ବାପାର ମୁଣ୍ଡକୁ ଛେଚି ହତ୍ୟା କରିବା ପରେ ତଣ୍ଟିକାଟି ଆତ୍ମହତ୍ୟା କଲା ପୁଅ

Published: Mar 23, 2020, 10:04 am IST

ସମୀକ୍ଷା ବ୍ୟୁରୋ

ଚୌଦ୍ବାର :  ଗତକାଲି ସାରା ଦେଶରେ ଜନତା କର୍ଫ୍ୟୁ ଚାଲିଥିବାବେଳେ ଚୌଦ୍ବାର ଓଟିଏମ୍‌ ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଯାଇଛି। ସାମନ୍ୟ ଅର୍ଥକୁ ନେଇ ଜଣେ ପୁଅ ବାପାକୁ ମାରି ଶେଷରେ ନିଜେ ଆତ୍ମହତ୍ୟା କରିଛି। ଅର୍ଥକୁ ନେଇ ବଚସା ହେବାରୁ ଉତ୍ତ୍ୟକ୍ତ ପୁଅ ବାପାର ମୁଣ୍ଡକୁ ଛେଚି ହତ୍ୟା କରିଛି। ପରେପରେ ନିଜର ତଣ୍ଟି କାଟି ଦେଇଛି। ଘରେ ବାପାର ମୃତ୍ୟୁ ଘଟିଥିବା ବେଳେ କଟକ ବଡ ଡାକ୍ତରଖାନାରେ ପୁଅର ମୃତ୍ୟୁ ଘଟିଛି।

ମୃତ ପିତାଙ୍କ ବୟସ 62 ବର୍ଷ ହୋଇଥିବାବେଳେ ସେ ଓଟିଏମ୍‌ରେ କାର୍ଯ୍ୟ କରୁଥିଲେ। ମୃତ ପୁତ୍ରର ବୟସ 33 ବର୍ଷ। ଗତକାଲି ଟଙ୍କା ମଗାମଗି ଘଟଣାରୁ ବାପା ପୁଅଙ୍କ ମଧ୍ୟରେ ପ୍ରବଳ ଝଗଡା ହୋଇଥିଲା। ପୁଅ ଉତ୍ତ୍ୟକ୍ତ ହୋଇ ବାପାଙ୍କ ମୁଣ୍ଡକୁ ଏକ ଶକ୍ତ ପ୍ରହାର ଦେଇଥିଲା। ଘଟଣାସ୍ଥଳରେ ବାପାର ମୃତ୍ୟୁ ଘଟିଥିବାବେଳେ ଏହି ଘଟଣାର ମାତ୍ର 10 ମିନିଟ୍‌ ପରେ ଏକ ଧାରୁଆ ଅସ୍ତ୍ରେ ନିଜର ତଣ୍ଟି ଗାଲକୁ କାଟି ଆତ୍ମହତ୍ୟା କରିଥିଲା ପୁଅଟି।

Related posts