କରୋନା ଆକ୍ରାନ୍ତଙ୍କ ସଂଖ୍ୟା ନେଇ ସୂଚନା ଦେଲେ ସୁବ୍ରତ ବାଗ୍‌ଚୀ

Published: Mar 20, 2020, 4:39 pm IST

ସମୀକ୍ଷା ବ୍ୟୁରୋ

ଭୁବନେଶ୍ବର : କରୋନାକୁ ନେଇ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇ କହିଛନ୍ତି ଯେ,  ଭାରତରେ ଗତକାଲି 174ଟି ପଜିଟିଭି ଥିବବେଳେ ଆଜି ଏହା 206କୁ ବୃଦ୍ଧି ପାଇଛି । କରୋନା ମୃତ୍ୟୁ ସଂଖ୍ୟା ମଧ୍ୟ 5କୁ ବୃଦ୍ଧି ଘଟିଛି । କରେନାରେ ଦ୍ବିତୀୟ ଆକ୍ରାନ୍ତଙ୍କ ସମ୍ପର୍କରେ ମୁଖପାତ୍ର ବାଗ୍‌ଚୀଙ୍କ ସୂଚନା ଦେଇଛନ୍ତି 19 ବର୍ଷର ଦ୍ବିତୀୟ ଆକ୍ରାନ୍ତ 18ରେ ବ୍ରିଟେନରୁ ଫେରିଥିଲେ । 19 ତାରିଖରୁ ତାଙ୍କ ହସ୍ପିଟାଲ୍‌ରେ ଆଇସୋଲେସନରେ ରଖାଯାଇଛି । ଆକ୍ରାନ୍ତଙ୍କ ପରିବାର ଲୋକ ହୋମ୍‌ କ୍ବାରେଣ୍ଟାଇନ୍‌ରେ ଅଛନ୍ତି । ଦ୍ବିତୀୟ ଆକ୍ରାନ୍ତ ବ୍ୟକ୍ତିଙ୍କ ସଂସ୍ପର୍ଶରେ ମୋଟ 46 ଜଣ ଆସିଛନ୍ତି । ଏମାନଙ୍କ ମଧ୍ୟରୁ 43ଜଣଙ୍କୁ ଚିହ୍ନଟ କରାଯାଇଛି । ବାକି ତିନିଜଣଙ୍କୁ ଖୋଜିବା ପାଇଁ ମୋଟ 8ଟି ଟିମ୍ ଲାଗିଛନ୍ତି । ପ୍ରଥମ ଆକ୍ରାନ୍ତ ଜଣକ ଭଲ ରହିଛନ୍ତି ବୋଲି କହିଛନ୍ତି ବାଗ୍‌ଚୀ । ସେହିପରି ଓଡ଼ିଶାରେ 66ଟି ସାମ୍ପଲ୍‌ରୁ 2ଟି ପଜିଟିଭ୍‌ ବାହାରିଛି।

ଦ୍ବିତୀୟ ଆକ୍ରାନ୍ତ ଏମସର କିଛି ଷ୍ଟାଫ୍‌ଙ୍କ ସଂସ୍ପର୍ଶରେ ଆସିଥିବା ଚର୍ଚ୍ଚାକୁ ନେଇ ବାଗ୍‌ଚୀ ସୂଚନା ଦେଇ କହିଛନ୍ତି ଯେ, ଏମ୍‌ସ ଘଟଣାକୁ ରାଜ୍ୟ ସରକାର ସର୍ବାଧିକ ଗୁରୁତ୍ବ ଦେଉଛନ୍ତି । ଏମସ୍‌ ଆଲୋଚନା, ସମୀକ୍ଷା ସର୍ବୋଚ୍ଚ ସ୍ତରରେ କରାଯାଉଛି ବୋଲି କହିଛନ୍ତି ବାଗ୍‌ଚୀ । ପ୍ରଭାବିତ ପ୍ରତ୍ୟେକ ବ୍ୟକ୍ତିଙ୍କୁ ପର୍ଯ୍ୟବେକ୍ଷଣରେ ରଖାଯାଇଛି ।  କରୋନା ପାଇଁ କଟକଣାକୁ ଆହୁରି ବଢାଇଛନ୍ତି ସରକାର ।

Related posts