Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ମସଲା ଚା’ ଓ କର୍ଣ୍ଣ ସିଙ୍ଗଡା ସହିତ ଗୁଜୁରାଟୀ ଅନ୍ଦାଜରେ ହେବ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଖାତିର୍‌ଦାରୀ
ଆଜିର ଖବର

ମସଲା ଚା’ ଓ କର୍ଣ୍ଣ ସିଙ୍ଗଡା ସହିତ ଗୁଜୁରାଟୀ ଅନ୍ଦାଜରେ ହେବ ରାଷ୍ଟ୍ରପତି ଟ୍ରମ୍ପ୍‌ଙ୍କ ଖାତିର୍‌ଦାରୀ

February 24, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

 

ଅହମଦାବାଦ : ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ସ୍ତ୍ରୀ ମେଲାନିଆଙ୍କ ସହିତ ଦୁଇ ଦିବସୀୟ ଭାରତ ଯାତ୍ରା ପାଇଁ ବାହାରି ପଡିଲେଣି । ରାଷ୍ଟ୍ରପତି ଟ୍ରମ୍ପ୍‌ ଗୁଜୁରାଟର ଅହମଦାବାଦ୍‌ରେ ସିଧାସଳଖ ପହଞ୍ଚିବେ।  ଆଜି ଦିନ 11ଟା 40ରେ ଅହମଦାବାଦରେ ପହଞ୍ଚିବେ ରାଷ୍ଟ୍ରପତି ଟ୍ରମ୍ପ୍‌ । ଏହି ଅବସରରେ ତାଙ୍କ ଖାଇବା ପିଇବାର ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଛି ।

ରାଷ୍ଟ୍ରପତି ଟ୍ରମ୍ପ୍‌ ଅହମଦାବାଦସ୍ଥିତ ସାବରମତୀ ଆଶ୍ରମ ମଧ୍ୟ ଯିବେ। ଏହି ଗସ୍ତ କାଳରେ ଆଶ୍ରମରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭୋଜନ ଗ୍ରହଣ କରିବେ। ଆମେରିକା ରାଷ୍ଟ୍ରପତିଙ୍କ ଭୋଜନ ପ୍ରସ୍ତୁତିର ଦାୟିତ୍ବ ଗ୍ରହଣ କରିଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା।

ସୁରେଶ ଖନ୍ନା ଫର୍ଚ୍ୟୁନ୍‌ ଲେଣ୍ଡ୍‌ମାର୍କ ହୋଟେଲ୍‌ ସୈଫ୍‌ ଅଟନ୍ତି । ସୁରେଶ କହିଛନ୍ତି ଯେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌, ତାଙ୍କ ପତ୍ନୀ ମିଲେନିଆ ଟ୍ରମ୍ପ୍‌ ଓ ପ୍ରଧାନମନ୍ତ୍ରୀ ମୋଦିଙ୍କ ପାଇଁ ବିଶେଷ ଭୋଜନ ପ୍ରସ୍ତୁତି କରୁଛନ୍ତି। ତେବେ ଟ୍ରମ୍ପ୍‌ଙ୍କ ସ୍ବାଗତ ପାଇଁ ଖାଦ୍ୟରେ ରହିଛି ଗୁଜୁରାଟୀ ତଡ୍‌କା। ତାଙ୍କ ପାଇଁ ପ୍ରସ୍ତୁତ ଖାଦ୍ୟ ତାଲିକାରେ ରହିଛି ଫଚ୍ୟୁନ୍‌ ସିଗ୍‌ନେଚର୍‌ କୁକିଜ୍‌, ଗୁଜୁରାଟୀ ସ୍ପେଶାଲ୍‌ ଅଦାପକା ଚା’, ବ୍ରକୋଲି ଓ କର୍ଣ୍ଣ ସିଙ୍ଗଡା, ଡାଲିଚିନି ଏପଲ୍‌ ପାଇ ପ୍ରମୁଖ । ବିଗତ 17 ବର୍ଷ ଧରି ଗୁଜୁରାଟ ଗସ୍ତରେ ଆସୁଥିବା ଅତିଥିଙ୍କ ଖାଦ୍ୟ ପ୍ରସ୍ତୁତ କରୁଛନ୍ତି ସୈଫ୍‌ ସୁରେଶ୍‌ ଖନ୍ନା । ଆମେରିକା ରାଷ୍ଟ୍ରପତିଙ୍କ ଖାଦ୍ୟ ତାଲିକାରେ ସମ୍ପୂର୍ଣ୍ଣ ଶାକାହାରୀ ବ୍ୟଞ୍ଜନ ରହିଛି । ଏହାକୁ ଗୁଜୁରାଟୀ ଅନ୍ଦାଜ୍‌ରେ ପରସା ଯିବ ବୋଲି ସୂଚନା ରହିଛି। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026
Latest News

ଆଜି ଅଗଷ୍ଟ ୨୬ ତାରିଖ ବୁଧବାରରେ ଏହି ପାଞ୍ଚଟି ରାଶିର ଖୋଲିବ ଭାଗ୍ୟ

August 26, 2026

ରାଜ୍ୟରେ ବର୍ଷା ଓ ବନ୍ୟା ପରିସ୍ଥିତି ନିୟନ୍ତ୍ରଣାଧୀନ

August 25, 2026

ବିସ୍ଥାପିତଙ୍କ ପୁନର୍ବାସ ଅନୁଦାନ ବଢ଼ିଲା: ୨୦୨୬-୨୮ ପାଇଁ ନୂଆ ହାର ଘୋଷଣା

August 25, 2026

ପ୍ରଧାନମନ୍ତ୍ରୀଙ୍କୁ ଭେଟିଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା

August 25, 2026

ଆଇଏଏସ୍‌ ସ୍ତରରେ ବଡ଼ ଅଦଳବଦଳ, କାହାକୁ ମିଳିଲା କେଉଁ ଦାୟିତ୍ୱ?

August 25, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.