Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ବାଣପୁରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ: ଦୀପକ ଫ୍ୟାସନ ଡ଼ିଜାଇନିଂ ଏବଂ ଏବିଭିପି ଦ୍ୱାରା ମାଗଣା ମାସ୍କ ବଣ୍ଟନ
ଆଜିର ଖବର

ବାଣପୁରଠାରେ କରୋନା ସଚେତନତା କାର୍ଯ୍ୟକ୍ରମ: ଦୀପକ ଫ୍ୟାସନ ଡ଼ିଜାଇନିଂ ଏବଂ ଏବିଭିପି ଦ୍ୱାରା ମାଗଣା ମାସ୍କ ବଣ୍ଟନ

March 21, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ସମୀକ୍ଷା ବ୍ୟୁରୋ

ବାଣପୁର: ବିଶ୍ଵବ୍ୟାପୀ ମହାମାରୀ କରୋନା ପ୍ରଭାବରୁ ବାଦ ପଡ଼ିନାହିଁ ଖୋର୍ଦ୍ଧା ଜିଲ୍ଲାର ବାଣପୁର ସହର। ଦିନକୁ ଦିନ କରୋନାର ପ୍ରଭାବ ବୃଦ୍ଧିପାଉଥିବା ବେଳେ ବାଣପୁର ସହରରେ ଦେଖାଦେଇଛି ମାସ୍କର ଅଭାବ। ଡାକ୍ତରଖାନାରେ ମାସ୍କ ମିଳୁନଥିବା ବେଳେ ବଜାରରେ ଚଢାଦରରେ ବିକ୍ରି ହେଉଛି ମାସ୍କ, ଯାହାକୁ ସାଧାରଣ ଲୋକମାନେ କିଣିବାକୁ ଅସମର୍ଥ ପ୍ରକାଶ କରୁଛନ୍ତି। ଏପରି ସମୟରେ ଜନସାଧାରଣଙ୍କୁ ସମ୍ପୂର୍ଣ୍ଣ ନିଃଶୁଳ୍କ ଭାବେ ମାସ୍କ ଯୋଗାଇଦେବାକୁ ଅଣ୍ଟା ଭିଡିଛି ବାଣପୁର ସହରର ଅଗ୍ରଣୀ ମହିଳା ସିଲେଇ ତାଲିମ ଅନୁଷ୍ଠାନ ଦୀପକ ଫ୍ୟାସନ ଡ଼ିଜାଇନିଂ ସେଣ୍ଟର ଓ ଏବିଭିପି।

ବିଗତ ତିନି ଦିନ ହେଲା ଦିନରାତି ଏକ କରି ବହୁତ ପରିଶ୍ରମ କରି ଏହି ଅନୁଷ୍ଠାନର ଛାତ୍ରୀମାନେ ତିଆରି କରିଛନ୍ତି ପାଖାପାଖି ପନ୍ଦର ସହ ମାସ୍କ। ଆଜି ସକାଳେ ସରକାରୀ କଟକଣାକୁ ଆଖିରେ ରଖି ଦୀପକ ଫ୍ୟାସନ ଡିଜାଇନ ଓ ଏବିଭିପିର କିଛି କାର୍ଯ୍ୟକର୍ତ୍ତାଙ୍କ ସହଯୋଗରେ ବାଣପୁରର ବିଭିନ୍ନ ଅଞ୍ଚଳ ଯଥା ଲଡ଼ୁକେଶ୍ୱର ଵୃଦ୍ଧାଶ୍ରମ, ଶନି ମନ୍ଦିର, ପୋଲିସ ଷ୍ଟେସନ, ମେଡିକାଲ, କୁମାରାଙ୍ଗ ଛକ, ପଲଟନ ପଡିଆ, କଲେଜ ଛକ, ରଘୁନାଥ ସାହି ଆଦି ପ୍ରମୁଖ ଜାଗାରେ ଏହି ମାଗଣା ମାସ୍କ ବିତରଣ କରାଯାଇ କରୋନାର ପ୍ରତିକାର ପାଇଁ ବିଭିନ୍ନ ଉପାୟ ଅବଲମ୍ବନ ପାଇଁ ଜନସାଧାରଣଙ୍କୁ ସଚେତନ କରାଯାଇଥିଲା।

ସେହିପରି ଏବିଭିପି ତରଫରୁ ଜନସାଧାରଣଙ୍କୁ ଆସନ୍ତାକାଲି ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ବାନରେ ପାଳନ ହେବାକୁ ଥିବା ‘ଜନତା କର୍ଫ୍ୟୁ’କୁ ସମର୍ଥନ କରିବାପାଇଁ ସଚେତନ କରାଯାଇଛି।  ଆସନ୍ତାକାଲି ସକାଳ ୭ ରୁ ରାତି ୯ ଟା ଯାଏଁ ଲୋକଙ୍କୁ ଘରେ ରହିବାକୁ ପରାମର୍ଶ ଦିଆଯାଇଥିଲା। ମହିଳା ଟେଲରିଂ ଅନୁଷ୍ଠାନର ନିର୍ଦେଶକ ଦୀପକ ପରିଡ଼ା, ଏବିଭିପି ଖୋର୍ଦ୍ଧା ଜିଲ୍ଲା ସହ ପ୍ରମୁଖ ସୀତାରାମ ଅଗ୍ରଓ୍ବାଲ ଓ ଏବିଭିପି ବାଣପୁର-ବାଲୁଗାଁ ନଗର ସମ୍ପାଦକ ବିକାଶ ସେଠୀଙ୍କ ମିଳିତ ପ୍ରୟାସରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।

ଏହି କାର୍ଯ୍ୟକ୍ରମରେ ଟେଲରିଂ ଅନୁଷ୍ଠାନର ଛାତ୍ରୀମାନେ ଯଥା ପ୍ରଭାତୀ, ତପସ୍ୱିନୀ, ପ୍ରତିମା, ପ୍ରିୟଙ୍କା, ଦେବିକା,ଅନିତା, ସୁନିତା ଓ ଏବିଭିପି ର କାର୍ଯ୍ୟକର୍ତା ଯଥା ବିବେକ, ଅମୀୟ, ଅଜୟ, ସିଦ୍ଧାର୍ଥ, ରାଜେଶ, ସୁଜିତ, ବିକ୍ରମ, ଦୀପକ, ସୋମନାଥ, ରାକେଶ, ମନୋଜ ଆଦି ସହଯୋଗ କରିଥିଲେ। ଏହି ମହତ କାର୍ଯ୍ୟକ୍ରମ ପାଇଁ ସାରା ବାଣପୁର ଅଞ୍ଚଳବାସୀ ଉକ୍ତ ଅନୁଷ୍ଠାନ ଓ ଏବିଭିପିକୁ କୃତଜ୍ଞତା ଜ୍ଞାପନ କରିଛନ୍ତି।

BJP Ads
ମାଗଣା ମାସ୍କ ବଣ୍ଟନ
Share. Facebook Twitter LinkedIn Email WhatsApp Copy Link

Related Posts

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025
BJP Ads
Latest News

ସୁପ୍ରିମକୋର୍ଟ ପରେ ଆନ୍ତର୍ଜାତୀୟ ବନ୍ୟପ୍ରାଣୀ ବ୍ୟାପାର ସନ୍ଧି ପକ୍ଷରୁ ବନତାରାକୁ କ୍ଲିନ୍ ଚିଟ୍

November 4, 2025

ସଚିନଙ୍କ ନାମରେ ପୁରୁଷ କ୍ରିକେଟରେ ସର୍ବାଧିକ ରନ କରିବାର ରେକର୍ଡ: ଜାଣନ୍ତୁ ମହିଳା କ୍ରିକେଟରେ କିଏ?

November 4, 2025

ମରାମତି ସୂଚକାଙ୍କ ମାଧ୍ୟମରେ ଉପଭୋକ୍ତାଙ୍କୁ ସଶକ୍ତ କରିବା ପାଇଁ ଲୋଗୋ ଡିଜାଇନ୍ ପ୍ରତିଯୋଗିତା ଶୁଭାରମ୍ଭ

November 4, 2025

ସୁରକ୍ଷା ବାହିନୀଙ୍କୁ ବଡ଼ ସଫଳତା: ଧ୍ଵଂସ କଲେ ମାଓ କାରଖାନା, ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

November 4, 2025

ବେଙ୍ଗାଲୁରୁକୁ ସ୍ୱତନ୍ତ୍ର ଟ୍ରେନ୍ ସେବା: ଯାତ୍ରୀଙ୍କ ଆବଶ୍ୟକତା ଅନୁଯାୟୀ ପୂର୍ବତଟ ରେଳପଥର ବିଶେଷ ବ୍ୟବସ୍ଥା

November 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.