କରୋନା ସତର୍କତା: ବଡଦାଣ୍ଡ ଖାଁ ଖାଁ, ସମୁଦ୍ରକୂଳରେ ପକ୍ଷୀଟିଏ ବି ଉଡିବାର ଦେଖାଯାଉ ନାହିଁ

Published: Mar 25, 2020, 9:12 am IST

ପୁରୀ, ବର୍ତ୍ତମାନ ଚାରିଆଡେ କରୋନା ଭୟ ଲାଗିରହିଛି। ସେଥିପାଇଁ ମଧ୍ୟ ଜନସାଧାରଣ ସଚେତନ ହେବାରେ ଲାଗିଲେଣି। ପୁରୀ ଜିଲ୍ଲା ପ୍ରଶାସନ ଯଥେଷ୍ଠ ପୂର୍ବରୁ ପୁରୀ ପାଇଁ ସତର୍କତା ନେବାରୁ ବର୍ତ୍ତମାନ ସେଠାକାର ପରିସ୍ଥିତି ଭଲ ରହିଛି। ପୂର୍ବରୁ ଶ୍ରୀମନ୍ଦିରକୁ ଭକ୍ତଙ୍କୁ ମନା କରାଯିବାରୁ ଆଉ କେହି ଯାଉ ନାହାଁନ୍ତି। ହେଲେ ସିଂହଦ୍ବାରରୁ ପତିତପାବନଙ୍କୁ ଦେଖି ଭକ୍ତମାନେ ଆସୁତିଲେ। ଲକଡାଉନ ଘୋଷଣା ପରେ ତାହା ମଧ୍ୟ ଆଉ ପରିଲକ୍ଷିତ ହେଉ ନାହିଁ। ବଡଦାଣ୍ଡରେ ଆଉ ହୋ ହାଲ୍ଲା ନାହିଁକି ଭକ୍ତଙ୍କ ଗହଳି ନାହିଁ।

ସେହିପରି ଅବସ୍ଥା ସମୁଦ୍ର କୂଳରେ ଦେଖିବାକୁ ମିଳିଛି। କଥାରେ କହନ୍ତି ସେଠାରେ ପକ୍ଷୀଟିଏ ବି ଉଡୁ ନାହାଁନ୍ତି। ଅର୍ଥାତ ପୁରା ଶୂନଶାନ ହୋଇପଡିଛି ପୁରୀ ସମୁଦ୍ରକୂଳ। ସେଠାରେ ମଧ୍ୟ ପ୍ରଶାସନ ତରଫରୁ ପର୍ଯ୍ୟଟକମାନେ ନ ଆସିବା ପାଇଁ ସତର୍କ କରାଯାଇଥିଲା। ହୋଟେଲ ରେସ୍ତୋରାଁକୁ ଯାଇ ପର୍ଯ୍ୟଟକଙ୍କୁ ବୁଝାଯାଇଥିଲା। ଫଳରେ ବର୍ତ୍ତମାନ କିଛିଦିନ ଧରି ସମୁଦ୍ରକୂଳ ମଧ୍ୟ ଖାଁ ଖାଁ ପଡିଛି।

Related posts