ଲକ୍‌ ଡାଉନ୍‌ କଟକଣା ଭାଙ୍ଗି ଜଣେ ଗିରଫ

Published: Mar 23, 2020, 1:20 pm IST

ସମୀକ୍ଷା ବ୍ୟୁରୋ

ଭଦ୍ରକ : ଲକ୍‌ଡାଉନ୍‌ କଟକଣା ଭାଙ୍ଗିବାରୁ ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ଟାଉନ୍‌ ପୋଲିସ୍‌ ଦ୍ବାରା ଗବସାହି ଅଞ୍ଚଳର ଜଣେ ବ୍ୟବସାୟୀଙ୍କୁ ଗିରଫ କରାଯାଇଛି । ବାରଣ ସତ୍ତ୍ବେ ସିମେଣ୍ଟ ଦୋକାନ ଖୋଲିଥିବାରୁ ତାଙ୍କୁ ଗିରଫ କରାଯାଇଛି ।

କରୋନା ମୁକାବିଲା ପାଇଁ ରାଜ୍ୟ ସରକାରଙ୍କ ତରଫରୁ କଡା ପଦକ୍ଷେପ ନିଆଯାଇଛି । ରାଜ୍ୟରେ ଲକ୍‌ଡାଉନ୍‌ ସ୍ଥିତି ଜାରି ରହିଛି । ତେବେ ଅତ୍ୟାବଶ୍ୟକ ତଥା ଜରୁରୀକାଳୀନ ସେବା ଉପଲବ୍ଧ ରହିଛି । କେନ୍ଦ୍ର ସରକାରଙ୍କ ତରଫରୁ ମଧ୍ୟ ଲକ୍‌ ଡାଉନ୍‌କୁ କଡାକଡି କରିବା ପାଇଁ ସମସ୍ତ ରାଜ୍ୟ ସରକାରଙ୍କୁ  ନିର୍ଦ୍ଦେଶ ଦିଆଯାଇଛି । ଯିଏ ଏହି ନିୟମକୁ ନ ମାନିବେ, ତାଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ ମଧ୍ୟ ଆଦେଶ ଦିଆଯାଇଛି ।

Related posts