ଆସନ୍ତା 8 ତାରିଖରେ ନୂତନ ଦଳର ଘୋଷଣା କରିବେ ବୁଖାରୀ

Published: Mar 6, 2020, 11:19 am IST

ଜମ୍ମୁ : ଗତ କିଛି ମାସ ଧରି ଜମ୍ମୁ କାଶ୍ମୀରରେ ନୂଆ ରାଜନୀତି ମଞ୍ଚ ପ୍ରସ୍ତୁତି କରିବାରେ ଲାଗିଥିବା ପିଡିପିର ବରିଷ୍ଠ ନେତା ତଥା ପୂର୍ବତନ ଅର୍ଥ ମନ୍ତ୍ରୀ ଅଲତାଫ୍‌ ବୁଖାରୀ ମାର୍ଚ୍ଚ 8 ତାରିଖରେ ନିଜର ନୂତନ ଦଳ ଘୋଷଣା କରିବେ ବୋଲି ଜଣାପଡିଛି । ଶ୍ରୀନଗରଗଠାରେ ବୁଖାରୀ ନିଜର ଏହି ନୂତନ ରାଜନୈତିକ ଦଳ ସମ୍ପର୍କରେ ଘୋଷଣା କରିବେ ।

ବୁଖାରୀ କହିଛନ୍ତି ଯେ, ଔପଚାରିକ ଭାବରେ ସେ ମାର୍ଚ୍ଚ 8 ତାରିଖରେ ଶ୍ରୀନଗରରେ ନୂତନ ଦଳର ଘୋଷଣା କରିବେ।  ‘ନିଜ ଦଳ’ରେ ଜମ୍ମୁ କାଶ୍ମୀରର ରାଜନୀତିର କିଛି ବଡ ଚେହେରା ସାମିଲ୍‌ ରହିଥିବାର ବୁଖାରୀ କହିଛନ୍ତି । ଦଳର ଘୋଷଣା ପରେ ଦଳର ପ୍ରଥମ କୋର୍‌ ବୈଠକ ଅନୁଷ୍ଠିତ ହେବ । ଏହି ବୈଠକରେ ମୁଖ୍ୟ ପ୍ରସଙ୍ଗ ଉପରେ ଚର୍ଚ୍ଚା କରାଯିବ ବୋଲି ସୂଚନା ରହିଛି। ତେବେ ପିଡିପିର ସଂରକ୍ଷକ ମୁଜଫର୍‌ ହୁସୈନ୍‌ ବେଗ୍‌ ଏହି ଦଳରେ ସାମିଲ୍‌ ହେବା ନେଇ ସନ୍ଦେହ ରହିଛି । (ଏଜେନ୍ସି)

Related posts