ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 47କୁ ବୃଦ୍ଧି

Published: Mar 10, 2020, 3:01 pm IST

ବେଙ୍ଗାଲୁରୁ : ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା ଦିନକୁ ଦିନ ବଢିବାରେ ଲାଗିଛି । ଚୀନ୍‌ରୁ ବ୍ୟାପିଥିବା ଏହି ଭାଇରସ୍‌ ଦିନକୁ ଦିନ ନିଜର କାୟା ବିସ୍ତାର କରି ଚାଲିଥିବା ବେଳେ ମଙ୍ଗଳବାର ବେଙ୍ଗାଲୁରୁରେ 4 ଜଣ ନୂତନ ସଙ୍କ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏହି ଚାରି ଜଣ ସଂକ୍ରମିତଙ୍କୁ ମିଶାଇ ଭାରତରେ କୋରୋନା ଆକ୍ରାନ୍ତଙ୍କ ସଂଖ୍ୟା 47ରେ ପହଞ୍ଚିଛି । କର୍ଣ୍ଣାଟକ ସ୍ବାସ୍ଥ୍ୟମନ୍ତ୍ରୀ ବି ଶ୍ରୀରାମୁଲୁ 4 କୋରୋନା ଆକ୍ରାନ୍ତଙ୍କ ସମ୍ପର୍କରେ ସୂଚନା ଦେଇଛନ୍ତି । ମଙ୍ଗଳବାର ଏହି 4 ଜଣ ଆକ୍ରାନ୍ତଙ୍କ ସମ୍ପର୍କରେ ବେଙ୍ଗାଲୁରୁ ସ୍ବାସ୍ଥ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି । ଜଣେ ଇଞ୍ଜିନିୟର ଏବଂ ତାଙ୍କ ପତ୍ନୀ ଓ ଝିଅ କୋରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ବେଳେ ସମସ୍ତଙ୍କୁ ହୋମ୍ବେଗୌଡା ନଗରର ରାଜୀବ ଗାନ୍ଧୀ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । (ଏଜେନ୍ସି)

Related posts