ନେତନ୍ୟାହୁଙ୍କ ନମସ୍ତେ ମନ୍ତବ୍ୟକୁ ନେଇ ପ୍ରତିକ୍ରିୟା ଦେଲେ ଥରୁର୍‌

Published: Mar 5, 2020, 10:31 am IST

ନୂଆଦିଲ୍ଲୀ : ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତନ୍ୟାହୁଙ୍କ ନମସ୍ତେ ମନ୍ତବ୍ୟକୁ ନେଇ କଂଗ୍ରେସ ନେତା ଶଶୀଥରୁର୍‌ ପ୍ରତିକ୍ରିୟା ଦେଇ କହିଛନ୍ତି ଯେ, ଆମର ସମସ୍ତ ପରମ୍ପରାରେ ବିଜ୍ଞାନ ରହିଛି । ସେଥିପାଇଁ ତ ଭାରତ ମହାନ୍‌ ।

କରୋନା ଭାଇରସ୍‌ ସହ ଲଢିବା ପାଇଁ ଦୁନିଆର ସମସ୍ତ ବିଶେଷଜ୍ଞ ପରାମର୍ଶ ଦେବା ସହିତ ସତର୍କ ରହିବାକୁ ଉପଦେଶ ଦେଇଛନ୍ତି । ବିଶେଷକରି ଶାରିରୀକ ଭାବେ ଅନ୍ୟଠାରୁ ଦୂରତା ରଖିବାକୁ ପରାମର୍ଶ ଦିଆଯାଇଛି ।  ଏହା ମଧ୍ୟରେ ଇସ୍ରାଏଲ୍‌ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍‌ ନେତାନ୍ୟାହୁ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି । ଏହି ଅବସରରେ କରୋନା ଭାଇରସରୁ ରୋକିବା ପାଇଁ ପଦକ୍ଷେପ ନେବା ଜରୁରୀ ବୋଲି କହିଛନ୍ତି । କିନ୍ତୁ କିଛି ଏପରି ଜିନିଷ ଅଛି, ଯାହାକୁ ନିଜ ଜୀବନରେ ଆଣିବା ଦରକାର । ପ୍ରଥମେ ହାତ ମିଳାଇବା ବନ୍ଦ କରିବା ଆବଶ୍ୟକ ବୋଲି କହିଛନ୍ତି । ଏବେ ସମେସ୍ତ ଭାରତୀୟ ତରିକାକୁ ଆପଣାଇ ଜଣେ ଅନ୍ୟକୁ ନମସ୍ତେ କହିବା ଉଚିତ୍‌ ବୋଲି କହିଛନ୍ତି ବେଞ୍ଜାମିନ୍‌ ।

ସୂଚନାଯୋଗ୍ୟ, ଦୁନିଆରେ 70ଟି ଦେଶ ଏବେ କରୋନା ଭାଇରସ୍‌ରେ ପ୍ରଭାବିତ ହୋଇଛନ୍ତି। ଏଥିରେ 3000ରୁ ଉର୍ଦ୍ଧ୍ବଙ୍କ ମୃତ୍ୟୁ ହୋଇଥିବାବେଳେ 90ହଜାରରୁ ଉର୍ଦ୍ଧ୍ବ ପ୍ରଭାବିତ ହୋଇଛନ୍ତି । ଭାରତରେ କରୋନା ଭାଇରସର 29ଟି କେଶ୍‌ ସାମ୍ନାକୁ ଆସିଛି ।

Related posts