ଆସନ୍ତା କାଲି ଫେରିବ ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କା !

Published: Mar 18, 2020, 2:31 pm IST

ସମୀକ୍ଷା ବ୍ୟୁରୋ

ପୁରୀ : ଆସନ୍ତାକାଲି ୟେସ୍ ବ୍ୟାଙ୍କରେ ରହିଥିବା ମହାପ୍ରଭୁ ଜଗନ୍ନାଥଙ୍କ 545 କୋଟି ଟଙ୍କାକୁ ଉଠାଇ ଅଣାଯିବ। ଏନେଇ ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ କୁମାର ଜେନା ସୂଚନା ଦେଇଛନ୍ତି ।  ୟେସ୍‌ ବ୍ୟାଙ୍କରୁ ଟଙ୍କା ଉଠାଇ କୌଣସି ଏକ ଜାତୀୟକରଣ ବ୍ୟାଙ୍କରେ ରଖାଯିବ। ଇ-ଟ୍ରାନ୍ସଫର ମାଧ୍ୟମରେ ଟଙ୍କା ଫେରିବ ବୋଲି ସୂଚନା ରହିଛି ।

ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ଖାତାଧାରୀମାନେ ବ୍ୟାଙ୍କରୁ ଟଙ୍କା ଉଠାଣ କରିବାରେ ନେଇ ରୋକ୍ ଲଗାଯାଇଥିଲା। ଏହାପରେ ୟେସ୍ ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ 545 କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ମାର୍ଚ୍ଚ 19 ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ତେଣୁ ଆସନ୍ତାକାଲି ମାଚ୍ୟୁରିଟି ପୂରୁଥିବାରୁ ଟଙ୍କା ଉଠିବ ବୋଲି ଜଣାଯାଇଛି। ଜଗନ୍ନାଥଙ୍କ ଟଙ୍କାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ଦେଖାଯାଇଥିବାବେଳେ ଏହାକୁ ନେଇ ବିରୋଧୀ ସରକାରଙ୍କୁ ଘେରିଥିଲେ । ଜଗା ଟଙ୍କା ଫେରିବା ନେଇ ବିଜେଡିର ପ୍ରତିନିଧି ମଣ୍ଡଳ କେନ୍ଦ୍ର ଅର୍ଥମନ୍ତ୍ରୀଙ୍କ ସହିତ ମଧ୍ୟ ସାକ୍ଷାତ କରିଥିଲେ ।

Related posts