Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଜରୁରୀ, ମାଲ ପରିବହନକୁ ଛାଡି ଅନ୍ୟସବୁ ବନ୍ଦ କର, ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ ସଚିବଙ୍କ ନିର୍ଦ୍ଦେଶ
ଆଜିର ଖବର

ଜରୁରୀ, ମାଲ ପରିବହନକୁ ଛାଡି ଅନ୍ୟସବୁ ବନ୍ଦ କର, ସମସ୍ତ ମୁଖ୍ୟ ଶାସନ ସଚିବଙ୍କୁ କ୍ୟାବିନେଟ ସଚିବଙ୍କ ନିର୍ଦ୍ଦେଶ

March 22, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ, ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ଏବଂ କ୍ୟାବିନେଟ ସଚିବଙ୍କ ଦ୍ୱାରା ସମସ୍ତ ରାଜ୍ୟର ମୁଖ୍ୟ ଶାସନ ସଚିବମାନଙ୍କ ସହିତ ଆଜି ସକାଳୁ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜନତା କର୍ଫ୍ୟୁ ପାଳନ ଲାଗି ପ୍ରଧାନମନ୍ତ୍ରୀଙ୍କ ଆହ୍ୱାନ ପ୍ରତି ଅଭୂତପୂର୍ବ ଏବଂ ସ୍ୱତଃସ୍ଫୁର୍ତ ସମର୍ଥନ ମିଳିଛି ବୋଲି ଏହି ଅବସରରେ ମୁଖ୍ୟ ଶାସନ ସଚିବମାନେ ସୂଚନା ଦେଇଥିଲେ।

କୋଭିଡ-୧୯ର ସଂକ୍ରମଣ ଉପରେ ଅଙ୍କୁଶ ଲଗାଇବାର ଆବଶ୍ୟକତାକୁ ଦୃଷ୍ଟିରେ ରଖି ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ଆନ୍ତଃରାଜ୍ୟ ବସ ଚଳାଚଳ ଏବଂ ଅନାବଶ୍ୟକ ଯାତ୍ରୀ ପରିବହନ ଉପରେ କଟକଣା ଜାରି କରାଯିବାର ଜରୁରି ଆବଶ୍ୟକତା ଉପରେ ସହମତି ବ୍ୟକ୍ତ କରାଯାଇଥିଲା।

ବିସ୍ତୃତ ବିଚାରବିମର୍ଶ ପରେ, କୋଭିଡ-୧୯ ପଜିଟିଭ କିମ୍ବା ମୃତ୍ୟୁ ମାମଲା ରିପୋର୍ଟ ହୋଇଥିବା ୭୫ଟି ଜିଲ୍ଲାରେ କେବଳ ବାଧ୍ୟତାମୂଳକ ସେବାକୁ ବାଦ ଦେଲେ ବାକିସବୁ ବନ୍ଦ ରଖିବା ନିମନ୍ତେ ରାଜ୍ୟଗୁଡ଼ିକୁ ପରାମର୍ଶ ଦିଆଯାଇଥିଲା। ରାଜ୍ୟ ସରକାର ସ୍ଥିତିକୁ ଦୃଷ୍ଟିରେ ରଖି ଏହି ପ୍ରତିବନ୍ଧକକୁ ସମ୍ପ୍ରସାରିତ କରିପାରିବେ। ଉଲ୍ଲେଖଯୋଗ୍ୟ ଯେ ଅନେକ ରାଜ୍ୟ ପୂର୍ବରୁ ଏପରି ପ୍ରତିବନ୍ଧକ ଲାଗୁ କରିସାରିଛନ୍ତି।

ଏହି ବୈଠକରେ ନିମ୍ନଲିଖିତ ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଥିଲା:

କ-୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସହରାଂଚଳ ରେଳ ସେବା ସମେତ ସମସ୍ତ ରେଳ ସେବା ସ୍ଥଗିତ ରଖାଯିବ। କିନ୍ତୁ ମାଲଗାଡ଼ିକୁ ଏଥିରୁ ବାଦ ଦିଆଯିବ।

ଖ-୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସମସ୍ତ ମେଟ୍ରୋ ରେଳ ସେବା ସ୍ଥଗିତ ରହିବ। କୋଭିଡ-୧୯ ସଂକ୍ରମଣ କିମ୍ବା ମୃତ୍ୟୁ ମାମଲା ଚିହ୍ନଟ ହୋଇଥିବା ୭୫ଟି ଜିଲ୍ଲାରେ ରାଜ୍ୟ ସରକାର କେବଳ ଜରୁରିକାଳୀନ ସେବା ନିମନ୍ତେ ଅନୁମତି ଦେବାର ଆଦେଶ ଜାରି କରିବେ।

ଗ-ଆନ୍ତଃରାଜ୍ୟ ଯାତ୍ରୀ ପରିବହନ ୩୧ ମାର୍ଚ୍ଚ, ୨୦୨୦ ପର୍ଯ୍ୟନ୍ତ ସ୍ଥଗିତ ।

କ୍ୟାବିନେଟ୍‌ ବୈଠକ
Share. Facebook Twitter LinkedIn Email WhatsApp Copy Link

Related Posts

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026
Latest News

ଆଜିଠାରୁ ସ୍ମାର୍ଟ ବଜାରର ‘ଫୁଲ ପଇସା ଅସୁଲ ସେଲ୍‌’ ଆରମ୍ଭ

January 21, 2026

ନାସାରୁ ଅବସର ନେଲେ ସୁନିତା ୱିଲିୟମ୍ସ: ଜାଣନ୍ତୁ ସେ ଏବେ କେତେ ପାଇବେ ପେନସନ?

January 21, 2026

ଡବ୍ଲୁପିଏଲରେ ପଦାର୍ପଣ କଲେ ସବୁଠାରୁ କମ୍ ବୟସର ଖେଳାଳି: ଜାଣନ୍ତୁ ସେ କିଏ?

January 21, 2026

ଉଡ଼ାଣର କିଛି ସମୟ ପରେ ଟ୍ରମ୍ପଙ୍କ ବିମାନରେ ଯାନ୍ତ୍ରିକ ତ୍ରୁଟି: ଯାତ୍ରା ବାତିଲ ହେବ କି ସ୍ୱିଜରଲ୍ୟାଣ୍ଡ ଯାତ୍ରା?

January 21, 2026

‘ଭାରତ ନୁହେଁ, ଏହି ଦେଶ ଉପରେ ଲାଗିବ ୫୦୦% ଶୁଳ୍କ’: ଆମେରିକାର ଅର୍ଥ ସଚିବଙ୍କ ବଡ଼ ଖୁଲାସା

January 21, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.