ଭାରତରେ ପଞ୍ଚମ ମୁଣ୍ଡ ନେଲା କରୋନା : ରାଜସ୍ଥାନରେ ଇଟାଲୀ ନାଗରିକଙ୍କ ମୃତ୍ୟୁ

Published: Mar 20, 2020, 11:57 am IST

ରାଜସ୍ଥାନ : କରୋନା ଭାଇରସ୍‌କୁ ନେଇ ରାଜସ୍ଥାନର ଜୟପୁରରୁ ଏକ ବଡ ଖବର ଆସିଛି । ରାଜସ୍ଥାନର ପ୍ରଥମ କରେନା ପଜିଟିଭି ଇଟାଲୀୟ ନାଗରିକ ଏଣ୍ଡ୍ରି କାର୍ଲିଙ୍କ ମୃତ୍ୟୁ ହୋଇଛି । ଭାରତରେ ଆଜି ପଞ୍ଚମ ମୁଣ୍ଡ ନେଇଛି କରୋନା । ରାଜସ୍ଥାନରେ ଇଟାଲୀ ନାଗରିକଙ୍କ ମୃତ୍ୟୁ ହୋଇଛି । କରୋନା ସଂକ୍ରମିତ ହୋଇଥିବା ଏହି ରୋଗୀ ଜଣକ ଆଜି ମୃତ୍ୟୁବରଣ କରିଛନ୍ତି। ଶୁକ୍ରବର ସକାଳେ ପୀଡ଼ିତଙ୍କ 200 ପାର୍‌ ହୋଇଛି । ଏଥିରୁ 20 ଜଣ ସୁସ୍ଥ ହୋଇଛନ୍ତି ।

ଶୁକ୍ରବାର ଦିନ ଲକ୍ଷ୍ନୌରୁ ଚାରିଟି ନୂଆ ମାମଲା ସାମ୍ନାକୁ ଆସିଛି । ଲକ୍ଷ୍ନୌର କେଜିଏମ୍‌ୟୁରେ ଏପର୍ଯ୍ୟନ୍ତ 9ଜଣ ରୋଗୀଙ୍କ ଚିକିତ୍ସା ଚାଲିଛି । ଏ ପର୍ଯ୍ୟନ୍ତ 20ଟି ରାଜ୍ୟରେ କରୋନା ବ୍ୟାପି ଥିବାବେଳେ ମହାରାଷ୍ଟ୍ରରେ ଅଧିକ ସଂଖ୍ୟକ ଆକ୍ରାନ୍ତ ରହିଛନ୍ତି । ସେହିପରି ଆନ୍ଧ୍ରପ୍ରଦେଶରୁ 3ଟି, ଦିଲ୍ଲୀରୁ 12ଟି, ହରିୟାଣାରୁ 17ଟି, କର୍ଣ୍ଣାଟକରୁ 15ଟି, କରେଳରେ 28ଟି, ମହାରାଷ୍ଟ୍ରରେ 49ଟି, ପଞ୍ଜାବରୁ ଗୋଟିଏ, ରାଜସ୍ଥାନରେ 9ଟି, ତାମିଲନାଡୁରୁ 3ଟି, ତେଲେଙ୍ଗାନାରୁ 16ଟି, ଜମ୍ମୁକାଶ୍ମୀରରୁ 4ଟି, ଲଦାଖରୁ 8ଟି, ଉତ୍ତରପ୍ରଦେଶରୁ 23ଟି, ଉତ୍ତରାଖଣ୍ଡରୁ 3ଟି, ଓଡ଼ିଶାରୁ 2ଟି, ଗୁଜୁରାଟରୁ 2ଟି, ପଶ୍ଚିମବଙ୍ଗରୁ 2ଟି ଚଣ୍ଡୀଗଡ, ପୁଡୁଚେରୀ ଓ ଛତିଶଗଡରୁ ଗୋଟିଏ ଲେଖାଏଁ ମାମଲା ସାମ୍ନାକୁ ଆସିଛି ।

Related posts