ଘରେ ରୁଟି କଲାବେଳେ ଦୁଇଟି ଅଧିକ ରୁଟି କରନ୍ତୁ, ବାହାରେ ବୁଲା ପଶୁଙ୍କୁ ଖାଇବାକୁ ଦିଅନ୍ତୁ

Published: Mar 23, 2020, 9:01 am IST

ଭୁବନେଶ୍ବର: ବର୍ତ୍ତମାନ କରୋନା ଯୋଗୁଁ ଚାରିଆଡେ ରାସ୍ତାଘାଟ ବନ୍ଦ। ଉଠା ଦୋକାନୀଠାରୁ ଆରମ୍ଭ କରି ହୋଟେଲ ରେଷ୍ଟୁରାଣ୍ଟ ସବୁ ବନ୍ଦ ହୋଇଯାଇଛି। ତେବେ ଏହି ବନ୍ଦ ଲୋକଙ୍କ ପାଇଁ ଭଲ ହୋଇଥିବା ବେଳେ ବୁଲା ପଶୁଙ୍କ ପାଇଁ ସମସ୍ୟା ସୃଷ୍ଟି କରିଛି। କାରଣ ବାହାରେ ବୁଲୁଥିବା ପଶୁମାନେ ଏହି ରେଷ୍ଟୁରାଣ୍ଟ କିମ୍ବା ହୋଟେଲର ବର୍ଜ ବସ୍ତୁ ଉପରେ ନିର୍ଭର କରୁଥିଲେ। ହେଲେ ବର୍ତ୍ତମାନ ସେସବୁ ମିଳିବା ଆଉ ସମ୍ଭବ ନୁହେଁ। ସେଥିପାଇଁ ପଶୁ ପ୍ରେମୀମାନେ ଅନୁରୋଧ କରିଛନ୍ତି ଯେ ଅନ୍ତତଃ ପକ୍ଷେ ଦୁଇ ଖଣ୍ଡ ରୁଟି ସେମାନଙ୍କ ପାଇଁ ତିଆରି କରନ୍ତୁ, ଆଉ ବାହାରେ ରଖିଦିଅନ୍ତୁ।

ଯେଉଁମାନେ ଆର୍ପାଟମେଣ୍ଟରେ ରହୁଛନ୍ତି ସେମାନେ ପ୍ରତିଦିନ ଦୁଇଖଣ୍ଡ ରୁଟି କରି ବୁଲା କୁକୁର ହେଉ କିମ୍ବା ଗାଇଗୋରୁ ସେମାନଙ୍କୁ ପ୍ରଦାନ କରନ୍ତୁ। ଆପାର୍ଟମେଣ୍ଟ ସୋସାଇଟ ତରଫରୁ ମଧ୍ୟ ଏପରି ପଦକ୍ଷେପ ନେବା ମଧ୍ୟ ଆବଶ୍ୟକ ରହିଛି। ସାତଦିନ ଧରି ସବୁ ବନ୍ଦ ରହୁଥିବାରୁ ବର୍ତ୍ତମାନେ ଏହି ବୁଲା ପଶୁମାନେ ହୁଏତ ଉପବାସ ରହିବାକୁ ବାଧ୍ୟ ହେବେ। ପଶୁପ୍ରେମୀମାନେ ବିଭିନ୍ନ ଲୋକଙ୍କୁ ଫୋନ କରି ଏହି ବୁଲା ପଶୁଙ୍କ ପ୍ରତି ନଜର ଦେବା ପାଇଁ ଅନୁରୋଧ କରୁଛନ୍ତି।

Related posts