କରୋନା ସତର୍କତା : ଆତଙ୍କିତ ନ ହୋଇ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ରାଜ୍ୟପାଳ ଗଣେଶୀ ଲାଲ୍‌

Published: Mar 18, 2020, 4:31 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର :  କରୋନା ପାଇଁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ଙ୍କ ପରାମର୍ଶ । ଆତଙ୍କିତ ନ ହୋଇ ଲଢିବା ପାଇଁ ପ୍ରସ୍ତୁତ ରହିବାକୁ ପରାମର୍ଶ ଦେଲେ ରାଜ୍ୟପାଳ । ସୁରକ୍ଷିତ ରହିବା ସହ ସକାରାତ୍ମକ ଆଭିମୁଖ୍ୟ ପ୍ରଦର୍ଶନ ପାଇଁ ଅନୁରୋଧ କଲେ ରାଜ୍ୟପାଳ । ଅତୀତରେ ଓଡ଼ିଶା ଅନେକ ପ୍ରାକୃତିକ ବିପର୍ଯ୍ୟୟ ବିରୋଧରେ ଜିତିଛି । କରୋନାକୁ ରୋକିବା କ୍ଷେତ୍ରରେ ବି ଓଡ଼ିଶା ଆଦର୍ଶ ଭୂମିକା ନେବ ବୋଲି କହିଛନ୍ତି ରାଜ୍ୟପାଳ ।

ରାଜ୍ୟରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍‌ ସତର୍କ ରହିବା ସହିତ କଡା ପଦକ୍ଷେପ ଗ୍ରହଣ କରୁଛନ୍ତି । ଲୋକମାନଙ୍କୁ ସତର୍କ ରହିବା ସହ ଗୁଜବଠାରୁ ଦୂରରେ ରହିବାକୁ ପରାମର୍ଶ ଦେଇଛନ୍ତି ।

Related posts