ପୁଣି ଆଉ ଏକ ମୁଣ୍ଡ ନେଲା କରୋନା : କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ

Published: Mar 23, 2020, 4:43 pm IST

ନୂଆଦିଲ୍ଲୀ : ଦେଶରେ ମହାମାରୀ କରୋନା ବେଶ୍‌ ଦ୍ରୁତ ଗତିରେ ମାଡ଼ି ଚାଲିଛି। ପ୍ରାପ୍ତ ସୂଚନାନୁସାରେ କରୋନା ଯୋଗୁଁ ପଶ୍ଚିମବଙ୍ଗରେ ଜଣକର ମୃତ୍ୟୁ ହୋଇଥିବାର ଖବର ସାମ୍ନାକୁ ଆସିଛି। 55 ବର୍ଷୀୟ ଏହି ବ୍ୟକ୍ତିଙ୍କର ମୃତ୍ୟୁ ହୋଇଥିବାବେଳେ ସାରା ଦେଶରେ ଭାରତୀୟଙ୍କ ମୃତ୍ୟୁ ସଂଖ୍ୟା 7କୁ ବୃଦ୍ଧି ପାଇଛି। ସେହିପରି ଭାରତରେ 2 ବିଦେଶୀ ନାଗରିକ ମଧ୍ୟ ମୃତ୍ୟୁବରଣ କରିଛନ୍ତି । ତେବେ ସର୍ବମୋଟ ଭାରତରେ ମୃତକଙ୍କ ସଂଖ୍ୟା 9କୁ ବୃଦ୍ଧି ପାଇଛି। ସେହିପରି ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 433ରେ ପହଞ୍ଚିଛି ।

ଗତ 24 ଘଣ୍ଟା ମଧ୍ୟରେ 50ରୁ ଅଧିକ ମାମଲା ଆସିଥିବାବେଳେ ତିନିଜଣକର ମୃତ୍ୟୁ ହୋଇଥିବାର ସୂଚନା ରହିଛି। ଦିଲ୍ଲୀ, ରାଜସ୍ଥାନ, ବିହାର, ପଞ୍ଜାବ, ଉତ୍ତରାଖଣ୍ଡ, ଛତିଶଗଡ, ଝାଡଖଣ୍ଡ, ଜମ୍ମୁ-କାଶ୍ମୀର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, ଓଡ଼ିଶା ନାଗାଲାଣ୍ଡ, ଅରୁଣାଚଳ ପ୍ରଦେଶରେ କରୋନା ଭାଇସ୍‌ ଯୋଗୁଁ 31 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରାଯାଇଛି। ଏତଦ୍‌ବ୍ୟତୀତ ଉତ୍ତରପ୍ରଦେଶର 16ଟି ଜିଲ୍ଲାରେ 25 ମାର୍ଚ୍ଚ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ର ଘୋଷଣା କରାଯାଇଛି । କରୋନାକୁ ଦୃଷ୍ଟିରେ ରଖି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବିମାନ ଚଳାଚଳ ବନ୍ଦ କରିବା ନେଇ ଆଜି ପ୍ରଧାନମନ୍ତ୍ରୀଙ୍କୁ ପତ୍ର ଲେଖିଛନ୍ତି । (ଏଜେନ୍ସି)

Related posts