ସର୍ବସାଧାରଣ ସ୍ଥାନରେ 7ରୁ ଅଧିକ ହୋଇପାରିବେନି ଏକାଠି

Published: Mar 20, 2020, 4:18 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : ରାଜ୍ୟରେ ଦ୍ବିତୀୟ କରୋନା ରୋଗୀ ଚିହ୍ନଟ ହେବା ପରେ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି । ଦେଶରେ ବର୍ତ୍ତମାନ ସୁଦ୍ଧା 206 ଜଣ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ 5ଜଣଙ୍କର ମୃତ୍ୟୁ ଘଟିଛି । ଏଥିପାଇଁ ରାଜ୍ୟ ସରକାର କରେନା କଟକଣା ବଢାଇ ଦେଇଛନ୍ତି । ଆଜିଠାରୁ ବାହାରେ ସର୍ବସାଧାରଣ ସ୍ଥାନରେ 7 ରୁ ଅଧିକ ଏକାଠି ହୋଇପାରିବେ ନାହିଁ। କରୋନା ସତର୍କତା ସ୍ୱରୂପ ରାଜ୍ୟରେ ଏଭଳି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। କରୋନା ଛଡ଼ା ଅନ୍ୟ କୌଣସି ମିଟିଂ ହୋଇପାରିବ ନାହିଁ। ସେହିପରି ଜୟନ୍ତୀ, ମାଲ୍ୟାର୍ପଣ ଆଦି ସରକାରୀ କାର୍ଯ୍ୟକ୍ରମ ବନ୍ଦ ରହିବ। ସେହିପରି ବୈଠକରେ ନିୟମିତ 2 ମିଟର ଦୂରତା ରଖିବାକୁ କୁହାଯାଇଛି । ସେହିପରି କ୍ୟାବିନେଟ୍‌ ମନ୍ତ୍ରୀ ସ୍ତରୀୟ ବୈଠକ ଭିଡିଓ କନ୍‌ଫରେନ୍ସିଂ ଜରିଆରେ କରାଯିବ ।

ସେହିପରି ରେଷ୍ଟୁରାଣ୍ଟ, ବାର୍‌, କ୍ୟାଣ୍ଟିନ୍‌କୁ ବନ୍ଦ ରଖିବା ପାଇଁ ଘୋଷଣା କରାଯାଇଛି । ଟ୍ୟାକ୍ସି ଓ ଅଟୋ ଦିନେ ଛାଡି ଦିନେ ଚାଲିବ ବୋଲି ନିର୍ଦ୍ଦେଶ ରହିଛି । ସବୁ ସପିଂ ମଲ୍‌ ଓ ଦୋକାନ, ଗାଁ ହାଟ ଗୁଡିକ କେବଳ ଖାଦ୍ୟ ସାମଗ୍ରୀ ବିକିବେ ବୋଲି ନିର୍ଦ୍ଦେଶ ରହିଛି । ଖାଦ୍ୟ ପଦାର୍ଥ ବିକ୍ରି କରୁଥିବା ଛୋଟ ଦୋକାନଗୁଡିକୁ ବନ୍ଦ କରିବା ନିର୍ଦ୍ଦେଶ ରହିଛି । ସେହିପରି ସ୍ବାସ୍ଥ୍ୟ କର୍ମଚାରୀଙ୍କୁ କାର୍ଯ୍ୟରେ ବାଧା ନ ଦେବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି। ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଏହି ନିୟମ ବଳବତ୍ତର ରହିବ ବୋଲି ଜଣାପଡିଛି ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମାର୍ଚ୍ଚ ୨୨ ଜନତା କର୍ଫ୍ୟୁ ଆହ୍ୱାନକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମର୍ଥନ ଜଣାଇଛନ୍ତି। ରବିବାର ଦିନ ସବୁ ଲୋକ ଘରେ ରହିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।

Related posts