କାଲି କଟକରେ ବସ୍‌ ଚଳାଚଳ ବନ୍ଦ

Published: Mar 21, 2020, 12:16 pm IST

ସମୀକ୍ଷା ବ୍ୟୁରୋ

କଟକ: କରୋନା ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ବେଶ୍‌ କଡା ପଦକ୍ଷେପ ଗ୍ରହଣ କରିଛନ୍ତି । ଆସନ୍ତା କାଲି ଅର୍ଥାତ୍‌ 22 ମାର୍ଚ୍ଚକୁ ଜନତା କର୍ଫ୍ୟୁ ପାଳନ ପାଇଁ ଦେଶବାସୀଙ୍କୁ ନିବେଦନ କରିଛନ୍ତି ପ୍ରଧାନମନ୍ତ୍ରୀ। ଆସନ୍ତାକାଲି ସକାଳ 7ଟାରୁ ରାତି 9ଟା ପର୍ଯ୍ୟନ୍ତ ଘରୁ ନ ବାହାରିବାକୁ ପ୍ରଧାନମନ୍ତ୍ରୀ ଦେଶବାସୀଙ୍କୁ ନିବେଦନ କରିଛନ୍ତି। ସେହିପରି ଆସନ୍ତାକାଲି କୌଣସି ପାସେଞ୍ଜର ଟ୍ରେନ୍‌ ମଧ୍ୟ ଗଡ଼ିବନି। ଶନିବାର-ରବିବାର ମଧ୍ୟ ରାତ୍ରୀରୁ ପାସେଞ୍ଜର ଟ୍ରେନ ନ ଗଡ଼ିବା ନେଇ ନିଷ୍ପତ୍ତି ହୋଇଛି। ଜନତା କର୍ଫ୍ୟୁ ପାଳନ ପାଇଁ ଆସନ୍ତକାଲି କଟକରେ ବସ୍‌ ଚଳାଚଳ ବନ୍ଦ ରହିବ। ଆଜିଠାରୁ ଟୁଇଟ୍‌ ସିଟି ସମେତ ଅନେକ ଜିଲ୍ଲାର ପ୍ରମୁଖ ଅଞ୍ଚଳରେ ଅଡ୍‌ ଇଭିନ୍‌ର ଆରମ୍ଭ କରାଯାଇଛି । (ଏଜେନ୍ସି)

Related posts