କରୋନା ଅପଡେଟ୍‌ : ମହାରାଷ୍ଟ୍ରରେ ତୃତୀୟ ମୃତ୍ୟୁ, ଦେଶରେ ଆକ୍ରାନ୍ତ ସଂଖ୍ୟା 400 ଡେଇଁଲା

Published: Mar 23, 2020, 10:22 am IST
corona

ନୂଆଦିଲ୍ଲୀ :  ଦେଶରେ ମହାମାରୀ କରୋନା ବେଶ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 419ରେ ପହଞ୍ଚିଥିବାବେଳେ ଏହି ରୋଗରେ ମୃତକଙ୍କ ସଂଖ୍ୟା 8ରେ ପହଞ୍ଚିଲାଣି। ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଭାଇସ୍‌ ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଉତ୍ତରପ୍ରଦେଶର 16ଟି ଜିଲ୍ଲାରେ 25 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି ।

ସଦ୍ୟ ସୂଚନା ଅନୁସାରେ ମହାରାଷ୍ଟ୍ରରେ କରୋନା ଯୋଗୁଁ ତୃତୀୟ ମୃତ୍ୟୁ ଘଟଣା ସାମ୍ନାକୁ ଆସିଛି । ମୃତକ ଜଣକ ଫିଲିଫାଇନ୍ସର ନାଗରିକ। ମହାରାଷ୍ଟ୍ରରେ କରୋନା ସମ୍ପର୍କିତ 15ଟି ନୂଆ ମାମଲାକୁ ସାମ୍ନାକୁ ଆସିଛି  ମହାରାଷ୍ଟ୍ରରେ ସର୍ବାଧିକ 89ଜଣ ସଂକ୍ରମିତ ହୋଇଛନ୍ତି । ପୂର୍ବରୁ ରାଜସ୍ଥାନର ଜୟପୁରଠାରେ ମଧ୍ୟ ଜଣେ ଇଟାଲୀୟ ନାଗରିକଙ୍କର ମୃତ୍ୟୁ ଘଟିଛି । ଦେଶରେ କରୋନା ଯୋଗୁଁ 6ଜଣ ଭାରତୀୟ ସହିତ 2ଜଣ ବିଦେଶୀ ନାଗରିକଙ୍କ ମୃତ୍ୟୁ ଘଟିଛି। (ଏଜେନ୍ସି)

Related posts