Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କନକପୁର ମଣ୍ଡିରୁ ଧାନଗାଡି ଜବତ: ଚାଷୀ ନାଁରେ ବେପାରୀଙ୍କ ଠାରୁ ଧାନ କିଣୁଛନ୍ତି ମିଲର
ଆଜିର ଖବର

କନକପୁର ମଣ୍ଡିରୁ ଧାନଗାଡି ଜବତ: ଚାଷୀ ନାଁରେ ବେପାରୀଙ୍କ ଠାରୁ ଧାନ କିଣୁଛନ୍ତି ମିଲର

February 29, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ମହାନ୍ତି

ଜଗତସିଂହପୁର: ଧାନ ବେପାରୀଙ୍କ ସହିତ ମିଲର ଓ ସମବାୟ କର୍ମଚାରୀଙ୍କ ମଧୁଚନ୍ଦ୍ରିକା ଯୋଗୁଁ ତିର୍ତ୍ତୋଲ ଅଂଚଳର ଅନେକ ଚାଷୀ ଧାନ ଦେଇନପାରି ହନ୍ତସନ୍ତ ହେଉଥିବା ଚର୍ଚ୍ଚାର ବିଷୟ ପାଲଟିଛି। ଏମିତିକି ମଣ୍ଡିରେ ଧାନଦେବା ପାଇଁ ଅନେକ ଚାଷୀ ବହୁ ଆଗରୁ ସମବାୟ ସମିତିରେ ଆବେଦନ କରି ମଧ୍ୟ ଟୋକନ ପାଇପାରୁ ନଥିବା ବେଳେ ବେପାରୀ ମାନେ କିନ୍ତୁ ଏକାଧିକବାର ଟୋକନ ପାଇ ଅନେକ ଥର ଧାନ ଦେଇସାରିଲେଣି ବୋଲି ଚାଷୀମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ତେବେ ଚାଷୀମାନେ ଟୋକନ୍‌ ନ ପାଇ ଧାନ ବିକ୍ରି କରିବାକୁ ନାହିଁ ନଥିବା ହଇରାଣ ହେଉଥିବାବେଳେ ବେପାରୀମାନେ ଟୋକନ୍‌ ପାଇ ଧାନ ବିକ୍ରି କରିବାକୁ ସାଧାରଣରେ ଏକ ପ୍ରଶ୍ନ ଉଠିଛି।

ସମବାୟ କର୍ମଚାରୀଙ୍କର ଏବେ ପୁଷମାସ ଚାଲିଥିବାର ଖବର ମିଳିଛି। ଖରା ବର୍ଷା ଶୀତ କାକରରେ ଦିନଦିନ ଧରି ଧାନମଣ୍ଡିରେ ଅପେକ୍ଷା କରି ଚାଷୀ ହତାଶ ହେଉଥିବା ବେଳେ ଚଞ୍ଚକତା କରି ଚାଷୀଙ୍କ ନାଁରେ ବେପାରୀ ଠାରୁ ଧାନ କିଣୁଛନ୍ତି ମିଲର। ବେପାରୀ ଠାରୁ ଧାନ ବୋଝେଇ କରି ମଣ୍ଡି ନାମରେ ଧାନ ଚାଲାଣ କରୁଥିବା ଏକ ଧାନ ବୋଝେଇ ଟ୍ରକକୁ ଚାଷୀ ଅଟକ ରଖିବା ଘଟଣା ଏବେ ପଦାକୁ ଆସିଛି। ଏପରି ଘଟଣା ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ କନକପୁର ପଂଚାୟତରେ ଦେଖିବାକୁ ମିଳିଛି।

ସୂଚନାନୂଯାୟୀ କନକପୁର ସେବା ସମବାୟ ସମିତି ପକ୍ଷରୁ  ଧାନମଣ୍ଡି ଖୋଲାଯାଇଥିବା ବେଳେ ଏଠାରେ ଚାଷୀଙ୍କ ପରିବର୍ତ୍ତେ ବେପାରୀ ଠାରୁ ଧାନ କିଣୁଛନ୍ତି ମିଲର। ଖରାବର୍ଷା, ଶୀତକାକରରେ ଦିନଦିନ ଧରି ଅପେକ୍ଷା କରି ଚାଷୀ ହତାଶ ହେଉଛନ୍ତି।ମିଲର ବେପାରୀ ଓ ସମବାୟ କର୍ମଚାରୀଙ୍କ ଭିତିରି ବୁଝାମଣାରେ ଚଞ୍ଚକତା କରି ଚାଷୀଙ୍କ ପରିବର୍ତ୍ତେ ବେପାରୀ ଠାରୁ ଧାନ କିଣିବା ଘଟଣାରେ ଅତିଷ୍ଠ ଚାଷୀମାନେ କୌଣସି ସୂତ୍ରରୁ ଖବରପାଇ ସ୍ଥାନୀୟ ସରପଞ୍ଚଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ।

ସରପଞ୍ଚ ଓ କେତେକ ଚାଷୀ କନକପୁର ଧାନମଣ୍ଡିକୁ ଆସିଥିବା ମିଲରଙ୍କ ଏକ ଟ୍ରକ ଧାନବେପାରୀ ଗୋଦାମରେ ଧାନବୋଝେଇ କରୁଥିବା ଦେଖିବାକୁ ପାଇଥିଲେ।ବେପାରୀ ଗୋଦାମରୁ ଟ୍ରକରେ ୮୦ପ୍ରତିଶତ ଧାନବୋଝେଇ କରି ଅବଶିଷ୍ଟ ଧାନବୋଝେଇ ପାଇଁ କନକପୁର ମଣ୍ଡିରେ ଟ୍ରକଟି ପହଞ୍ଚିବା କ୍ଷଣି ସ୍ଥାନୀୟ ସରପଂଚଙ୍କ ସହିତ ଚାଷୀମାନେ ଏକତ୍ରିତ ହୋଇ ଉକ୍ତ ଟ୍ରକକୁ ଅଟକ ରଖି ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ। ଗତକାଲି ବିଳମ୍ବିତ ରାତିରୁ ଉକ୍ତ ଧାନ ବୋଝେଇ ଟ୍ରକ କନକପୁର ଫାଣ୍ଡି ନିକଟରେ ଅଟକ ରହିଥିବା ଜଣାପଡିଛି। ଯୋଗାଣ ବିଭାଗ ପକ୍ଷରୁ ଏସଂପର୍କରେ ଅନୁସନ୍ଧାନ କରାଯାଉଛି ବୋଲି ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

ଓଡ଼ିଶାର ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 6, 2026

ରେଢ଼ାଖୋଲ ଅଞ୍ଚଳରୁ ଫେରିବାଲା ଓ ମିସ୍ତ୍ରୀଙ୍କୁ ଚିହ୍ନଟ କରି ବିଦା କରାଯାଉ: ବିଜେପି ନେତାଙ୍କ ଦାବି

August 6, 2026

ଅଗଷ୍ଟ ୬ ତାରିଖ ରାଶିଫଳ: ପଢନ୍ତୁ ଆଜିର ଦିନଟି କିପରି ରହିବ?

August 6, 2026

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026
Latest News

ପାଇରେସୀ ବିରୋଧରେ ନିର୍ଣ୍ଣାୟକ ପଦକ୍ଷେପ: ୧୨୬୩ ୱେବସାଇଟ୍ ହେଲା ନିଷ୍କ୍ରିୟ

August 6, 2026

ଓଡ଼ିଶାର ସମସ୍ତ ପଞ୍ଚାୟତ ସମିତି କାର୍ଯ୍ୟାଳୟ ସମ୍ମୁଖରେ ଗଣଧାରଣା ଓ ସରକାରଙ୍କୁ ଦାବିପତ୍ର ପ୍ରଦାନ

August 6, 2026

ରେଢ଼ାଖୋଲ ଅଞ୍ଚଳରୁ ଫେରିବାଲା ଓ ମିସ୍ତ୍ରୀଙ୍କୁ ଚିହ୍ନଟ କରି ବିଦା କରାଯାଉ: ବିଜେପି ନେତାଙ୍କ ଦାବି

August 6, 2026

ଅଗଷ୍ଟ ୬ ତାରିଖ ରାଶିଫଳ: ପଢନ୍ତୁ ଆଜିର ଦିନଟି କିପରି ରହିବ?

August 6, 2026

ବ୍ରିକ୍ସ ଶିକ୍ଷାମନ୍ତ୍ରୀମାନଙ୍କ ତ୍ରୟୋଦଶ ବୈଠକ ପାଇଁ ଭୁବନେଶ୍ୱରରେ ପହଞ୍ଚିଲେ ଅନ୍ତର୍ଜାତୀୟ ପ୍ରତିନିଧି

August 5, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.