Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅନୁଦାନ ରାଶି ବୃଦ୍ଧି, ବର୍ଷକୁ ସାଢେ 3 କୋଟି ଟଙ୍କାର ବ୍ୟୟ ବରାଦ
ଆଜିର ଖବର

ସ୍ବତନ୍ତ୍ର ଶିକ୍ଷାନୁଷ୍ଠାନରେ ଥିବା ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ଅନୁଦାନ ରାଶି ବୃଦ୍ଧି, ବର୍ଷକୁ ସାଢେ 3 କୋଟି ଟଙ୍କାର ବ୍ୟୟ ବରାଦ

February 27, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ୱର, ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କ ନିମନ୍ତେ ରହିଥିବା ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନଗୁଡ଼ିକର ରକ୍ଷଣାବେକ୍ଷଣ ବାବଦରେ ରାଜ୍ୟ ସରକାର ଏଣିକି ଅନୁଦାନ ରାଶି ବୃଦ୍ଧି କରିଛନ୍ତି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ର ଅଶୋକ ଚନ୍ଦ୍ର ପଣ୍ଡା ଆଜି ଲୋକସେବା ଭବନସ୍ଥିତ ତାଙ୍କ କାର୍ଯ୍ୟାଳୟରେ ଏହା ଘୋଷଣା କରିଛନ୍ତି ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଅଧ୍ୟୟନରତ ତଥା ଛାତ୍ରାବାସରେ ରହୁଥିବା ପ୍ରତ୍ୟେକ ଅନ୍ତେବାସୀଙ୍କୁ ପ୍ରତିମାସରେ ପୂର୍ବରୁ ଦିଆଯାଉଥିବା ସହାୟତା ୧୨୦୦ ଟଙ୍କାରୁ ୧୭୬୦ ଟଙ୍କାକୁ ବୃଦ୍ଧି
କରାଯାଇଛି । ଏଥିରେ ଖାଦ୍ୟେପୟ, ଶେଯ ଓ ପୋଷାକ ପତ୍ର, ପାଠ ପଢ଼ା ଖର୍ଚ୍ଚ, ଚିକିତ୍ସା ଖର୍ଚ୍ଚ ସମେତ ଆନୁଷଙ୍ଗିକ ଖର୍ଚ୍ଚ ଅନ୍ତର୍ଭୁକ୍ତ । ଅନୁରୂପ ଭାବରେ ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନରେ ଦିବାଧ୍ୟାୟୀ ବିଦ୍ୟାର୍ଥୀମାନଙ୍କୁ ପ୍ରତିମାସରେ ଏଣିକି ୨୫୦ ଟଙ୍କା ପରିବର୍ତ୍ତେ ୩୭୦ ଟଙ୍କା ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ଏ ବାବଦରେ ବାର୍ଷିକ ପ୍ରାୟ ୩ କୋଟି ୬୫ ଲକ୍ଷ ୯୦ ହଜାର ଟଙ୍କା ବ୍ୟୟ କରାଯିବ।

ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନର ବିଦ୍ୟାର୍ଥୀମାନଙ୍କ ନିମନ୍ତେ ଉପରୋକ୍ତ ପରିମାଣର ରକ୍ଷଣାବେକ୍ଷଣ/ ପରିଚାଳନାଗତ ସହାୟତା ଚଳିତ ବର୍ଷ ଏପ୍ରିଲ୍‌ ପହିଲାରୁ ପ୍ରଦାନ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ସେହିପରି ପ୍ରତ୍ୟେକ ଶିକ୍ଷାନୁଷ୍ଠାନକୁ ପ୍ରତି ତିନିବର୍ଷରେ ଥରେ କ୍ରୀଡ଼ା ଉପକରଣ କ୍ରୟ ନିମନ୍ତେ ୧୦ ହଜାର ଟଙ୍କା ପ୍ରଦାନ କରାଯିବ । ପ୍ରତି ଶିକ୍ଷାନୁଷ୍ଠାନକୁ ଫର୍ଣ୍ଣିଚର କ୍ରୟ ନିମନ୍ତେ ଥରକ ପାଇଁ ଏକ ଲକ୍ଷ ଟଙ୍କା, କ୍ୟୁରଟର ନିମନ୍ତେ ଥରକ ପାଇଁ ୫୦ ହଜାର ଟଙ୍କା ଓ ସ୍ୱତନ୍ତ୍ର ସଫଟ୍‌ଓୟାର ଉପକରଣ ନିମନ୍ତେ ଥରକ ପାଇଁ ୬୦ ହଜାର ଟଙ୍କା ପ୍ରଦାନ କରାଯିବ।

ଏ ବାବଦରେ ମଧ୍ୟ ସରକାର ୨ କୋଟି ୨୬ ଲକ୍ଷ ୬୦ ହଜାର ଟଙ୍କା ବ୍ୟୟ କରିବେ ।
ରାଜ୍ୟରେ ବର୍ତ୍ତମାନ ଭିନ୍ନକ୍ଷମ ବିଦ୍ୟାର୍ଥୀମାନଙ୍କ ନିମନ୍ତେ ୧୦୩ଟି ସ୍ୱତନ୍ତ୍ର ଶିକ୍ଷାନୁଷ୍ଠାନ
ରହିଛି । ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଭିନ୍ନକ୍ଷମମାନଙ୍କ ଶିକ୍ଷା କ୍ଷେତ୍ରରେ ଗୁରୁତ୍ୱ ଦେଇ ଏ ପରି ପଦକ୍ଷେ ପ ଗ୍ରହଣ କରିଛି । ଉ ପକୃତ ବିଦ୍ୟାର୍ଥୀମାନଙ୍କ ମଧ୍ୟରେ ଯୁକ୍ତ 2 ଶ୍ରେଣୀର ପିଲାମାନେ ମଧ୍ୟ ଅନ୍ତର୍ଭୁକ୍ତ ।

ଅଶୋକ ପଣ୍ଡା ଓଡିଶା ଭିନ୍ନକ୍ଷମ ଭିନ୍ନକ୍ଷମ
Share. Facebook Twitter LinkedIn Email WhatsApp Copy Link

Related Posts

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026

ଗିରିରୋଡ୍ ବର୍ବରତା : ଦୁଇ ଗିରଫ

May 20, 2026
Latest News

ଆଜି ଅନ୍ତର୍ଜାତୀୟ ଚା ଦିବସ, ଜାଣନ୍ତୁ ଚା’ର ପ୍ରକାର ବିଷୟରେ

May 21, 2026

ଫିଟ୍ ରହିବା ଏବଂ ସୁସ୍ଥ ଶରୀର ପାଇଁ ଖାଆନ୍ତୁ କଦଳୀ, ଜାଣନ୍ତୁ ଏହାର ଫାଇଦା

May 21, 2026

ମଇ ୨୧ତାରିଖ ଗୁରୁବାରରେ ଏହି ସାତୋଟି ରାଶି ପାଇଁ ରହିଛି ସତର୍କ ସୂଚନା, ରୁହନ୍ତୁ ସାବଧାନ

May 21, 2026

୩ ହତ୍ୟାକାରୀଙ୍କୁ ଆଜୀବନ କାରାଦଣ୍ଡ

May 20, 2026

ଜଳୁଛି ଓଡ଼ିଶା: ୪o ଡିଗ୍ରି ଉପରେ ଅନେକ ସହର

May 20, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.