Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»କର୍ଫ୍ୟୁ ଭାଙ୍ଗିବା ପଡିଲା ମହଙ୍ଗା : ଆଣ୍ଠେଇବା ସହିତ ରାସ୍ତାରେ ଉଠବସ କରାଇଲା ପୋଲିସ୍‌, ଭିଡିଓ ହେଲା ଭାଇରାଲ୍‌
ଆଜିର ଖବର

କର୍ଫ୍ୟୁ ଭାଙ୍ଗିବା ପଡିଲା ମହଙ୍ଗା : ଆଣ୍ଠେଇବା ସହିତ ରାସ୍ତାରେ ଉଠବସ କରାଇଲା ପୋଲିସ୍‌, ଭିଡିଓ ହେଲା ଭାଇରାଲ୍‌

March 24, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମହାରାଷ୍ଟ୍ର : କରୋନା ଭାଇରସ୍‌ରୁ ବର୍ତ୍ତିବା ପାଇଁ ସରକାର ବେଶ୍‌ କଡା ପଦକ୍ଷେପ ନେଇଛନ୍ତି। ଲୋକଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ ଦେବା ସହ ସାରା ଦେଶରେ ଏବେ ଲକ୍‌ ଡାଉନ୍‌ର ଘୋଷଣା କରାଯାଇଛି। କିଛି ସ୍ଥାନରେ କର୍ଫ୍ୟୁ ମଧ୍ୟ ଜାରି କରାଯାଇଛି । କିନ୍ତୁ ଲୋକେ ଏହାକୁ ଉଲ୍ଲଂଘନ କରୁଥିବାର ଦେଖାଯାଇଛି। ତେବେ ଲକ୍‌ ଡାଉନ୍‌କୁ ଉଲ୍ଲଂଘନ କରିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବା ନେଇ କେନ୍ଦ୍ର ତରଫରୁ ସମସ୍ତ ରାଜ୍ୟକୁ ନିର୍ଦ୍ଦେଶ ଜାରି କରାଯାଇଛି। ପୋଲିସ୍‌ ମଧ୍ୟ ଏନେଇ ବେଶ୍‌ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ମହାରାଷ୍ଟ୍ରରେ ଏନେଇ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ କରୁଥିବା ନେଇ ଏକ ଭିଡିଓ ଭାଇରାଲ୍‌ ହୋଇଛି। ଲକ୍‌ ଡାଉନ୍‌କୁ ନ ମାନି ସଡକରେ ବୁଲୁଥିବା ଲୋକଙ୍କୁ ପୋଲିସ୍‌ ଆଣ୍ଠେଇବା ସହ ବସ ଉଠ୍‌ କରିଛି।

ମହାରାଷ୍ଟ୍ରର ନାଗପୁରଠାରେ ମଙ୍ଗଳବାର ଦିନ ଏକ ଭିଡିଓ ସାମ୍ନାକୁ ଆସିଥିଲା, ଯେଉଁଥିରେ ଜଣେ ପୋଲିସ୍‌ କର୍ମୀ ସଡକ ବାହାରେ ବୁଲୁଥିବା ଲୋକଙ୍କୁ ଆଣ୍ଠେଇବା ସହିତ ବସ ଉଠ୍‌ କରାଇଥିଲେ। ପୋଲିସ୍‌ ଲୋକଙ୍କୁ ଘରୁ ନ ବାହାରି ଘରେ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

#WATCH Maharashtra: Police make violators do squats in Nagpur, amid curfew imposed in the state in wake of #CoronavirusPandemic. pic.twitter.com/KpHBTcWX4v

— ANI (@ANI) March 24, 2020

ସୂଚନାଯୋଗ୍ୟ ମହାରାଷ୍ଟ୍ରରେ ସର୍ବାଧିକ କରୋନା ଆକ୍ରାନ୍ତ ସୂଚନା ମିଳିଛି । ଏପର୍ଯ୍ୟନ୍ତ ରାଜ୍ୟରେ 100ରୁ ଅଧିକ ଲୋକଙ୍କର ଚିହ୍ନଟ ହୋଇଛି । ସେହିପରି ମହାରାଷ୍ଟ୍ରରେ ତିନିଜଣଙ୍କର ମୃତ୍ୟୁ ମଧ୍ୟ ଘଟିଛି । ସୋମବାର ଦିନ ରାଜ୍ୟ ସରକାର ରାଜ୍ୟରେ କର୍ଫ୍ୟୁର ଘୋଷଣା ମଧ୍ୟ କରିଥିଲେ । କିନ୍ତୁ ଲୋକେ ଏହାକୁ ନ ମାନୁଥିବାର ପୋଲିସ୍‌କୁ ଶକ୍ତ ହେବାକୁ ପଡୁଛି ।

କେବଳ ମହାରାଷ୍ଟ୍ର ନୁହେଁ, ବରଂ ଦେଶର ଅନ୍ୟ ଅଞ୍ଚଳରେ ମଧ୍ୟ ଲକ୍‌ ଡାଉନ୍‌କୁ ଗମ୍ଭୀରତାର ସହ କେହି କେହି ନେଉ ନଥିବାର ଦେଖାଯାଉଛି । ଏଥିପାଇଁ ପୋଲିସ୍‌ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି । ଦିଲ୍ଲୀରେ ପ୍ରାୟ 1000 ଲୋକଙ୍କ  ବିରୋଧରେ ଏନେଇ ମାମଲା ରୁଜୁ କରାଯାଇଛି। ସେହିପରି ଉତ୍ତରପ୍ରଦେଶରେ 500ରୁ ଅଧିକ ଲୋକଙ୍କ ଉପରେ ଲକ୍‌ ଡାଉନ୍‌ ଅବମାନନା ନେଇ ମାମଲା ଦାଏର କରାଯାଇଛି ।

ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ପୁଣି ଥରେ ସମ୍ବୋଧନ କରିବେ । ଟୁଇଟ୍‌ ଜରିଆରେ ଏହା ସମ୍ପର୍କରେ ସୂଚନା ଦେଇଛନ୍ତି ମୋଦି । ମୋଦି ଲକ୍‌ ଡାଉନ୍‌କୁ ନେଇ ଦେଶବାସୀଙ୍କୁ କିଛି କହିପାରନ୍ତି । ଲକ୍‌ ଡାଉନ୍‌କୁ ନେଇ ସମେସ୍ତ ଗମ୍ଭୀର ହେବା ଉଚିତ୍‌ । ସାମାଜିକ ଦୂରତା ରଖିବା ଦ୍ବାରା ଆମେ କରୋନା ମହାମାରୀ ସଂକ୍ରମଣରୁ ରକ୍ଷା ପାଇପାରିବା । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026
Latest News

ଏକତା ପରିଷଦ ଟ୍ରଷ୍ଟରେ ଓଡ଼ିଆ ପକ୍ଷର “କଳାକାର ସମ୍ବର୍ଦ୍ଧନା ଦିବସ” ପାଳିତ

April 10, 2026

ମହାନଦୀ ଟ୍ରିବୁନାଲ ପାଖରୁ ଅନ୍ତରୀଣ ରାୟ ପାଇଁ ଅଧ୍ୟକ୍ଷଙ୍କୁ ଚିଠି

April 10, 2026

ଯୁଦ୍ଧ ସମସ୍ତଙ୍କ ପାଇଁ କ୍ଷତିକାରକ

April 10, 2026

ଯୁଦ୍ଧବିରତି ପରେ ଶେଷ ହେବ କି LPG ଚିନ୍ତା, ଜାଣନ୍ତୁ କ’ଣ କହିଲେ ସରକାର?

April 10, 2026

ନାବାଳିକାଙ୍କୁ ଦୁଷ୍କର୍ମ ଓ ହତ୍ୟାକାଣ୍ଡ ମାମଲାରେ ଅଭିଯୁକ୍ତକୁ ଫାଶୀ ଦଣ୍ଡାଦେଶ

April 10, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.