ପୁଣି ଆଉ ଏକ ମୁଣ୍ଡ ନେଲା କରୋନା : ତାମିଲନାଡୁରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ

Published: Mar 25, 2020, 9:07 am IST

ନୂଆଦିଲ୍ଲୀ : ଭାରତରେ ମହାମାରୀ କରୋନା ବେଶ୍‌ ସକ୍ରିୟ ରହିଛି । ପୁଣି ଆଉ ଏକ ମୁଣ୍ଡ ନେଇଛି କରୋନା । ତାମିଲନାଡୁର ଜଣେ ବ୍ୟକ୍ତି କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ତାମିଲନାଡୁରେ କରୋନା ଯୋଗୁଁ ପ୍ରଥମ ମୃତ୍ୟୁ ହୋଇଛି । ମାର୍ଚ୍ଚ 23 ତାରିଖରେ ସେ କରୋନା ସଂକ୍ରମିତ ହୋଇଥିଲେ । ଏହାପରେ ତାଙ୍କର ଚିକିତ୍ସା ରାଜାଜୀ ହସ୍ପିଟାଲରେ ହେଉଥିଲା । ତାମିଲନାଡୁର ଜଣକର ମୃତ୍ୟୁ ପରେ ସାରା ଦେଶରେ ମୃତ୍ୟୁ ସଂଖ୍ୟା ଏବେ 11ରେ ପହଞ୍ଚିଛି ।

ସ୍ବାସ୍ଥ୍ୟ ବିଭାଗ ତରଫରୁ ମିଳିଥିବା ମଦୁରାଇର ଜଣେ 54 ବର୍ଷୀୟ ବ୍ୟକ୍ତିଙ୍କର ବୁଧବାର ଦିନ କରୋନା ଯୋଗୁଁ ମୃତ୍ୟୁ ହୋଇଛି । ଗତ ଦୁଇ ଦିନ ହେବ ସେ ରାଜାଜୀ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ତାଙ୍କୁ ଡାଇବେଟିସ୍‌ ସହିତ ହାଇପର୍‌ଟେନ୍‌ସନ୍‌ ରହିଥିଲା । ତାମିଲନାଡୁରେ ଏପର୍ଯ୍ୟନ୍ତ କରୋନା ଯୋଗୁଁ 18ଟି ମାମଲା ସାମ୍ନାକୁ ଆସିଛି । ରାଜ୍ୟରେ ଜଣକର ମୃତ୍ୟୁ ହୋଇଥିବାବେଳେ ଜଣେ ସୁସ୍ଥ ହୋଇଯାଇଛନ୍ତି । ସାରା ଦେଶରେ ଏପର୍ଯ୍ୟନ୍ତ କରୋନା ଆକ୍ରାନ୍ତଙ୍କ ସଂଖ୍ୟା 560ରେ ପହଞ୍ଚିଛି ।  ଦେଶରେ କରୋନାର ସ୍ଥିତିକୁ ଦେଖି କେନ୍ଦ୍ର ସରକାର ଭାରତରେ 21 ଦିନ ପାଇଁ ଲକ୍‌ ଡାଉନ୍‌ର ଘୋଷଣା କରିଛନ୍ତି ।

Related posts