୀପ ଶ୍ରୀଚନ୍ଦନ କହିଛନ୍ତି ।

ସେ କହିଛନ୍ତି ଯେ, ଏପ୍ରିଲ ମାସ ୧ ତାରିଖ ଦିନ ଭୁବନେଶ୍ୱରରେ ୧ ଲକ୍ଷ ଗ୍ରୀନ୍ ଆର୍ମି, ବୃକ୍ଷପ୍ରେମୀ, ପ୍ରକୃତିବନ୍ଧୁ, ପ୍ରକୃତିମିତ୍ର, ଜଙ୍ଗଲ ସୁରକ୍ଷା କମିଟି ଓ ପରିିବେଶବିତ୍‌ମାନଙ୍କର ସମାବେଶ ଆୟୋଜନ କରାଯାଇ ଜୁଲାଇ ମାସ ୧ ତାରିଖ ଦିନ ୧ କୋଟି ବୃକ୍ଷ ରୋପଣ କରାଯିବା ପାଇଁ ସଂକଳ୍ପ ଗ୍ରହଣ କରାଯିବ । ଏହି ଅଭିଯାନରେ ଦେଶ ଓ ବିଦେଶରେ ରହୁଥିବା ୪କୋଟି ୫୦ଲକ୍ଷ ଓଡ଼ିଆ “ପ୍ଲାଣ୍ଟ ଏ ଟ୍ରି’ ଲୋକାଲି, ରିଡ୍ୟୁସ୍ ୱାର୍ମିଙ୍ଗ ଗ୍ଲୋବାଲି’ ସ୍ଲୋଗାନ ନେଇ କାର୍ଯ୍ୟ କରିବେ ।

ଏହି ଅଭିଯାନକୁ ପତାକା ଦେଖାଇ ଜଷ୍ଟିସ ଏ.ଏସ୍ ନାଇଡୁ, ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ, କଟକ ବିଧାୟକ ମହମ୍ମଦ ମୋକିମ, ଚଳଚ୍ଚିତ୍ର ନିଗମର ଅଧ୍ୟକ୍ଷ କୁନା ତ୍ରିପାଠୀ, ସମାଜର ଆଜୀବନ ସଦସ୍ୟ ପ୍ରଭାସ ଆଚାର୍ଯ୍ୟ, ଉତ୍କଳ ସମ୍ମିଳନୀର ସଭାପତି ରବି ରଞ୍ଜନ, ଓଡ଼ିଶା ବୀର ମହାସଂଘର ସଭାପତି ଡ. ପ୍ରକାଶ ଶ୍ରୀଚନ୍ଦନ, ଚଳଚ୍ଚିତ୍ର ଅଭିନେତା ଶ୍ରୀତମ ଦାସ, ଆଚିଭର ଫାଉଣ୍ଡେସନର ଆବାହକ ଅଶୋକ ସୁନ୍ଦରାୟ, ଏନ୍‌.ଏସ୍‌.ଏସ୍ ରାଜ୍ୟ ଅଧିକାରୀ ଡ. ସୁରେଖା ସ୍ୱାଇଁ, ଏନ୍‌.ଏସ୍‌.ଏସ୍ ଆଞ୍ଚଳିକ ଅଧିକାରୀ ଡ. ସରିତା ପଟେଲ, ଅଧ୍ୟାପିକା ଅନୁପମା ଚମ୍ପତ୍ତିରାୟ, ଦିବ୍ୟ ନାରାୟଣ ସ୍ୱାଇଁ ପ୍ରମୁଖ ଉପସ୍ଥିତ ରହି ବିଶ୍ୱ ବଞ୍ଚାଇବା ପାଇଁ ପ୍ରେରଣା ଗ୍ରୀନ୍ ଆର୍ମି ପକ୍ଷରୁ ଆୟୋଜିତ ଏହି ଅଭିଯାନରେ ସାମିଲ୍ ହେବାକୁ ଅନୁରୋଧ କରିଥିଲେ ।

ଏହି ଅବସରରେ ଥାଇଲାଣ୍ଡ, ଜାପାନ, ଲଣ୍ଡନ ଆଦି ଦେଶ ତଥା ପଞ୍ଜାବ, ରାଜସ୍ଥାନ, ଆସାମ, ଓଡ଼ିଶା ଆଦି ୧୫ଗୋଟି ରାଜ୍ୟର ୧ ହଜାରରୁ ଉର୍ଦ୍ଧ୍ୱ ଛାତ୍ର, ଯୁବକ ଅଂଶଗ୍ରହଣ କରି କଟକ ସହରସାରା ପରିକ୍ରମା କରିଥିଲେ । ଏଥିସହିତ ବିଶ୍ୱ ସବୁଜ ମୁକୁଟ ବିଜୟିନୀ ଜ୍ୟୋତି ପଟ୍ଟନାୟକଙ୍କୁ ‘ଗ୍ରୀନ ଆମ୍ବାସାଡ଼ର’ ଓ ବୁଲେଟ ଧାବିକା ମୋନାଲିସା ମହାରଣାଙ୍କୁ ‘ଗ୍ରୀନ୍ କୁଇନ୍‌’ ସମ୍ମାନ ପ୍ରଦାନ କରାଯାଇଥିଲା ।

Share. Facebook Twitter LinkedIn Email WhatsApp Copy Link

Related Posts

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026
Latest News

ସରିଲା ଦୁଇ ମହାଶକ୍ତିଙ୍କ ପ୍ରସିଦ୍ଧ ଭେଟଯାତ୍ରା: ଆଜିଠାରୁ ସପ୍ତମାତାଙ୍କ ଦିବ୍ୟଦର୍ଶନ ଆରମ୍ଭ

October 11, 2026

ସୁପ୍ରିମକୋର୍ଟରେ ‘ଲଜ୍ଜା, ଲଜ୍ଜା’ ର ସ୍ଲୋଗାନ: ଓକିଲମାନଙ୍କୁ ଭର୍ତ୍ସନା କଲେ ବିଚାରପତି

October 11, 2026

ଶାରଦୀୟ ନବରାତ୍ରି : ମା’ ଦୁର୍ଗାଙ୍କ ଆରାଧନା, ନବରୂପ, କନ୍ୟାପୂଜା ଏବଂ ଦୀପ ପ୍ରଜ୍ଜ୍ୱଳନର ବିଶେଷ ନୀତିନିୟମ

October 11, 2026

ଆଖୁ କ୍ରୟମୂଲ୍ୟ କ୍ୱିଣ୍ଟାଲପିଚ୍ଛା ୪୨୫ ଟଙ୍କାକୁ ବୃଦ୍ଧି କଲେ ଛତିଶଗଡ଼ ସରକାର

October 11, 2026

ଗ୍ୟାସ ପାଇପ୍ ଫାଟି ଅଗ୍ନିକାଣ୍ଡ: ଶିଶୁ କନ୍ୟା ମୃତ, ୩ ଗୁରୁତର

October 11, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.