Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସତର ଦିନର ରାଜନୈତିକ ଡ୍ରାମା ପରେ ଭାଙ୍ଗିଲା କମଲନାଥ ସରକାର
ଆଜିର ଖବର

ସତର ଦିନର ରାଜନୈତିକ ଡ୍ରାମା ପରେ ଭାଙ୍ଗିଲା କମଲନାଥ ସରକାର

March 20, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୋପାଳ : ମଧ୍ୟପ୍ରଦେଶରେ ଚାଲିଥିବା ରାଜନୈତିକ ନାଟକରେ ନୂଆ ମୋଡ ଆସିଛି । ଫ୍ଲୋର ଟେଷ୍ଟ ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ଇସ୍ତଫା ଦେଇଛନ୍ତି । ତେବେ ଇସ୍ତଫା ଦେବା ପୂର୍ବରୁ ଏକ ସାମ୍ବାଦିକ ସମ୍ମିଳନୀ କରି ସେ ଏହା ସମ୍ପର୍କରେ ଘୋଷଣା କରିଥିଲେ । କର୍ଣ୍ଣାଟକ ହାଇଡ୍ରାମା ପରେ ମଧ୍ୟପ୍ରଦେଶରେ ମଧ୍ୟ ପୁନର୍ବାର ବିଜେପିର ଅପରେସନ ଲୋଟସ୍‌ ସଫଳ ହୋଇଛି ।  ନିଜର ଇସ୍ତଫା ଘୋଷଣା କରିବା ଅବସରରେ କଂଗ୍ରେସ ସରକାରକୁ ବିଜେପି ସର୍ବଦା ଅସ୍ଥିର କରୁଥିବାର ଅଭିଯୋଗ କରିଛନ୍ତି କମଲନାଥ ।

କମଲନାଥ କହିଛନ୍ତି ଯେ, ବିଜେପି 22 ବିଧାୟକଙ୍କୁ ବନ୍ଧକ ରଖିଛି ବୋଲି ସାରା ଦେଶ କହୁଛି। କୋଟି କୋଟି ଟଙ୍କା ଖର୍ଚ୍ଚ କରି ଏହି ରାଜନୀତି ଖେଳ ଖେଳାଯାଉଛି । ଜଣେ ମହାରାଜା ଓ ତାଙ୍କ 22 ସାଥୀ ମିଶି କରି ଷଡଯନ୍ତ୍ର କରିଛନ୍ତି । ଏହାର ସତ୍ୟତା ଆଉ କିଛି ସମୟ ପରେ ସାମ୍ନାକୁ ଆସିବ।

କମଲନାଥ ଆହୁରି ମଧ୍ୟ କହିଛନ୍ତି ଯେ, ଆମେ ତିନି ଥର ବିଧାନସଭାରେ ବହୁମତ ପରୀକ୍ଷା ଦେଇଛୁ। ବିଜେପି ଲୋକତାନ୍ତ୍ରିକ ମୂଲ୍ୟବୋଧକୁ ହତ୍ୟା କରିଛି । ଜନତା କେବେ ତାଙ୍କୁ କ୍ଷମା କରିବେ ନାହିଁ । କମଲନାଥ କହିଛନ୍ତି ଯେ,  ତାଙ୍କର ଦ୍ବିତୀୟ କାର୍ଯ୍ୟକାଳରେ ବିଜେପି ତାଙ୍କ ବିରୁଦ୍ଧରେ ଷଡଯନ୍ତ୍ର କରିଛନ୍ତି। ସରକାର ଗଢିବାର ପ୍ରଥମ ଦିନରୁ ବିଜେପି ସରକାର ଭାଙ୍ଗିବାକୁ ଉଦ୍ୟମ ଜାରି ରଖିଥିଲା।

ଇସ୍ତଫା ଘୋଷଣା ପୂର୍ବରୁ ମୁଖ୍ୟମନ୍ତ୍ରୀ କମଲନାଥ ନିଜ ସରକାରର ଉପଲବ୍ଧିଗୁଡିକ ବିଷୟରେ କହିଥିଲେ। ସାଧାରଣ ଲୋକଙ୍କ ପାଇଁ କଂଗ୍ରେସ ସରକାର କାମ କରୁଥିବାବେଳେ ବିଜେପିକୁ ଏହା ସୁହାଇଲା ନାହିଁ।

କ’ଣ ରହିଥିଲା ପୂରା ମାମଲା :

କଂଗ୍ରେସରୁ ଜ୍ୟୋତିରାଦିତ୍ୟ ସିନ୍ଧିଆ ଦଳରୁ ଇସ୍ତଫା ଦେଇ ବିଜେପି ଯୋଗ ଦେବାପରେ କଂଗ୍ରେସର ଅନ୍ୟ 22 ବିଧାୟକ ଇସ୍ତଫା ଦେଇଥିଲେ। ସେମାନଙ୍କ ମଧ୍ୟରୁ 6 ବିଧାୟକଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିଥିଲେ ଓ ଅନ୍ୟ 16 ବିଧାୟକଙ୍କ ଇସ୍ତଫାକୁ ବାଚସ୍ପତି ଗ୍ରହଣ କରିନଥିଲେ ।  ବିଜେପି ଶକ୍ତି ପରୀକ୍ଷା ପାଇଁ ଦାବି କରିଥିଲା । ଇତିମଧ୍ୟରେ ବାଚସ୍ପତି 26 ମାର୍ଚ୍ଚ ପର୍ଯ୍ୟନ୍ତ ଗୃହକୁ ସ୍ଥଗିତ ରଖିଥିଲେ।

ଏହାପରେ ବିଜେପି ସୁପ୍ରିମ୍‌କୋର୍ଟରେ ଶକ୍ତି ପରୀକ୍ଷା ଲାଗି ଯାଚିକା ଦାୟର କରିଥିଲା । ସୁପ୍ରିମ୍‌କୋର୍ଟ ଗୁରୁବାର ଦିନ ବାଚସ୍ପତିଙ୍କୁ 16 ବିଧାୟକଙ୍କ ଇସ୍ତଫା ଗ୍ରହଣ ନ କରିବାର କାରଣ ପଚାରିବା ସହିତ ଶୁକ୍ରବାର ସନ୍ଧ୍ୟା ଭିତରେ ଫ୍ଲୋର ଟେଷ୍ଟ କରିବାକୁ ଆଦେଶ ଦେଇଥିଲେ। ଏହାପରେ ବାଚସ୍ପତି 16 ବିଧାୟକଙ୍କ ଇସ୍ତଫାକୁ ସ୍ବୀକାର କରିଥିଲେ ।

ବିଧାୟକଙ୍କ ଇସ୍ତଫା ହୋଇଯିବା ପରେ କମଲନାଥ ସରକାର ବହୁମତ ରହିଲା ନାହିଁ । ଏବେ କମଲନାଥ ସରକାରଙ୍କ ନିକଟରେ 99 ଜଣ ବିଧାୟକ ରହିଛନ୍ତି, ଯେତେବେଳେ ବହୁମତ ପାଇଁ 104ଜଣ ବିଧାୟକ ଆବଶ୍ୟକ। ଅପରପକ୍ଷରେ ବିଜେପି ପାଖରେ 106ଜଣ ବିଧାୟକ ରହିଛନ୍ତି । ଫ୍ଲୋର ଟେଷ୍ଟ ପୂର୍ବରୁ କମଲନାଥ ଇସ୍ତଫା ଦେବା ପାଇଁ ଘୋଷଣା କରିଥିଲେ। ଦିନ ଗୋଟାଏ ସମୟରେ ରାଜ୍ୟପାଳଙ୍କୁ ଭେଟି ନିଜର ଇସ୍ତଫା ପତ୍ର ଦେଇଥିଲେ। ଏହିପରି ଭାବରେ 15 ମାସର କମଲନାଥ ସରକାର ଭୁଶୁଡି ପଡିଥିଲା।

ଅପର ପକ୍ଷରେ ଶିବରାଜ ସିଂ ଚୌହ୍ବାନ ବିଜେପିର ବିଧାୟକଙ୍କୁ ରାତ୍ରି ଭୋଜନ ନିମେନ୍ତ ନିମନ୍ତ୍ରଣ କରିଛନ୍ତି। କମଲନାଥ ସରକାର ଭାଙ୍ଗିଯିବା ପରେ ମଧ୍ୟପ୍ରଦେଶରେ ବିଜେପି ସରକାର ହେବା ନେଇ ରାସ୍ତା ସଫା ହୋଇଛି।

Share. Facebook Twitter LinkedIn Email WhatsApp Copy Link

Related Posts

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଗୁଳିଚାଳନା କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025
Latest News

୧୧ ବର୍ଷ ମଧ୍ୟରେ ଜନଧନ ଖାତାରେ ମୋଟ ଜମା ରାଶି ୨.୬୮ ଲକ୍ଷ କୋଟି: କେନ୍ଦ୍ର ଅର୍ଥମନ୍ତ୍ରୀ

August 28, 2025

ବିଶ୍ୱ ଚାମ୍ପିଅନସିପ: ଚମତ୍କାର ପ୍ରତ୍ୟାବର୍ତ୍ତନ କରି ପ୍ରି-କ୍ୱାର୍ଟରଫାଇନାଲରେ ପହଞ୍ଚିଲେ ପିଭି ସିନ୍ଧୁ

August 28, 2025

ନୂଆଁଖାଇ ପର୍ବର ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ

August 28, 2025

‘ଭାରତ ଉପରେ ପରମାଣୁ ଆକ୍ରମଣ କର’: ଆମେରିକାରେ ଗୁଳିଚାଳନା କରିଥିବା ଅଭିଯୁକ୍ତଙ୍କ ଦାବି

August 28, 2025

ବାଣପୁରରେ ସଫଳ ହେଲା ‘ଆସ ସ୍କୁଲ ଯିବା’ କାର୍ଯକ୍ରମ

August 28, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.