ଇ – ଟ୍ରାନ୍ସଫର୍‌ ମାଧ୍ୟମରେ 397.23 କୋଟି ଟଙ୍କା ଫେରିଲା

Published: Mar 19, 2020, 11:31 am IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ୟେସ୍‌ ବ୍ୟାଙ୍କରୁ ଫେରିଲା ଶ୍ରୀଜଗନ୍ନାଥଙ୍କ ଟଙ୍କା । ଇ-ଟ୍ରାନ୍ସଫର୍‌ ମାଧ୍ୟମରେ 397.23 କୋଟି ଟଙ୍କା ଫେରିଛି । 389 କୋଟି ମୂଳଜମା ସହ ସୁଧ ବାବଦକୁ ପ୍ରାୟ 8 କୋଟି 23 ଲକ୍ଷଟଙ୍କା ଫେରିଛି । ୟେସ ବ୍ୟାଙ୍କରୁ ଶ୍ରୀମନ୍ଦିର ଏସ୍‌ବିଆଇ ଆକାଉଣ୍ଟକୁ ଏହି ଟଙ୍କା ଫେରିଛି । ୟେସ ବ୍ୟାଙ୍କର ବରିଷ୍ଠ ଉପସଭାପତି ଜୟଦେବ ଦାସ ଏହି ସମ୍ପର୍କରେ ସୂଚନା ଦେଇଛନ୍ତି । ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଚିଠି ଲେଖି ଜଣାଇଛନ୍ତି ଜୟଦେବ ଦାସ । ସେହିପରି ଅବଶିଷ୍ଟ 156 କୋଟି ଟଙ୍କା ମାର୍ଚ୍ଚ 30ରେ ମାଚ୍ୟୁରିଟି ପରେ ଫେରିବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, ୟେସ୍ ବ୍ୟାଙ୍କ ଦେବାଳିଆ ପରିସ୍ଥିତିକୁ ଆସିଯାଇଥିବାରୁ ଏହି ବ୍ୟାଙ୍କରେ ରଖାଯାଇଥିବା ଜଗନ୍ନାଥଙ୍କ 545 କୋଟି ଟଙ୍କା ଫେରିବ କି ନାହିଁ ତାକୁ ନେଇ ପ୍ରଶ୍ନ ଉଠିଥିଲା। ଗତବର୍ଷ ମାର୍ଚ୍ଚ 19 ତାରିଖରେ ଶ୍ରୀଜଗନ୍ନାଥଙ୍କ ଟଙ୍କା ୟେସ୍ ବ୍ୟାଙ୍କରେ ଜମା କରାଯାଇଥିଲା। ଏହି ଟଙ୍କାକୁ ନେଇ ରାଜ୍ୟରେ ତୁମ୍ବି ତୋଫାନ ଦେଖାଯାଇଥିଲା । ପରିଶେଷରେ ଜଗନ୍ନାଥଙ୍କ ଟଙ୍କା ଫେରିଛି ।

Related posts