ଭିନ୍ନ ଏକ ପ୍ରୟାସ: ଲକ୍‌ ଡାଉନ୍‌ ସମୟରେ ଦିନ ମଜୁରିଆ ତଥା ଅସହାୟ ଲୋକଙ୍କ ଖାଦ୍ୟ ସଂକଟ ଦୂର କରିବାରେ ଲାଗିଛନ୍ତି କିଛି ସାମାଜିକ ସଂସ୍ଥା

Published: Mar 24, 2020, 10:42 am IST

ଜମ୍ମୁ : କରୋନା ଭାଇରସ୍‌ ସଂକ୍ରମଣ ରୋକିବା ପାଇଁ ସରକାର ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି । ଏହି ଲକ୍‌ ଡାଉନ୍‌ ସମୟଟି ଦିନମଜୁରିଆଙ୍କ ପାଇଁ ବେଶ୍‌ ସଂକଟ ସାବ୍ୟସ୍ତ ହୋଇଛି । ଜମ୍ମୁରେ ରହିଥିବା ଦିନ ମଜୁରିଆଙ୍କ ପାଇଁ ଏବେ କିଛି ସାମାଜିକ ସଂସ୍ଥା ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ।

ଜମ୍ମୁ ପ୍ରଶାସନ ତରଫରୁ ରାଜ୍ୟରେ ଲକ୍‌ ଡାଉନ୍‌ ଚାଲିଥିବାବେଳେ ସହରର ବସ୍ତି ଅଞ୍ଚଳରେ ରହୁଥିବା ଦିନ ମଜୁରିଆ ତଥା ବିକାଳୀମାନଙ୍କ ପାଖରେ ଖାଇବା ପିଇବାର ଅସୁବିଧା ଦେଖିବାକୁ ମିଳୁଛି । ଦେଶରେ ଏପରି ସଂକଟ ସମୟରେ ଏପରି ଲୋକମାନଙ୍କ ପାଇଁ ବହୁ ସମସ୍ୟା ସୃଷ୍ଟି ହୋଇଛି । ଦୁଇ ଓଳି ପାଇଁ ମୁଠାଏ ଖାଦ୍ୟ ଯୋଗାଡ କରିବା ଏମାନଙ୍କ ପାଇଁ ଏବେ କଷ୍ଟକର ପାଠ ହୋଇପଡିଛି । ଏପରି ସମୟରେ କିଛି ଲୋକେ ସେମାନଙ୍କୁ ସାହାଯ୍ୟ କରୁଛନ୍ତି ।

ଜମ୍ମୁଠାରେ ଏକ  କୋଚିଂ ସେଣ୍ଟର ଚଳାଉଥିବା ଜଣେ ମହିଳା ଏବେ ସାହାଯ୍ୟର ହାତ ବଢାଇଛନ୍ତି । ରୋମା ନାମ୍ନୀ ଏହି ମହିଳା ଜଣକ ସହରର ବସ୍ତି ଅଞ୍ଚଳରେ ରହୁଥିବା ଦିନ ମଜରିଆ ତଥା ବିକାଳୀମାନଙ୍କ ପାଇଁ ଖାଦ୍ୟ ପହଞ୍ଚାଉଛନ୍ତି । ନିଜର କିଛି ସହକର୍ମୀଙ୍କ  ଓ ପରିବାର ସଦସ୍ୟଙ୍କ ସହ ସେ ଏହି ଅଭିଯାନ ଆରମ୍ଭ କରିଛନ୍ତି । ଖାଦ୍ୟ ଯୋଗାଇବା ସମୟରେ ଯେପରି ଭିଡ ନ ହୁଏ, ସେଥିପ୍ରତି ମଧ୍ୟ ସେ ଧ୍ୟାନ ଦେଉଛନ୍ତି ।

ଦେଶରେ ଏକ ଭୟଙ୍କର ସ୍ଥିତି ସମୟରେ ଆମେ ସରକାରଙ୍କ ନିର୍ଦ୍ଦେଶକୁ ପାଳନ କରିବା ସହିତ ଯଥା ସମ୍ଭବ ସେହି ଦିନ ମଜୁରିଆ ତଥା ବିପନ୍ନ ଲୋକଙ୍କୁ ସାହାଯ୍ୟ କରିବା ଆମର କର୍ତ୍ତବ୍ୟ ଅଟେ । (ଏଜେନ୍ସି)

Related posts