ଓଡିଶା ପୋଲିସ୍‌ରେ ଖାଲିପଡିଛି 10054 ପଦବୀ

Published: Feb 24, 2020, 5:26 pm IST

ସମୀକ୍ଷା ବ୍ୟୁରୋ
ଭୁବନେଶ୍ବର : ଓଡିଶା ପୋଲିସ୍‌ରେ 10054ଟି ପଦବୀ ଖାଲି ପଡିଥିବା ନେଇ ବିଧାନସଭାରେ ଗୃହମନ୍ତ୍ରୀ ସୂଚନା ଦେଇଛନ୍ତି । କଂଗ୍ରେସ ବିଧାୟକ ନରସିଂହ ମିଶ୍ରଙ୍କ ପ୍ରଶ୍ନର ଉତ୍ତର ଦେଇ ଗୃହ ରାଷ୍ଟ୍ରମନ୍ତ୍ରୀ କ୍ୟାପ୍‌ଟେନ୍‌ ଦିବ୍ୟଶଙ୍କର ମିଶ୍ର ଏହି ସୂଚନା ଦେଇଛନ୍ତି । ଡିସେମ୍ବର 2019 ସୁଦ୍ଧା ରାଜ୍ୟରେ ଏହି ପଦବୀ ଗୁଡିକ ଖାଲି ରହିଥିବା ଜଣାପଡିଛି । ରାଜ୍ୟରେ ସମୁଦାୟ 72,119ଟି ପଦବୀ ରହିଥିବା ବେଳେ ରାଜ୍ୟରେ ବର୍ତ୍ତମାନ 62055 ପୋଲିସ୍‌ କର୍ମୀ ରହିଛନ୍ତି । ଖାଲି ରହିଥିବା ପଦବୀ ଗୁଡିକ ମଧ୍ୟରେ 501ଟି ଗ୍ରୁପ୍‌ ଏ ପଦବୀ, 1823ଟି ଗ୍ରୁପ୍‌ ବି ପଦବୀ ଏବଂ 6487ଟି ଗ୍ରୁପ୍‌ ସି ପଦବୀ ଖାଲି ରହିଥିବା ନେଇ ଦିବ୍ୟଶଙ୍କର ମିଶ୍ର ସୂଚନା ଦେଇଛନ୍ତି । ଓଡିଶାରେ 195ଟି ପଦବୀ ଆଇପିଏସ୍‌ ଅଫିସରଙ୍କ ମଧ୍ୟରୁ 78ଟି ପଦବୀ ଖାଲି ରହିଥିବା ଜଣାପଡିଛି ।

Related posts