Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯାତ୍ରୀଙ୍କ ଛିଙ୍କକୁ ଦେଖି ବିମାନରୁ ଡେଇଁଲେ ବିମାନ ଚାଳକ
ଆଜିର ଖବର

ଯାତ୍ରୀଙ୍କ ଛିଙ୍କକୁ ଦେଖି ବିମାନରୁ ଡେଇଁଲେ ବିମାନ ଚାଳକ

March 23, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ : କରୋନାକୁ ନେଇ ସାରା ବିଶ୍ବ ଏବେ ଆତଙ୍କରେ। କରୋନାକୁ ନେଇ ସାଧାରଣରେ କେତେ ଭୟାନକ ଅବସ୍ଥା ରହିଛି ତାହା ନ କହିବା ଭଲ। ଜଣେ ପାଇଲଟ୍‌ ବିମାନ ଭିତରେ ଜଣେ ଯାତ୍ରୀଙ୍କ ସାମାନ୍ୟ ଛିଙ୍କକୁ ଡରି ବିମାନରୁ ଡେଇଁପଡିଥିବା ଖବର ବେଶ୍‌ ଚର୍ଚ୍ଚାକୁ ଆସିଛି।

ଜଣେ ଯାତ୍ରୀ ଏକ ବିମାନରେ ଛିଙ୍କିଥିଲେ ଏହାକୁ ଦେଖି ସେହି ବିମାନର ପାଇଲଟ୍ କକପିଟର ଜରୁରୀକାଳୀନ ଫାଟକରୁ ଡେଇଁପଡିଥିଲେ। ଏହି ଘଟଣାଟି ଏୟାର ଏସିଆ ଇଣ୍ଡିଆର ପୁଣେ-ଦିଲ୍ଲୀ ବିମାନ 15-732ର କାହାଣୀ ଅଟେ। ଶୁକ୍ରବାର ଦିନ ଏହି ବିମାନରେ ଜଣେ ଯାତ୍ରୀ ଛିଙ୍କି ଦେଲେ, ଏହା ପରେ ବିମାନ ଅବତରଣ କରାଗଲା ବିମାନ ଚାଳକ ଜଣକ କକ୍‌ପିଟ୍‌ର ଜରୁରୀକାଳୀନ ଦ୍ବାରା ଦେଇ ଡେଇଁ ପଡିଥିଲେ।

ସାଧାରଣତଃ ବିମାନ ବନ୍ଦରରୁ ବାହାରିବା ପାଇଁ ସାମ୍ନା ଗେଟ୍‌କୁ ପାଇଲଟ୍‌ମାନେ ଉପଯୋଗ କରୁଥିବାବେଳେ ଜରୁରୀକାଳୀନ ଅବସ୍ଥାରେ କକ୍‌ପିଟ୍‌ରେ ଥିବା ଜରୁରୀକାଳୀନ ଦ୍ବାରକୁ ବ୍ୟବହାର କରାଯାଇଥାଏ। ବିମାନଚାଳକ ଜଣକ ଏପରି ଡେଇଁ ପଡିବା ପରେ ବିମାନ ଭିତରେ ଏକ ପ୍ରକାରର ଭୟର ବାତାବରଣ ସୃଷ୍ଟି ହୋଇଥିଲା। ବିମାନରେ କରୋନା ସନ୍ଦିଗ୍ଧ ଯାତ୍ରା କରୁଥିବା ସୂଚନା ମିଳିବା ପରେ ବିମାନ ଭିତରେ ବେଶ୍‌ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଯାଇଥିଲା। ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଅବସ୍ଥାରେ ବିମାନ ବନ୍ଦରରୁ ବାହାର କରାଯାଇଛି। ତେବେ ବିମାନରେ ଥିବା ସମସ୍ତ ଯାତ୍ରୀଙ୍କୁ ଯାଞ୍ଚ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍‌ ହିଁ ଆସିଥିଲା। (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ପୂର୍ବତଟ ରେଳପଥ ତରଫରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ

October 2, 2025

ଧନୁତୀର ଧରି ରାବଣକୁ ବଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏହା ପରେ ସେ କହିଲେ….

October 2, 2025

ବିଜୟା ଦଶମୀରେ ଚାଲିଗଲେ ପ୍ରଖ୍ୟାତ ସଂଗୀତଜ୍ଞ ପଣ୍ଡିତ ଛନ୍ନୁଲାଲ ମିଶ୍ର

October 2, 2025

ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେଲା ଖଦୀ ମହୋତ୍ସବ, ଗୃହମନ୍ତ୍ରୀ ଅମିତ ଶାହ କଲେ ଉଦଘାଟନ

October 2, 2025
Latest News

ପୂର୍ବତଟ ରେଳପଥ ତରଫରୁ ଗାନ୍ଧୀ ଜୟନ୍ତୀ ଓ ସ୍ୱଚ୍ଛ ଭାରତ ଦିବସ ପାଳନ

October 2, 2025

ଧନୁତୀର ଧରି ରାବଣକୁ ବଧ କଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଏହା ପରେ ସେ କହିଲେ….

October 2, 2025

ବିଜୟା ଦଶମୀରେ ଚାଲିଗଲେ ପ୍ରଖ୍ୟାତ ସଂଗୀତଜ୍ଞ ପଣ୍ଡିତ ଛନ୍ନୁଲାଲ ମିଶ୍ର

October 2, 2025

ଗାନ୍ଧୀ ଜୟନ୍ତୀରେ ଆରମ୍ଭ ହେଲା ଖଦୀ ମହୋତ୍ସବ, ଗୃହମନ୍ତ୍ରୀ ଅମିତ ଶାହ କଲେ ଉଦଘାଟନ

October 2, 2025

ମୁଖ୍ୟମନ୍ତ୍ରୀ ଏବଂ ତାଙ୍କ ପତ୍ନୀ ଆଜି ବୟନିକାରୁ ବିଭିନ୍ନ ବସ୍ତ୍ର କାହିଁକି କିଣିଲେ ? ଜାଣନ୍ତୁ କାରଣ

October 2, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.