ରାଷ୍ଟ୍ରପତି ଭବନରେ ଟ୍ରମ୍ପ୍‌-ମିଲେନିଆ

Published: Feb 25, 2020, 10:32 am IST

ରାଷ୍ଟ୍ରପତି ଭବନରେ ପହଞ୍ଚିଲେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ । ରାଷ୍ଟ୍ରପତି ଭବନରେ ଟ୍ରମ୍ପ୍‌ଙ୍କୁ ଔପଚାରିକ ଭାବେ ସ୍ବାଗତ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଓ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ରାଷ୍ଟ୍ରପତି ଭବନରେ ଟ୍ରମ୍ପ୍‌ଙ୍କୁ ଗାର୍ଡ ଅଫ୍‌ ଅନର୍‌ ପ୍ରଦାନ କରାଯାଇଛି ।

ଗତକାଲି ଅହମ୍ମଦାବାଦଠାରେ ଧମାକାଦାର ଭାବେ ଆମେରିକା ରାଷ୍ଟ୍ରପତି ଓ ତାଙ୍କ ପରିବାରକୁ ସ୍ବାଗତ କରାଯାଇଥିବାବେଳେ ଆଜି ଦିଲ୍ଲୀଠାରେ ଟ୍ରମ୍ପ୍‌ଙ୍କ ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି । ରାଷ୍ଟ୍ରପତି ଭବନରେ ଆମେରିକା ରାଷ୍ଟ୍ରପତିଙ୍କୁ ଔପଚାରିକ ସ୍ବାଗତ କରାଯାଇଥିବାବେଳେ ଆଜି ଟ୍ରମ୍ପ୍‌ ରାଜଘାଟ ଠାରେ ଜାତିର ପିତା ମହାତ୍ମା ଗାନ୍ଧିଙ୍କ ସମାଧୀ ପୀଠରେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିବେ । ଏହା ପରେ ଆମେରିକା ରାଷ୍ଟ୍ରପତି ଓ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହିତ ହାଇଦ୍ରାବାଦ ହାଉସ୍‌ଠାରେ ଦ୍ବିପାକ୍ଷିକ ବୈଠକ କାର୍ଯ୍ୟକ୍ରମ ରହିଛି । ଆଜି ସନ୍ଧ୍ୟାରେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଭାରତର ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସହ ବୈଠକ କରିବେ ।

Related posts