ସୀତାରାମ ଅଗ୍ରଓ୍ବାଲ
ବାଣପୁର: ପୁଣି ଦନ୍ତା ଆତଙ୍କ ଦେଖାଯାଇଛି। ବାଣପୁର ବ୍ଲକ ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ପଞ୍ଚାୟତର ପଙ୍କାଳ ଗ୍ରାମରେ ଆଜି ଦନ୍ତା ଆକ୍ରମଣରେ ଦମ୍ପତି ଗୁରୁତର ହୋଇଥିବାର ଖବର ଆସିଛି। ସେହି ଗ୍ରାମର ଦେବେନ୍ଦ୍ର ପ୍ରଧାନ ଓ ବିଶିକା ପ୍ରଧାନ ହାତୀ ଆକ୍ରମଣରେ ଗୁରୁତର ହୋଇଛନ୍ତି। ଉଭୟଙ୍କ ବୟସ ଯଥାକ୍ରମେ 62 ଓ 58 ବର୍ଷ। ମିଳିଥିବା ସୂଚନା ଅନୁସାରେ ଗତକାଲି ମଧ୍ୟରାତ୍ରରେ ସେମାନେ ପୋଖରୀରେ ମାଛ ଖାଦ୍ୟ ପକାଉଥିବାବେଳେ 20ଟି ହାତୀ ଆସି ତାଙ୍କ ଖାଦ୍ୟ ପଦାର୍ଥକୁ ନଷ୍ଟ କରିବା ସହିତ ଉଭୟ ସ୍ବାମୀ ସ୍ତ୍ରୀକୁ ଶୁଣ୍ଢରେ ଧରି କଚାଡି ପକାଇ ଉଭୟ ହାତୀ ଆକ୍ରମଣରେ ଗୁରୁତର ହୋଇ ନିକଟସ୍ଥ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ହେଉଛନ୍ତି। ଉଭୟ ସ୍ବାମୀ ସ୍ତ୍ରୀ ମତ୍ସ୍ୟଚାଷ ପାଳନରେ ସହାୟତା କରି ଜୀବିକା ନିର୍ବାହ କରୁଥିବାବେଳେ ଦନ୍ତା ଆକ୍ରମଣରେ ଗଭୀର ଗୁରୁତର ହୋଇଛନ୍ତି । ଗରିବ ପରିବାରର ଏହି ସ୍ବାମୀ ସ୍ତ୍ରୀଙ୍କୁ ସରକାରୀ ସହାୟତା ମିଳିବା ନେଇ ସାଧାରଣରେ ଦାବି ହେଉଛି।
ସମ୍ପ୍ରତି କୃଷି ବିଭାଗ ତରଫରୁ ଚାଷୀଙ୍କୁ ବିଭିନ୍ନ ପ୍ରକାର ସୁବିଧା ଦିଆଯାଉଥିବାବେଳେ ମତ୍ସ୍ୟଚାଷ ପାଇଁ ସରକାରଙ୍କୁ ତରଫରୁ ସୋଲାର ଲାଇଟ୍ ମିଳିପାରିଲେ ବନ୍ୟଜନ୍ତୁ ଆକ୍ରମଣରୁ ବର୍ତ୍ତିପାରିବା ସହିତ ଧନ ଓ ଜୀବନ ସୁରକ୍ଷିତ ରହିପାରନ୍ତା ।
ଗତ କିଛି ଦିନ ଧରି ରାଜ୍ୟରେ ଦନ୍ତା ଆତଙ୍କ ବଢିବାରେ ଲାଗିଛି। ଜଙ୍ଗଲ ନଷ୍ଟ ଯୋଗୁଁ ହାତୀ ଜନବସତି ମୁହାଁ ହେଉଛନ୍ତି। ଏହା ଫଳରେ ବହୁ ଧନ ଜୀବନ ନଷ୍ଟ ହେଉଛି। ବନବିଭାଗର ଅବହେଳା ଯୋଗୁଁ ହାତୀମାନେ ଜଙ୍ଗଲ ଛାଡି ଜନବସତି ଆଡକୁ ଆସି ଏପରି ଧନ ଜୀବନ ବିପର୍ଯ୍ୟସ୍ତ କରୁଥିବାରୁ ଏହାକୁ ନେଇ ସାଧାରଣରେ ବେଶ୍ ଅସନ୍ତୋଷ ଦେଖାଦେଇଛି ।