ଭିଡକୁ ଦେଖି ପାସ୍‌ ବଣ୍ଟନକୁ କରାଗଲା ବାତିଲ୍‌

Published: Mar 24, 2020, 3:05 pm IST

ସମୀକ୍ଷା ବ୍ୟୁରୋ 

ଭୁବନେଶ୍ବର : ଲକ୍‌ ଡାଉନ୍‌ ବେଳେ ଆତଯାତ ପାଇଁ ପୋଲିସ୍‌ ପାସ୍‌ ପ୍ରସଙ୍ଗକୁ ନେଇ ପୋଲିସ କମିଶନର ସୁଧାଂଶୁ ଷଡଙ୍ଗୀ ଟୁଇଟ୍‌ ଯୋଗେ ସୂଚନା ଦେଇ ଏହାକୁ ସ୍ଥଗିତ ରଖାଯାଇଥିବାର କହିଛନ୍ତି ।  ପାସ୍‌ ପାଇଁ ଲୋକେ ଭିଡ କରୁଥିବାରୁ ପାସ୍‌ ବ୍ୟବସ୍ଥା ସ୍ଥଗିତ କରାଯାଇଛି । ଭିଡ ଦ୍ବାରା ସାମାଜିକ ଦୂରତ୍ବ ବାଧାପ୍ରାପ୍ତ ହେଉଥିବାରୁ ଏହାକୁ ସ୍ଥଗିତ କରାଗଲା। ଆତଯାତ ପାଇଁ ନିଜ ପରିଚୟ ପତ୍ର ଦେଖାଇବାକୁ କହିଲେ କମିଶନର । ପାସ୍‌ ପାଇଁ କାଲି ସୁଦ୍ଧା ଏକ ଆଇଟି ବ୍ୟବସ୍ଥା କରାଯିବ ନେଇ କମିଶନର ସୂଚନା ଦେଇଛନ୍ତି । ଆଇଟି ବ୍ୟବସ୍ଥା ଦ୍ବାରା ସ୍ବୟଂକ୍ରିୟ ଭାବେ ପାସ୍‌ ଇସ୍ୟୁ ହୋଇପାରିବ । ହସ୍ପିଟାଲ୍‌ ଯାଉଥିଲେ ମେଡ଼ିକାଲ କାଗଜପତ୍ର ଦେଖାଇ ଯାଇପାରିବେ । ପାସ୍‌ ଦିଆଯାଉନି, ଥାନାରେ ଭିଡ ନ କରିବାକୁ କହିଲେ କମିଶନର ।

Related posts