ଛାତ ଉପରେ ତାଳିମାରି, ଥାଳି ବାଡେଇ ସ୍ବାସ୍ଥ୍ୟ ସେବାକାରୀଙ୍କୁ ଉତ୍ସାହିତ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Mar 22, 2020, 6:34 pm IST

କଲେ ଭୁବନେଶ୍ବର, ଆଜି ପ୍ରଧାନମନ୍ତୀ ନରେନ୍ଦ୍ର ମୋଦୀଙ୍କ ଆହ୍ବାନରେ ସାରା ଭାରତ ବର୍ଷ ତାଳି ମାରି ଥାଳି ବାଡେଇ ସ୍ବାସ୍ଥ୍ୟସେବାକାରୀଙ୍କୁ କରିଛନ୍ତି ଉତ୍ସାହିତ। ଏହି ପରିପ୍ରେକ୍ଷୀରେ ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ଅପରାହ୍ନ ପାଞ୍ଚଟା ପୂର୍ବରୁ ନବୀନ ତାଙ୍କ ବାସଭବନ ଛାତ ଉପରକୁ ଯାଇଥିଲେ। ଯେତେବଳେ ପାଞ୍ଚଟା ବାଜିଲା ମୁଖ୍ୟମନ୍ତ୍ରୀ ପ୍ରଥମେ ତାଳି ମାରି ସ୍ବାସ୍ଥ୍ୟସେବାକାରୀଙ୍କ ଉତ୍ସାହିତ କରିଥିଲେ।

କିଛି ସମୟ ପରେ ନବୀନ ଅଟା ବେଳନା ପଟାକୁ ବାଡେଇ ସେମାନଙ୍କୁ ସ୍ବାଗତ କରିଥିଲେ। ଏହି ଦୃଶ୍ୟ ବାହାରକୁ ଦେଖାଯାଉ ନ ଥିଲେ ମଧ୍ୟ ସେଠାରେ କିଛି ଲୋକ ରୁଣ୍ଡ ହୋଇଥିଲେ। ସେମାନଙ୍କୁ ଦେଖି ନବୀନ ହାତ ହଲାଇ ସ୍ବାଗତ କରିଥିଲେ।

Related posts