Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସରକାରୀ ଯୋଜନା କାହାପାଇଁ: ଭଙ୍ଗାଘରେ ବିତୁଛି ୭୦ ବର୍ଷୀୟ ଅଲୀଙ୍କ ଜୀବନ
ଆଜିର ଖବର

ସରକାରୀ ଯୋଜନା କାହାପାଇଁ: ଭଙ୍ଗାଘରେ ବିତୁଛି ୭୦ ବର୍ଷୀୟ ଅଲୀଙ୍କ ଜୀବନ

March 23, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ରମେଶ ଚନ୍ଦ୍ର ମହାନ୍ତି

ଜଗତସିଂହପୁର: ସରକାର ଯୋଜନା ପରେ ଯୋଜନା କରିଚାଲିଛନ୍ତି। ହେଲେ କିଛି କୁଚକ୍ରୀ ନେତା ଓ ଅସାଧୁ ପ୍ରଶାସନିକ ଅଧିକାରୀଙ୍କ ପାଇଁ ଥିଲାବାଲା ଲୋକ ଏହି ଯୋଜନା ଗୁଡିକ ହାତେଇ ନେଉଥିବା ବେଳେ ସାଧାରଣ ଅଭାବି ଗରିବ ଲୋକମାନଙ୍କ ପାଇଁ ଏହି ଯୋଜନା ଗୁଡିକ “ଆକାଶ କଇଁଆ ଚିଲିକା ମାଛ” ସଦୃଶ ଅପହଂଚ ପାଲଟିଛି। ରାସ୍ତାଘାଟ ବୁଲି ପ୍ଲାଷ୍ଟିକ୍ ଜରି ଗୋଟାଇ ଝାଟିମାଟି ଭଙ୍ଗା କୁଡିଆରେ ଛିଣ୍ଡା ପଲିଥିନ୍ ପକାଇ ରହୁଥିବା ଲୋକକୁ ଆବାସ ଯୋଜନାରେ ଘରଖଣ୍ଡେ ମିଳିବା ତ ଦୂରର କଥା ତାଙ୍କୁ ବୟସ ୭୦ ଟପିଥିଲେ ମଧ୍ୟ ମିଳୁନି ବାର୍ଦ୍ଧକ୍ୟ ଭତ୍ତାଟିଏ।

ଏହିପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ରଘୁନାଥପୁର ବ୍ଲକ୍ ଅନ୍ତର୍ଗତ ଚିକିଣିଆ ପଂଚାୟତ ସ୍ଥିତ ଚିକିଣିଆ ଗ୍ରାମରେ। ଉକ୍ତ ଗ୍ରାମର ଅଲ୍ଲୀ ଖାଁ ଓ ତାଙ୍କର ପତ୍ନୀ ଦରିଦ୍ରତାର କଶାଘାତରେ ଜର୍ଜରିତ ହୋଇ ବହୁ ଦୁଃଖ କଷ୍ଟରେ ଭଙ୍ଗା ଝାଟି଼ମାଟି କୁଡିଆରେ ଅତ୍ୟନ୍ତ ଦୟନୀୟ ଅବସ୍ଥାରେ ଜୀବନ ବିତାଉଛନ୍ତି। ପିନ୍ଧିବାକୁ ବସ୍ତ୍ର ଓ ପେଟକୁ ଦୁଇଓଳି ଦୁଇମୁଠା ଖାଦ୍ୟ ଯୋଗାଡ କରିବା ମଧ୍ୟ ତାଙ୍କପାଇଁ ହୋଇଛି କଷ୍ଟସାଧ୍ୟ। ଏହି ଭଙ୍ଗା ଝାଟିମାଟି ଅଛପର ଘରେ ଅଲ୍ଲୀ ଖାଁ ଓ ତାଙ୍କ ପତ୍ନୀ ଛିଣ୍ଡା ପଲିଥିନ୍ ପକାଇ ରହୁଥିବା ବେଳେ ଟିକିଏ ବର୍ଷା ହେଲେ ଘରସାରା ପାଣି ପଡିବା ଯୋଗୁଁ ଚୁଲିରେ ରୋଷେଇ କରି ଗଣ୍ଡେ ଖାଇବା ମଧ୍ୟ ତାଙ୍କପାଇଁ କଷ୍ଟକର ହୋଇପଡୁଛି। ଏମିତିକି ପେଟ ଚାଖଣ୍ଡକ ପାଇଁ ରାସ୍ତାଘାଟରେ ବୁଲି ପ୍ଲାଷ୍ଟିକ୍ ଜରି ଗୋଟାଉଛନ୍ତି ଅଲ୍ଲୀ ଖାଁ। ଏଭଳି ଦୟନୀୟ ଅବସ୍ଥାରେ ଜୀବନ କାଟୁଥିବା ଅଲ୍ଲୀ ଖାଁଙ୍କୁ ବୟସ ୭୦ରୁ ଉର୍ଦ୍ଧ ହୋଇଥିଲେ ମଧ୍ୟ ତାଙ୍କୁ ନା ଆଜି ପର୍ଯ୍ୟନ୍ତ ଆବାସ ଯୋଜନାରେ ଘରଟିଏ ମିଳିପାରୁଛି ନା ପତିପତ୍ନୀଙ୍କୁ ମିଳିପାରୁଛିି ବାର୍ଦ୍ଧକ୍ୟ ଭତ୍ତା ।

ଆର୍ଥିକ ଅନଟନ ଭିତରେ ମୁଣ୍ଡ ଗୁଞ୍ଜିବା ପାଇଁ ପକ୍କା ଘରଟିଏ କରିବା ତାଙ୍କପାଇଁ ପାଲଟିଛି ଆକାଶ କଇଁଆ ଚିଲିକା ମାଛ ସଦୃଶ ସାତ ସପନ। ସରକାରଙ୍କ ଆବାସ ଯୋଜନାରେ ଘରଖଣ୍ଡେ ପାଇବା ପାଇଁ ଦିର୍ଘବର୍ଷ ଧରି ପଂଚାୟତର ସରପଂଚ, ସମିତି ସଭ୍ୟ, ପଂଚାୟତ ଅଫିସ୍ ଠାରୁ ଆରମ୍ଭକରି ବ୍ଲକ ପ୍ରଶାସନ ଓ ଜିଲ୍ଲା ପ୍ରଶାସନଙ୍କୁ ମଧ୍ୟ ଭେଟି ଗୁହାରି କରି ସାରିଥିବା ବେଳେ ରହିବା ପାଇଁ ଘରଟିଏ ମିଳିବା ତ ଦୁରର କଥା ତାଙ୍କ ସ୍ୱାମୀ ସ୍ତ୍ରୀଙ୍କୁ ଆଜିପର୍ଯ୍ୟନ୍ତ ବାର୍ଦ୍ଧ୍ୟକ ଭତ୍ତାଟିଏ ମଧ୍ୟ ମିଳିପାରିଲା ନାହିଁ।

ଅପରପକ୍ଷରେ ବ୍ଲକର କେତେକ ପଂଚାୟତରେ ଆବାସ ଯୋଜନାକୁ ନେଇ ବହୁ ଦୁର୍ନୀତି ଚାଲିଥିବାର ଖବର ମିଳିଛି । ଏପରିକି  ଗୋଟିଏ ପରିବାରର ଏକାଧିକ ଲୋକଙ୍କୁ ଏମିତିକି ସ୍ୱାମି ପାଇଥିବା ବେଳେ ସ୍ତ୍ରୀ ପାଇବା ଓ ବାପ ପାଇଥିବା ବେଳେ ଅବିବାହିତ ପୁଅକୁ ଚଂଚକତାକରି ଘର ଦିଆଯାଇଥିବା ଅଭିଯୋଗ ଶୁଣିବାକୁ ମିଳୁଥିବା ବେଳେ ଏଭଳି ଆର୍ଥିକ ଅଭାବ ଅନଟନରେ ଦୟନୀୟ ଅବସ୍ଥାରେ ଜୀବନ ବିତାଉଥିବା ଅଲ୍ଲୀ ଖାଁ ସରକାରଙ୍କ ଆବାସ ଯୋଜନା ଓ ବାର୍ଦ୍ଧକ୍ୟ ଭତ୍ତାରୁ ବଂଚିତ ହେବା ଭଳି ଘଟଣା ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟିକରିଛି।ଅଲ୍ଲୀ ଖାଁଙ୍କୁ ଆବାସ ଯୋଜନାରେ ଘର ଓ ପତି ପତ୍ନୀଙ୍କୁ ବାର୍ଦ୍ଧକ୍ୟ ଭତ୍ତା ପ୍ରଦାନ କରାଯିବା ନିମନ୍ତେ ଚିକିଣିଆ ବିକାଶ ପରିଷଦ କର୍ମକର୍ତ୍ତାଙ୍କ ପକ୍ଷରୁ ଜିଲ୍ଲାପାଳଙ୍କ ଦୃଷ୍ଟି ଆକର୍ଷଣ କରାଯାଇଥିବା ଜଣାପଡିଛି।

Share. Facebook Twitter LinkedIn Email WhatsApp Copy Link

Related Posts

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Latest News

“ଦୁଇ ଦିନ ମଧ୍ୟରେ ପର୍ଦ୍ଦାଫାସ କରିବି”: ରାହୁଲଙ୍କୁ ଭେଟି ବିମାନ ଦୁର୍ଘଟଣା ସମ୍ପର୍କରେ କହିଲେ ରୋହିତ ପାୱାର

March 12, 2026

ମୁଖ୍ୟମନ୍ତ୍ରୀଙ୍କ ଚିଠିର ପ୍ରଭାବ: ନୂଆ ଅମୃତ ଭାରତ ଟ୍ରେନକୁ ଅନୁମୋଦନ କଲେ ରେଳମନ୍ତ୍ରୀ

March 12, 2026

ବଡ଼ କୂଟନୈତିକ ସଫଳତା!: ଭାରତୀୟ ତୈଳ ଜାହାଜକୁ ଅନୁମତି ଦେଲା ଇରାନ

March 12, 2026

ଟିମ୍ ଇଣ୍ଡିଆକୁ ୧୩୧ କୋଟି ପ୍ରଦାନ କଲା ବିସିସିଆଇ: ଜାଣନ୍ତୁ ଏହି ଟଙ୍କା କିଏ ପାଇବ? 

March 12, 2026

ମହାରାଷ୍ଟ୍ର ବଜେଟ ଅଧିବେଶନ ମଧ୍ୟରେ ବିଧାନ ଭବନକୁ ବୋମା ଧମକ!: ତଲାସୀ ଅଭିଯାନ ଆରମ୍ଭ

March 12, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.